ଜାରିହେଲା ୯୦ ଟଙ୍କିଆ ମୁଦ୍ରା,ଓଜନ ରହିଛି ୪୦ ଗ୍ରାମ
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ୯୦ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଏକ ସ୍ୱତନ୍ତ୍ର କଏନ୍ ବା ମୁଦ୍ରା ଜାରି କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଆରବିଆଇର ଅନ୍ୟ ସଦସ୍ୟମାନେ ମଧ୍ୟ ଯୋଗ ଦେଇଥିଲେ । ଅର୍ଥ ମନ୍ତ୍ରଣାଳୟ ଆରବିଆଇର ୯୦ତମ ବାର୍ଷିକୀ ପାଳନ ଅବସରରେ ଏହି ସ୍ୱତନ୍ତ୍ର ୯୦ ଟଙ୍କା କଏନ୍ ଉନ୍ମୋଚନ କରିଛି । …