t20 world cup 2024

ବିଶ୍ୱର ପ୍ରଥମ ଦଳ ହେଲା ଭାରତ

ଟି-୨୦ ବିଶ୍ୱକପ ପରେ ମଧ୍ୟ ଭାରତୀୟ ଦଳ ବିଜୟ ଧାରା ଜାରି ରଖିଛି। ବୁଧବାର ଜିମ୍ବାୱେ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟିମ୍ ଇଣ୍ଡିଆ ୨୩ ରନରେ ଏକ ବଡ଼ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଜିମ୍ବାୱେ ଦଳ ୬ ୱିକେଟ୍ ହରାଇବା ପରେ ମାତ୍ର ୧୫୯ ରନ୍ ସଂଗ୍ରହ କରିଥିଲା । …

ବିଶ୍ୱର ପ୍ରଥମ ଦଳ ହେଲା ଭାରତ Read More »

ବଡ ପ୍ରତିଶୋଧ ନେଲା ଭାରତ

ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଓ ବୋଲରଙ୍କ ଶାଣିତ ପ୍ରଦର୍ଶନ ଯୋଗୁଁ ସୋମବାର ଆଇସିସି ଟି -୨୦ ବିଶ୍ୱକପ୍‌ର ସୁପର ଅଷ୍ଟମ ପର୍ଯ୍ୟାୟର ଗ୍ରୁପ୍‌ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୨୪ ରନ୍‌ରେ ପରାସ୍ତ କରିଛି। ଏହା ସହିତ କ୍ରମାଗତ ତୃତୀୟ ବିଜୟ ହାସଲ କରିବା ସହ ସେମିଫାଇନାଲକୁ ଉନ୍ନିତ ହୋଇଛି ଭାରତ । ତିନୋଟି ସୁପର ୮ ମ୍ୟାଚ୍ ଜିତିବା ପରେ ଭାରତ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଥିଲା। ଆସନ୍ତା ୨୭ ତାରିଖରେ …

ବଡ ପ୍ରତିଶୋଧ ନେଲା ଭାରତ Read More »

ସେମିଫାଇନାଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଟି-୨୦ ବିଶ୍ୱକପର ସୁପର-୮ ରାଉଣ୍ଡରେ ଆଜି ଭାରତ- ବାଂଲାଦେଶ ମୁକାବିଲା ଦେଖିବାକୁ ମିଳିବ । ଆଣ୍ଟିଗୁଆରେ ରାତି ୮ଟାରେ ଏହି ମ୍ୟାଚ୍ ଖେଳାଯିବ । ଆଜିର ମ୍ୟାଚ୍ ଜିତି ସେମିଫାଇନାଲ୍ ସ୍ଥାନ ପକ୍କା କରିବ ଟିମ୍ ଇଣ୍ଡିଆ । ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠୁ ପରାଜିତ ହେବା ପରେ ସୁପର-୮ରେ ପ୍ରଥମ ବିଜୟ ସନ୍ଧାନରେ ରହିବ । ଆସନ୍ତା ୨୪ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ। ଅଷ୍ଟ୍ରେଲିଆ ବିପକ୍ଷରେ ହେବ ରିୟଲ ଫାଇଟ୍ । ଏହା …

ସେମିଫାଇନାଲ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ Read More »

ସୂର୍ଯ୍ୟକୁମାର ଯାଦବ ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଦମଦାର ପ୍ରଦର୍ଶନ

ଟି୨୦ ବିଶ୍ୱକପ ସୁପର୍‌-୮ ର ପ୍ରଥମ ମ୍ୟାଚ ଜିତିଲା ଭାରତ । ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ଓ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଘାତକ ବୋଲିଂ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ସୁପର୍‌-୮ ମ୍ୟାଚକୁ ୪୭ ରନ୍‌ରେ ଜିତି ନେଇଛି ଭାରତ । ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୮୧ ରନ୍‌ ସ୍କୋର କରିଥିଲା। ତେବେ ଏହାର ଜବାବରେ ଆଫଗାନିସ୍ତାନ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୩୪ ରନ୍‌ କରିଥିଲା । ଉଭୟ ବ୍ୟାଟ …

ସୂର୍ଯ୍ୟକୁମାର ଯାଦବ ଏବଂ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ଦମଦାର ପ୍ରଦର୍ଶନ Read More »

ହ୍ୟାଟ୍ରିକ୍ ବିଜୟହାସଲକରି ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ଲଗାତାର ତୃତୀୟ ବିଜୟ ହାସଲ କରିବା ସହିତ ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଆୟୋଜକ ଆମେରିକାକୁ ୭ ୱିକେଟ୍‌ରେ ହରାଇ ଭାରତ ଚଳିତ ଟି -୨୦ ବିଶ୍ୱକପରେ ହ୍ୟାଟ୍ରିକ୍ ବିଜୟ ହାସଲ କରିଛି । ତା’ ସହିତ ନିଜର ସ୍ଥାନକୁ ସୁପର-୮ରେ ସୁରକ୍ଷିତ କରି ନେଇଛି । ଗ୍ରୁପ୍‌-ଏରେ ସଂପ୍ରତି ଭାରତ ତିନିଟି ମ୍ୟାଚ୍‌ରୁ ତୃତୀୟ ବିଜୟ ପାଇ ପୂରା ୬ ପଏଣ୍ଟ୍‌ ସହ ଶୀର୍ଷ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ଆମେରିକା ଚଳିତ ବିଶ୍ୱକପରେ …

ହ୍ୟାଟ୍ରିକ୍ ବିଜୟହାସଲକରି ସୁପର-୮ରେ ପହଞ୍ଚିଲା ଟିମ୍ ଇଣ୍ଡିଆ Read More »

ଚମତ୍କାର କଲେ ଭାରତୀୟ ବୋଲର

ମାତ୍ର ୧୨୦ ରନ କରିବା ପାଇଁ ସକ୍ଷମ ହୋଇଥିଲେ ଭାରତୀୟ ବ୍ୟାଟର। ସମ୍ମୁଖରେ ଥିଲା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ। ଚାପ ସ୍ଥିତିରେ ଚମତ୍କାର ବୋଲିଂ କଲେ ଭାରତୀୟ ପେସ୍‌ ବାହିନୀ। ଏହାର ନେତୃତ୍ୱ ନେଲେ ଯଶପ୍ରୀତ୍‌ ବୁମ୍‌ରା। ଫଳରେ ଏକଦା ୨ ଉଇକେଟରେ ୭୩ ରନକରି ବିଜୟ ସ୍ଥିତିରେ ଥିବା ପାକିସ୍ତାନକୁ ୨୦ ଓଭରରେ ୧୧୩/୭ରେ ସୀମିତ ରଖି ଟି୨୦ ବିଶ୍ୱକପରେ ଅବିଶ୍ୱସନୀୟ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ନ୍ୟୁୟର୍କର ନାସାଉ କାଉଣ୍ଟି ଗ୍ରାଉଣ୍ଡରେ ଉଡ଼ିଲା …

ଚମତ୍କାର କଲେ ଭାରତୀୟ ବୋଲର Read More »

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଆଫଗାନିସ୍ତାନ

ଚଳିତ ଟି-୨୦ ବିଶ୍ୱକପ୍‌ରେ ପୁଣିଥରେ ଏକ ବଡ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ବିଶ୍ୱ କ୍ରିକେଟର ଅନ୍ୟତମ ଶକ୍ତିଶାଳୀ ଦଳ ନ୍ୟୁଜିଲାଣ୍ଡକୁ ହରାଇଲା ଆଫଗାନିସ୍ତାନ । ବ୍ଲାକ୍‌ କ୍ୟାପ୍‌ସକୁ ୮୪ ରନରେ ହରାଇ ଇତିହାସ ରଚିଛି ଆଫଗାନିସ୍ତାନ । ମାତ୍ର ୭୫ ରନ୍‌ରେ ଅଲଆଉଟ୍‌ ହୋଇ ଶୋଚନୀୟ ପରାଜୟ ବରଣ କରିଛି ନ୍ୟୁଜିଲାଣ୍ଡ। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୫୯ ରନ୍‌ ସ୍କୋର କରିଥିଲା। ଯାହାଫଳରେ ନ୍ୟୁଜିଲାଣ୍ଡ ଆଗରେ …

ନ୍ୟୁଜିଲାଣ୍ଡକୁ ହରାଇ ଇତିହାସ ରଚିଲା ଆଫଗାନିସ୍ତାନ Read More »

RSS
Follow by Email
Scroll to Top
Close Bitnami banner
Bitnami