ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଅପରାଧୀଙ୍କୁ ବିଜେପି ସୁରକ୍ଷା ଦେବା ଲଜ୍ଜାଜନକ

Above Post Content

ଭୁବନେଶ୍ୱର : ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଭଳି ଜଣେ ଅପରାଧୀ ଓ ଗୁଣ୍ଡାଙ୍କୁ ବିଜେପି ସୁରକ୍ଷା ଦେବା ଅତ୍ୟନ୍ତ ଲଜ୍ଜାଜନକ । ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଭଳି ଜଣେ ବରିଷ୍ଠ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କୁ ରକ୍ଷା ଲାଗି ଆଗେଇ ଆସିବା ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି ବିଜେଡ଼ି ମୁଖପାତ୍ର ଇପ୍ସିତା ସାହୁ ।

Middle post content

ବିଜେପିର ବରିଷ୍ଠ ନେତା ପ୍ରଶାନ୍ତଙ୍କୁ ରକ୍ଷା ଉଚିତ୍ ନୁହେଁ

After 2nd paragraph post ads

ଇପ୍‌ସିତା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସମୀର ମହାନ୍ତି ଲଜ୍ଜିତ ହେବା କଥା ଯେ ସେ ପ୍ରଶାନ୍ତ ଜଗଦେବ ଭଳି ଜଣେ ବ୍ୟକ୍ତିଙ୍କୁ ରକ୍ଷା କରୁଛନ୍ତି ଯିଏ ଦିନେ ମଦ୍ୟପାନ କରି ନିଜ କାରରେ ବିଜେପି କର୍ମୀ ଓ ସମର୍ଥକଙ୍କ ଉପରେ ଗାଡି ଚଢାଇବାକୁ ଉଦ୍ୟମ କରିଥିଲେ । ଏଥିପାଇଁ ସେ ଗିରଫ ହୋଇ ଜେଲରେ ଥିଲେ । ଏହା ପୂର୍ବରୁ ପ୍ରଶାନ୍ତ ଖୋର୍ଦ୍ଧାର ଜଣେ ବିଜେପି ନଗର ସଭାପତିଙ୍କୁ ମାଡ଼ ମଧ୍ୟ ମାରିଥିଲେ । ପ୍ରଶାନ୍ତ ଓ ତାଙ୍କ ସହ ଥିବା କିଛି ଅସାମାଜିକ ବ୍ୟକ୍ତି କେବଳ ଇଭିଏମ୍ ଭାଙ୍ଗି ନ ଥିଲେ ବରଂ ଦୁଇ ଦିନ ତଳେ ବେଗୁନିଆ ନିର୍ବାଚନ ମଣ୍ଡଳୀର ବୋଲଗଡ଼ରେ ଥିବା ପୋଲିଂ ବୁଥରେ ପ୍ରିଜାଇଡିଂ ଅଫିସର ଓ ପୋଲିଂ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ତେଣୁ ଆମେ ଆଶା କରୁଛୁ ଯେ ଓଡ଼ିଶା ବିଜେପିର କିଛି ଲଜ୍ଜା ରହିବ ଏବଂ ଶ୍ରୀ ଜଗଦ୍ଦେବ ଭଳି ଜଣେ ଅଭ୍ୟାସଗତ ଅପରାଧୀ, ଠକ ଓ ଗୁଣ୍ଡାଙ୍କୁ ରକ୍ଷା କରିବାକୁ ଆସିବ ନାହିଁ । ବିଜେପି ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଥିବା ନିର୍ବାଚନ ପର୍ଯ୍ୟଟକମାନେ ପ୍ରଥମେ ବିଜେପିରେ ଗୁଣ୍ଡା, ଠକ ଓ ଜମି ଜବରଦଖଲକାରୀଙ୍କ କଥା କହିବା ଉଚିତ । ଓଡ଼ିଶା ବିଜେପିର ଏଭଳି ନିମ୍ନସ୍ତରୀୟ ରାଜନୀତି ଯୋଗୁଁ ଲୋକମାନେ ସେମାନଙ୍କୁ ବାରମ୍ୱାର ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି କହିଛନ୍ତି ଇପ୍‌ସିତା ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami