କାଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍

Above Post Content

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା। ଟ୍ରାକରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ ସହ ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍ । ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ଜଣ ଆହତ ହୋଇଥିବାନେଇ ସୂଚନା ରହିଛି ।
ସୂଚନା ଅନୁସାରେ, ଏହି ଦୁର୍ଘଟଣା ସକାଳ ୯:୩୦ ସମୟରେ ଘଟିଛି। ଟ୍ରେନ୍ ନମ୍ବର ୧୩୧୭୪ କାଞ୍ଚନଜଙ୍ଗା ଏକ୍ସପ୍ରେସ ଏକ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ଟ୍ରେନଟି କୋଲକତାରୁ ସିଆଲଦା ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିଲା । କାଞ୍ଚନଜଙ୍ଗା ଏକ୍ସପ୍ରେସ ଟ୍ରାକରେ ଠିଆ ହୋଇଥିବା ବେଳେ ପଛରୁ ଏକ ମାଲବାହୀ ଗାଡି଼ ଆସି ଧକ୍କା ଦେଇଥିଲା । ଯାହା ଫଳରେ ପାସେଞ୍ଜର ଟ୍ରେନର ୨ଟି ଏବଂ ଗୋଟିଏ ପାର୍ସଲ ବଗି ସମ୍ପୁର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି ।
ପୋଲିସ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସେହିପରି ସମସ୍ତ ସରକାରୀ ଏବଂ ପ୍ରାଇଭେଟ୍ ମେଡିକାଲକୁ ଆଲର୍ଟ ଜାରି କରାଯାଇଛି । ଉଦ୍ଧାର କାର୍ଯ୍ୟରେ ଡିଏମ୍, ଏମପି, ଡାକ୍ତରି ଟିମ୍, ଆମ୍ବୁଲାନ୍ସ ଏବଂ ଉଦ୍ଧାରକାରୀ ଦଳ ନିୟୋଜିତ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami