congress mp rahul gandhi

ବିଜେପି ଦ୍ୱାରା ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି । ଶୁକ୍ରବାର ବାଙ୍ଗାଲୁରୁର ସ୍ୱତନ୍ତ୍ର ଅଦାଲତ ବିଜେପି ଦ୍ୱାରା ଦାୟର ହୋଇଥିବା ଏକ ମାନହାନୀ ଏକ ମାମଲାର ଫଇସଲା କରି ଜାମିନ ପ୍ରଦାନ କରିଛି । ଏକ ଖବରକାଗଜରେ ଅପମାନଜନକ ବିଜ୍ଞାପନ ଦେବା ନେଇ କର୍ନାଟକ ଭାଜପା ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଆଜି ଏକ ମାମଲାରେ ରାହୁଲଙ୍କୁ ଜାମିନ୍ ପ୍ରଦାନ କରାଯାଇଛି । ବିଜେପି ବିରୋଧରେ ଅପମାନଜନକ ବିଜ୍ଞାପନ ଦେଇଥିଲେ ରାହୁଲ ଗତ ବର୍ଷ …

ବିଜେପି ଦ୍ୱାରା ହୋଇଥିବା ମାନହାନୀ ମାମଲାରେ ରାହୁଲଙ୍କୁ ମିଳିଲା ଜାମିନ୍‌ Read More »

କଂଗ୍ରେସକୁ ନୂଆ ଜୀବନ ଦେଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସକୁ ନୂଆ ଜୀବନ ଦେଲେ ଭାଇ-ଭଉଣୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ କଂଗ୍ରେସକୁ ଦେଇଛନ୍ତି ନୂଆ ଜୀବନ । ଉଭୟଙ୍କ ସୁଚିନ୍ତିତ ରଣନୀତି ଏବଂ ମାରାଥନ ପ୍ରଚାର ପାଇଁ କଂଗ୍ରେସ ଚଳିତ ନିର୍ବାଚନରେ କମାଲ କରିଛି । କଂଗ୍ରେସ ଚଳିତ ନିର୍ବାଚନରେ ୯୯ ଆସନରେ ଜିତିଛି । ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା , ନ୍ୟାୟ ଯାତ୍ରା ଓ ପ୍ରିୟଙ୍କା ନିର୍ବାଚନ ନ ଲଢ଼ି …

କଂଗ୍ରେସକୁ ନୂଆ ଜୀବନ ଦେଲେ ରାହୁଲ-ପ୍ରିୟଙ୍କା Read More »

ଏକଜିଟ୍ ପୋଲ ରିପୋର୍ଟକୁ ରାହୁଲ କଲେ ଅସ୍ୱୀକାର

ନୂଆଦିଲ୍ଲୀ : ଏକଜିଟ୍ ପୋଲ ରିପୋର୍ଟକୁ ଅସ୍ୱୀକାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି । ଭୋଟଗଣତି ପୂର୍ବରୁ ସମସ୍ତ ସର୍ଭେ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକଜିଟ୍ ପୋଲ୍ ରିପୋର୍ଟକୁ ମନଗଢା ବୋଲି କହିଛନ୍ତି ରାହୁଲ । ଅଧିକାଂଶ ଏକଜିଟ୍ ପୋଲ ଦେଶରେ ବିଜେପି ସରକାର ଗଢିବ ବୋଲି ରିପୋର୍ଟ ଦେଇଛନ୍ତି । ଲୋକସଭାରେ ୨୯୫ ଆସନ ସହ ସରକାର ଗଠନ କରିବ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି …

ଏକଜିଟ୍ ପୋଲ ରିପୋର୍ଟକୁ ରାହୁଲ କଲେ ଅସ୍ୱୀକାର Read More »

ରାଏବରେଲୀରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ରାଏବରେଲୀରୁ ଲଢିବେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ । ସେପଟେ ଅମେଠୀ ଆସନରୁ ପ୍ରାର୍ଥୀ ହୋଇଛନ୍ତି କଂଗ୍ରେସ ନେତା କିଶୋରୀଲାଲ ଶର୍ମା । ଏ ନେଇ ଆଜି ଏଆଇସିସି ପକ୍ଷରୁ ଟିକେଟ ଘୋଷଣା ହୋଇଛି । ଆଜି ରାୟବରେଲୀ ଓ ଅମେଠୀ ଆସନ ନାମାଙ୍କନର ଶେଷ ଦିନ ରହିଛି । ଅମେଠୀରୁ ଲଢୁଥିବା କେ. ଏଲ ଶର୍ମା ଗାନ୍ଧୀ ପରିବାରର ନିକଟତର କୁହାଯାଉଛି । ଅମେଠୀରୁ ପୂର୍ବରୁ ବିଜେପିର ସ୍ମୃତି ଇରାନୀ ନାମାଙ୍କନ ଦାଖଲ …

ରାଏବରେଲୀରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ Read More »

