ମଧ୍ୟାହ୍ନରେ ବର୍ଷିଥିଲେ, ସନ୍ଧ୍ୟାରେ ମମତାଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗଲରେ ଦଳୀୟ ସମାବେଶ କରି କ୍ଷମତାସୀନ ଟିଏମସି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଜୋରଦାର ବର୍ଷିଥିଲେ । ସନ୍ଦେଶଖାଲି ପ୍ରସଙ୍ଗରେ ସେ ଟିଏମସି ଉପରେ ବର୍ଷିଥିଲେ । ତେବେ ସନ୍ଧ୍ୟାରେ ମୋଦି ରାଜଭବନରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ । ରାଜଭବନରେ ହୋଇଥିବା ଏହି ଭେଟଘାଟ ବେଳର ଫଟୋ ସାମ୍ନାକୁ ଆସିଛି । ସେହିପରି ଭେଟଘାଟ ସୌଜନ୍ୟମୂଳକ ଓ ପ୍ରୋଟକଲ ଅନୁସାରେ ହୋଇଥିବା ମମତା ବାନାର୍ଜୀ କହିଛନ୍ତି । …

ମଧ୍ୟାହ୍ନରେ ବର୍ଷିଥିଲେ, ସନ୍ଧ୍ୟାରେ ମମତାଙ୍କୁ ଭେଟିଲେ ମୋଦି Read More »