ମୁଖ୍ୟମନ୍ତ୍ରୀଠାରୁ ସ୍ୱଚ୍ଛ କେହି ନାହାନ୍ତି : ପାଣ୍ଡିଆନ

Above Post Content

ଭୁବନେଶ୍ୱର: ବିଜେପିର ଆତ୍ମବିଶ୍ୱାସ ବଢାଇବା ଲାଗି ବାହାରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଆସି ଓଡିଶାରେ ନିର୍ବାଚନ ପ୍ରଚାର କରୁଛନ୍ତି । ସମସ୍ତେ ଆସି ସ୍ଥାନୀୟ ବିଜେପି ନେତାଙ୍କୁ ବୁଷ୍ଟର ଡୋଜ୍ ଦେଉଛନ୍ତି । କିନ୍ତୁ, ସେମାନଙ୍କ ଡୋଜ୍ ସ୍ଥାନୀୟ ନେତାଙ୍କ ଉପରେ ଓଲଟା କାମ କରୁଛି । ବିଜେପି ଏଠି ନବୀନଙ୍କଠାରୁ ଅଧିକ ସ୍ୱଚ୍ଛ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବ ବୋଲି କହୁଛି । ଯଦି ଏହାକୁ ବିଶ୍ୱାସ କରାଯିବ ତେବେ ବିଜେପିକୁ ଆହୁରି ୨୦ରୁ ୨୫ ବର୍ଷ ଅପେକ୍ଷା କରିବାକୁ ପଡିବ ବୋଲି କହି କଟାକ୍ଷ କରିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ।

Middle post content

ବିଜେପି ପାଖରେ ନାହାନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

After 2nd paragraph post ads

ପାଣ୍ଡିଆନ ଆହୁରି କହିଛନ୍ତି, ଜଣେ କେନ୍ଦ୍ରମନ୍ତ୍ରୀ ଆସି କହିଲେ ଓଡିଶାରେ ଜଣେ ଯୁବକଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯିବ ବୋଲି ଘୋଷଣା କଲେ । ଏହି ଘୋଷଣା ଯୋଗୁଁ ରାଜ୍ୟର ଯେଉଁ ୫ ଜଣ ବିଜେପି ନେତା ନିଜକୁ ମୁଖ୍ୟମନ୍ତ୍ରୀ ଦାବିଦାର ବୋଲି ଭାବୁଥିଲେ, ସେମାନଙ୍କ ମନୋବଳ ଭାଙ୍ଗି ଯାଇଛି । ସେମାନେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ହେଲେ ସେମାନଙ୍କ ମୁହଁରୁ ନିରାଶା ଭାବ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡିଶାରେ ପ୍ରଚାର କରୁଥିବା ବେଳେ କହିଛନ୍ତି ନବୀନ ପଟ୍ଟନାୟକଙ୍କଠୁ ଅଧିକ ସ୍ୱଚ୍ଛ ଭାବମୂର୍ତ୍ତି ଥିବା ବିଜେପି ନେତାଙ୍କୁ ସେମାନେ ଓଡିଶାର ମୁଖ୍ୟମନ୍ତ୍ରୀ କରିବେ । ଏଥିରୁ ସ୍ପଷ୍ଟ ଯେ ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହାଁନ୍ତି । କାରଣ ଓଡିଶାରେ ମୁଖ୍ୟମନ୍ତ୍ରୀଙ୍କଠାରୁ ସ୍ୱଚ୍ଛ ପ୍ରାର୍ଥୀ ବର୍ତ୍ତମାନ ପର୍ଯ୍ୟନ୍ତ ଜନ୍ମ ହୋଇନାହାଁନ୍ତି । ଆଉ ବିଜେପିରେ ସ୍ୱଚ୍ଛ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଆହୁରି ୨୦ରୁ ୨୫ବର୍ଷ ଅପେକ୍ଷା କରିବାକୁ ପଡିବ । ବିଜେପିର ସତ ସାହସ ଅଛି ତ ସେମାନେ କହୁଥିବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରନ୍ତୁ ।

Below Post Content

Leave a Comment

Your email address will not be published. Required fields are marked *

RSS
Follow by Email
Scroll to Top
Close Bitnami banner
Bitnami