ଚମ୍ପୁଆରେ ପାଣ୍ଡିଆନଙ୍କ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ କଲେ ଅନୁରୋଧ

Above Post Content

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ଜୋରଦାର ପ୍ରଚାର କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ବିଧାନସଭା ପ୍ରାର୍ଥୀ ସନାତନ ମହାକୁଡ଼ ଓ ଲୋକସଭା ପ୍ରାର୍ଥୀ ଧନୁର୍ଜୟ ସିଦ୍ଧଙ୍କୁ ବିପୁଳ ଭୋଟରେ ଜିତାଇବାକୁ ନିବେଦନ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ଉଭୟ ଏମଏଲଏ ଓ ଏମପି ବିଜେଡିରୁ ହେବା ଦରକାର । ଅନ୍ୟ ଦଳର ଏମପି ହେଲେ ବିକାଶ କାମରେ ବାଧା ଦେବେ । ଚାଲିଥିବା ବିକାଶ କାମକୁ ଅଟକାଇ ଦେବେ । ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର କାମର ତାଲିକା ମନେ ପକାଇ ଦେଇଛନ୍ତି ପାଣ୍ଡିଆନ । ବିନା ସୁଧରେ ୧୫ ଲକ୍ଷ ଟଙ୍କାର ଋଣ, ଲକ୍ଷ୍ମୀ ବସ୍ ରେ ମହିଳାଙ୍କୁ ୫ଟଙ୍କାରେ ଯାତ୍ରା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ୧୦ ହଜାର ଟଙ୍କା, ଧର୍ମସ୍ଥଳୀର ବିକାଶ ସହିତ ଆଦିବାସୀଙ୍କ ବିରୋଧରେ ଥିବା ୫୦ ହଜାର ମାମଲା ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଦିବାସୀଙ୍କ ଉନ୍ନତି ହେଉଛି ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ।

Middle post content

ବିଜେପିକୁ ଟାର୍ଗେଟ କଲେ ପାଣ୍ଡିଆନ

After 2nd paragraph post ads

ଆଦିବାସୀଙ୍କ ବଜେଟକୁ କେନ୍ଦ୍ର ସରକାର ହ୍ରାସ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ଅଧିକ ବଢ଼ାଇଛନ୍ତି । ସେହିପରି ଜଙ୍ଗଲଜାତ ଦ୍ରବ୍ୟର ଯେମିତି ଉଚିତ ମୂଲ୍ୟ ପାଇବେ ଆଦିବାସୀ ସେଥିପାଇଁ କରାଯାଇଛି ଲାଭ ଦାୟକ ଯୋଜନା । ବିରୋଧୀଙ୍କୁ ଟାର୍ଗେଟ କରି ପାଣ୍ଡିଆନ କହିଛନ୍ତି, ସେମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିଜୁଳି ବିଲ୍ ଛାଡ, ମିଶନ ଶକ୍ତି ମାଆଙ୍କୁ ଭତ୍ତା ମିଳିବ ବୋଲି ପ୍ରତିଶୃତି ସହିତ ଷଷ୍ଠ ଥର ପାଇଁ ଆସନ୍ତା ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଶପଥ ନେବେ ବୋଲି ଦୃଢ଼ତାର ସହିତ କହିଛନ୍ତି ପାଣ୍ଡିଆନ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami