ଅଟଳ-ଆଡଭାନୀ ଯୁଗର ନେତାଙ୍କୁ ହଟାଇବାକୁ ଚାହୁଁଛନ୍ତି ବିଜେପି ହାଇକମାଣ୍ଡ, ୟେଦିୟୁରପ୍ପାଙ୍କ ପରେ ’ମାମା’ଙ୍କ ପାଳି ?
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ବି ଏସ ୟଦିୟୁରେପ୍ପା ସୋମବାର ଇସ୍ତଫା ଦେଇଛନ୍ତି । ଗତ ଦୁଇ ଦଶକ ଧରି ସେ କେବଳ କର୍ଣ୍ଣାଟକ ନୁହେଁ ପୁରା ଦକ୍ଷୀଣ ଭାରତରେ ଥିଲେ ବିଜେପିର ଚେହେରା । ରାଜ୍ୟ ରାଜନୀତି ଉପରେ ତାଙ୍କର କର୍ତ୍ତୁତ୍ୱ ଢେର ଥିଲା । ୨୦୨୩ରେ ରାଜ୍ୟରେ ନିର୍ବାଚନ ହେବାର ଅଛି । ଏମିତିରେ ତାଙ୍କୁ ହଟାଇବା ବିଜେପି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏହାକୁ ବିଜେପି ମଧ୍ୟ ଜାଣିଛି । ତେବେ ପ୍ରଶ୍ନ …