କ୍ଷମତାକୁ ଆସିଲେ ରାହୁଲ ପୂରଣ କରିବେ ୫ ଗ୍ୟାରେଣ୍ଟି

ସାଲେପୁର: ସାଲେପୁର କୁଳିଆ ପଡିଆରେ ଆୟୋଜିତ ସମାବେଶରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବଡ଼ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ପୂରଣ କରିବେ ୫ ଗ୍ୟାରେଣ୍ଟି । କଂଗ୍ରେସ କ୍ଷମତାକୁ ଆସିଲେ ମାସକୁ ମହିଳାଙ୍କୁ ମିଳିବ ୨ ହଜାର ଟଙ୍କା । ବେକାରୀଙ୍କ ଆକାଉଣ୍ଟକୁ ଯିବ ୩ ହଜାର । ସେହିପରି କୃଷକଙ୍କ ଆକାଉଣ୍ଟକୁ ଯିବ ମାସିକ ୩ ହଜାର ଟଙ୍କା । ଦୁଇ କଂଗ୍ରେସ ଶାସିତ ରାଜ୍ୟ କର୍ଣ୍ଣାଟକ ଓ ତେଲଙ୍ଗାନା ଏବେ ମଡେଲ ପାଲଟିଛି …

କ୍ଷମତାକୁ ଆସିଲେ ରାହୁଲ ପୂରଣ କରିବେ ୫ ଗ୍ୟାରେଣ୍ଟି Read More »

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର: ଆସନ୍ତା ୨୮ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମଧୁବାବୁଙ୍କ ଜନ୍ମସ୍ଥାନରେ ପ୍ରସ୍ତାବିତ ଜନସଭାରେ ଏମ୍‌ପି ରାହୁଲ ଗାନ୍ଧୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବତନ ମନ୍ତ୍ରୀ ଭକ୍ତଚରଣ ଦାସ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ପରେ ମଙ୍ଗଳବାର ପ୍ରଥମ ଥର ରାଜ୍ୟ ପ୍ରଚାର କମିଟି ବୈଠକ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଭକ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଲୋକ …

ଆସନ୍ତା ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ Read More »

ମିଠା ଦୋକାନରେ ରାହୁଲ: କିଣିଲେ ଏକ କିଲୋ ଗୋଲାପ ଜାମୁନ

କୋଏମ୍ବାଟୁର: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଚାରିଆନେ ପ୍ରାର୍ଥୀମାନେ ନିଜ ନିଜର ପ୍ରଚାର ଜୋରସୋରରେ ଚଳାଇଛନ୍ତି । ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବି ନିଜର ପ୍ରଚାର ଚଳାଇଛନ୍ତି । ଶୁକ୍ରବାର ରାତିରେ ତାମିଲନାଡୁରେ ଚାଲିଥିବା ନିର୍ବାଚନ ପ୍ରଚାରରୁ ରାହୁଲ ସମୟ ବାହାର କରି ନିଜ ମନଫୁର୍ତ୍ତି କରିଛନ୍ତି । ରାହୁଲ ପ୍ରଚାର ସାରିବା ପରେ ହଠାତ୍ ଏକ ମିଠା ଦୋକାନ ପହଞ୍ଚିଥିଲେ । ମିଠା ଦୋକାନର ମାଲିକ ବାବୁ ରାହୁଲଙ୍କୁ ନିଜ ଦୋକାନ ଆସିବାର …

ମିଠା ଦୋକାନରେ ରାହୁଲ: କିଣିଲେ ଏକ କିଲୋ ଗୋଲାପ ଜାମୁନ Read More »

ରାହୁଲଙ୍କ ନାଇଟ ଆଉଟ, ଜଙ୍ଗଲରେ କଲେ ଡିନର

ଉମରିୟା: ଜଙ୍ଗଲରେ ରାତି କାଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜଙ୍ଗଲରେ ଥିବା ଏକ ଢ଼ାବାରେ ଡିନର ବି କଲେ । ସୋମବାର ତାଙ୍କ ହେଲିକପ୍ଟର ଇନ୍ଧନ ସରିଯିବାରୁ ରାହୁଲଙ୍କୁ ଶାହଡୋଲରେ ରାତି କଟାଇବାକୁ ପଡିଥିଲା । ରାତିରେ ସେ ଜଙ୍ଗଲର ଏକ ଢାବାକୁ ଯାଇ ରାତ୍ରୀ ଭୋଜନ କରିଥିଲେ । ତା’ପରେ ସକାଳ ପାଞ୍ଚଟା ବେଳେ ଉମରିଆ ଏୟାରଷ୍ଟ୍ରିପରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ମହିଳାଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ ସେ …

ରାହୁଲଙ୍କ ନାଇଟ ଆଉଟ, ଜଙ୍ଗଲରେ କଲେ ଡିନର Read More »

ରାହୁଲ ଗାନ୍ଧୀ ବିରତି ନେବା ଦରକାର: ପ୍ରଶାନ୍ତ କିଶୋର

  ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିରତି ନେବା ଉଚିତ୍ । କାରଣ ୧୦ ବର୍ଷ ହେଲା କୌଣସି ସଫଳତା ବିନା ସମାନ କାର୍ଯ୍ୟ କରିବା ଉଚିତ୍ ନୁହେଁ ବୋଲି ରାଜନୈତିକ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ମତ ଦେଇଛନ୍ତି । ଯଦି ଲୋକସଭା ନିର୍ବାଚନରେ କଂଗ୍ରେସ ଆବଶ୍ୟକୀୟ ଫଳାଫଳ ନ ପାଏ ତେବେ ରାହୁଲ ଗାନ୍ଧୀ ପଛକୁ ଯିବାକୁ ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି । ରାହୁଲ ବିରତି ନେଇ ଅନ୍ୟ କାହାକୁ …

ରାହୁଲ ଗାନ୍ଧୀ ବିରତି ନେବା ଦରକାର: ପ୍ରଶାନ୍ତ କିଶୋର Read More »

RSS
Follow by Email
Scroll to Top
Close Bitnami banner
Bitnami