ନିମାପଡ଼ା, ବାଲିକୁଦା-ଏରସମାରେ ପାଣ୍ଡିଆନଙ୍କ ପ୍ରଚାର

Above Post Content

ପୁରୀ : ପୁରୀ ଜିଲ୍ଲା ନିମାପଡ଼ାରେ ଜୋରଦାର ପ୍ରଚାର କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ଜନସଭାକୁ ସମ୍ବୋଧିତ କରି ବିଜେପି ନେତାଙ୍କୁ କଟୁ ସମାଲୋଚନା କରିଛନ୍ତି ପାଣ୍ଡିଆନ । ଏପରି ଜନସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜି ଯାଉଛି । ସେମାନଙ୍କ ମୁଣ୍ଡ କାମ କରୁନି । ବାହାରୁ ବିରୋଧୀ ବିଜେପିର ଅନେକ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆସୁଛନ୍ତି । ଆମ ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଅଶାଳୀନ ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଯିଏ ଅସମ୍ମାନ କରିବେ ତାଙ୍କୁ ଆପଣମାନେ କଡ଼ା ଜବାବ ଦେବେ ବୋଲି କହିଛନ୍ତି ପାଣ୍ଡିଆନ ।

ଲୋକଙ୍କୁ ଧମକ ଦେଉଛନ୍ତି ବିଜେପି ନେତା

After 2nd paragraph post ads
Middle post content

ଆସାମ ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ଆଟାକ କରିଛନ୍ତି ପାଣ୍ଡିଆନ । ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଆପଣଙ୍କ ଗୁରୁଙ୍କ ଗୁରୁ ସହ କ୍ୟାବିନେଟରେ କାମ କରିଛନ୍ତି । ୧୯୯୮ରେ ବାଜପେୟୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ଦେଇ ବ୍ୟବହାର କରିବାକୁ ବିନମ୍ର ଅନୁରୋଧ କରୁଛି । କେମିତି ଜଣେ ମୁଖ୍ୟମନ୍ତ୍ରୀ ସାଙ୍ଗରେ କଥା ହେବାର ଅଛି ଶିଖିକି ଯିବେ । ଅତିଥିଙ୍କୁ ଓଡ଼ିଶା ମାଟିରେ ଅସମ୍ମାନ୍ କଲେ ଠିକ୍ ଲାଗିବନି । ମହାପ୍ରଭୁ ଆପଣଙ୍କୁ ସଦବୁଦ୍ଧି ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯିଏ ଅପପ୍ରଚାର କରୁଛନ୍ତି ତାଙ୍କୁ ଭୋଟ ଜରିଆରେ କଡ଼ା ଜବାବ ଦିଅନ୍ତୁ । ବିଜେପିର ନେତାମାନେ ଜନତାଙ୍କୁ ଧମକ ଦେଉଛନ୍ତି । ଆମ ସରକାର ଆସୁଛି, ହଇରାଣ କରିବୁ, ବିଲ ପାସ କରିବାକୁ ଦେବୁ ନାହିଁ ବୋଲି କହୁଛନ୍ତି । ବିଜେଡିର ଗୋଟିଏ ବି କର୍ମୀଙ୍କର କିଛି କରିପାରିବେନି । ମୁଖ୍ୟମନ୍ତ୍ରୀ ଶାନ୍ତିର ବାର୍ତ୍ତା ଦେଇଛନ୍ତି । ଆପଣ ଆମକୁ ଧମକ ଦେଲେ ଆପଣ ଗୋଟିଏ ବି କାମ କରିପାରିବେନି ।

ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଉଛି ବିଜେପି

ମୁଖ୍ୟମନ୍ତ୍ରୀଙ୍କ ବିଜୁଳି ବିଲ୍ ବନ୍ଦ ଘୋଷଣା ପରେ ବିରୋଧୀଙ୍କୁ କରେଣ୍ଟ ଲାଗିଛି । କହୁଛନ୍ତି, ମାଗଣା ବିଜୁଳି ଦେବେ, ୫୦ ହଜାର ଟଙ୍କା ଲୋକେ ଖର୍ଚ୍ଚ କଲେ ଘରେ ଘରେ ସୋଲାର ପ୍ୟାନେଲ ଲଗାଇବେ । ସୂର୍ଯ୍ୟ କିରଣରୁ ମାଗଣା ବିଜୁଳି ଦେବେ ବୋଲି କହୁଛନ୍ତି । ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବାକୁ ଚେଷ୍ଟା କରୁଛନ୍ତି, ଏମାନଙ୍କୁ ଚିହ୍ନିକି ରଖନ୍ତୁ । ଷଷ୍ଠଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ବିଜୁଳି ବିଲ ଛାଡ଼ କରିବାକୁ ପ୍ରଥମ ଦସ୍ତଖତ କରିବେ । ଦ୍ୱିତୀୟ ଦସ୍ତଖତ ବିଏସକେୱାଇ ଯୋଜନା କାର୍ଡରେ କରିବେ । ମିଶନଶକ୍ତି ମାଆଙ୍କୁ ପେନସନ ପାଇଁ ତୃତୀୟ ଦସ୍ତଖତ କରିବେ । ଏ ସରକାର ଆପଣଙ୍କ ସରକାର, ଯୁବପିଢି ଓ ଚାଷୀ ଭାଇ ଭଉଣୀଙ୍କ ସରକାର । ଆପଣଙ୍କୁ କିଏ ବି ହାତ ମାରି ପାରିବେନି । ନବୀନ ବାବୁଙ୍କ ହାତ ଆପଣଙ୍କ ପଛରେ ଅଛି । ବିପୁଳ ଭୋଟରେ ଯୋଡ଼ି ଶଙ୍ଖରେ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କୁ ବିଜୟୀ କରାନ୍ତୁ ବୋଲି ପାଣ୍ଡିଆନ କହିଛନ୍ତି ।ସେହିପରି, ବାଲିକୁଦା-ଏରସମାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ପାଣ୍ଡିଆନ । ବିଶାଳ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପିକୁ କଡା ଟାର୍ଗେଟ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami