ୟାସିନ ମଲ୍ଲିକ ଥିଲା ଆତଙ୍କବାଦୀ ସଲ୍ଲାଉଦ୍ଦିନର ବୁଥ୍ ଏଜେଣ୍ଟ୍, ଯାହାକୁ ମନମୋହନ ସିଂହ କରିଥିଲେ ସରକାରୀ ଅତିଥି

ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟର ମୁଖ୍ୟ ୟାସିନ ମଲ୍ଲିକକୁ ଦିଲ୍ଲୀର ସ୍ପେଶାଲ ଏନଆଇଏ କୋର୍ଟ୍ ୨୦୧୭ ଟେରର ଫଣ୍ଡିଂ ମାମଲାରେ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଛି । ବୁଧବାର ୟାସିନ ମଲ୍ଲିକକୁ ସଜ୍ଜା ମିଳିବା ପରେ କାଶ୍ମୀରରେ ଚାପା ଉତ୍ତେଜନା ପ୍ରକାଶ ପାଇଛି । କାଶ୍ମୀରରେ ହିନ୍ଦୁଙ୍କ ପଳାୟନ ପାଇଁ ସର୍ବାଧିକ ଦାୟୀ ୟାସିନ କିଛିଙ୍କ ପାଇଁ ସ୍ୱାଧିନତା ସଂଗ୍ରାମୀ । ୟାସିନ ମଲ୍ଲିକକୁ ଦଣ୍ଡ ମିଳିବା ପରେ ଏବେ ଏହି ପୁରୁଣା ଜିହାଦୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅନେକ ୟାସିନର ଅତିତ ବିଶୟରେ ଜାଣିବାକୁ ଚାହାନ୍ତି । ଆସନ୍ତୁ ଜାଣିବା ୟାସିନ୍ କିଏ ଓ କେମିତି ସେ କାଶ୍ମୀର ପଣ୍ଡିତଙ୍କ ପାଇଁ ଆତଙ୍କର କାରଣ ହୋଇଥିଲା

ୟାସିନ୍: ୩୦ ବର୍ଷ ତଳର ଇତିହାସ

ୟାସିନ୍ ମୁଳତଃ ଶ୍ରୀନଗରର ବାସିନ୍ଦା । ତା’ ଉପରେ ୪ ଜଣ ବାୟୁସେନା ଅଧିକାରୀଙ୍କ ହତ୍ୟା ସମେତ ଆହୁରି ବହୁତ ଜଘନ୍ୟ ଅଭିଯୋଗ ରହିଛି । ଏପ୍ରିଲ ୩ ତାରିଖ ୧୯୬୬ରେ ୟାସିନର ଜନ୍ମଶ୍ରୀନଗରର ମାୟସୁମାରେ ଜନ୍ମିତ ୟାସିନର ପିତା ସରକାରୀ ବସ୍ ଡ୍ରାଇଭର ଥିଲେ । ୧୯୮୦ ଦଶକରେ ୟାସିନ ଆତଙ୍କବାଦର ରାସ୍ତା ଧରିଥିଲା । ସେ ସେତେବେଳେ ତାଲା ପାର୍ଟି ନାମକ ଏକ ଦଳ ଗଠନ କରିଥିଲେ । ୧୯୮୩ ମସିହା ଭାରତ-ୱେଷ୍ଟ ଇଣ୍ଡିଜ୍ ମ୍ୟାଚ୍ କାଳରେ ହଙ୍ଗାମା ସୃଷ୍ଟି କରି ସେ ଚର୍ଚ୍ଚାକୁ ଆସିଥିଲା । ୧୯୮୪ରେ ଜେକେଏଲଏଫର ମୁଖ୍ୟ ମକବୁଲ ଭଟ୍ଟର ଫାଶୀ ପରେ ସେ ଖୋଲାଖୋଲି ଭାରତକୁ ବିରୋଧ କରିବା ଆରମ୍ଭ କରିଥିଲା ।

ବିଚାରପତି ନିଲକଣ୍ଠ ଗଂଜୁ ଏହି ଫାଶୀ ଆଦେଶ ଦେଇଥିଲେ । ଯାହାକୁ ବିରୋଧ କରି ୟାସିନ୍ ଜେଲକୁ ଯାଇଥିଲା । ଜେଲରୁ ମୁକୁଳିବା ପରେ ୟାସିନ୍ ନିଜ ଦଳର ନାମ ଇସଲାମିକ ଷ୍ଟଡେଣ୍ଟ୍ ଲିଗ୍ କରିଥିଲା । ଏହି ସମୟରେ ତା’ ସହିତ ଜାଭେଦ ମିର, ଅଫଫାକ୍ ବାନି ଓ ଅବଦୁଲ୍ ହମିଦ ଶେଖ ଭଳି ଆତଙ୍କବାଦୀ ଯୋଡି ହୋଇଥିଲେ । ଅଶଫାକ ବାନି ହିଁ ୧୯୮୯ରେ ତତ୍କାଳୀନ କେନ୍ଦ୍ର ଗୃହମନ୍ତ୍ରୀ ମୁଫତି ମହମ୍ମଦ ସାଇଦଙ୍କ ଝିଅର ଅପହରଣ କରିଥିଲା ।

ୟୁସୁଫ ଶାହାରୁ ଆତଙ୍କବାଦୀ ସାଲ୍ଲାଉଦ୍ଦିନ୍

୧୯୮୬ ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ବିରୋଧରେ ପ୍ରଚାର କରିଥିଲା । ଏହି ସମୟରେ ସେ ମୁସଲିମ୍ ୟୁନାଇଟେଡ୍ ଫ୍ରଣ୍ଟ ଜଏନ କରିଥିଲା । ଏହି ଫ୍ରଣ୍ଟର ଜଣେ ପ୍ରାର୍ଥୀ ଥିଲା ମହମ୍ମଦ ୟୁଶୁଫ ଶାହାୟାସିନ ମହମ୍ମଦ ୟୁଶୁଫ ସାହାର ବୁଥ୍ ଏଜେଣ୍ଟ୍ ଥିଲା । ଭୋଟ୍ ଗଣତି ଦିନ ଦି’ପହର ପର୍ଯ୍ୟନ୍ତ ୟୁସୁଫ ଆଗୁଆ ଥିଲା । କିନ୍ତୁ ଅଚାନକ ସେ ହାରି ଯାଇଥିଲା । ପରାଜିତ ୟୁସୁଫ୍ ପାକିସ୍ତାନକୁ ଚାଲିଯାଇଥିଲା । ସେଠାରେ ଆଇଏସଆଇ ଆଶ୍ରୟରେ ହିଜବୁଲ ମୁଜାହିଦ୍ଦିନ ନାମକ ସଂଗଠନ ତିଆରି କରିଥିଲା । ଆଉ ତା’ର ନାମ ବଦଳି ହୋଇଥିଲା ସାଲ୍ଲାଉଦ୍ଦିନ୍ଏହି ସାଲ୍ଲାଉଦ୍ଦିନ ପରବର୍ତି କାଳରେ କାଶ୍ମୀରରେ ଆତଙ୍କ ସୃଷ୍ଟି କରିଥିଲା ।

୧୯୮୮ରେ ପାକିସ୍ତାନକୁ ପଳାୟନ

ୟୁସୁଫ ଭଳି ୟାସିନ ମଧ୍ୟ ୧୯୮୮ରେ ପାକିସ୍ତାନକୁ ଚାଲିଯାଇଥିଲା । ସେଠାରେ ପାକ୍ ଅଧିକୃତ କାଶ୍ମୀରରେ ପ୍ରଶିକ୍ଷଣ ନେଇ ଭାରତ ଫେରିଥିଲା । ତାକୁ ଆଇଏସଆଇ ଜେକେଏଲଏଫର ଏରିଆ କମାଣ୍ଡର କରିଥିଲା । ସେ ମଧ୍ୟ ଅଫଫାକ, ହମିଦ ଓ ଜାଭେଦ ସହିତ ମିଶି ହାଜି ନାମକ ଗୋଷ୍ଠୀ ତିଆରି କରିଥିଲା । ଏହି ଗୋଷ୍ଠୀ ହିଁ ରୁବିଆ ସଇଦ୍ଙ୍କ ଅପହରଣ କରିଥିଲା

ମନମୋହନ ସରକାର ଅମଳରେ ସରକାରୀ ଅତିଥି

କାଶ୍ମୀର ପଣ୍ଡିତ ନିଜ ଅବସ୍ଥା ପାଇଁ ୟାସିନକୁ ଦାୟୀ କରନ୍ତି ୨୦୦୨ରେ ଅଟଳ ବିହାରୀ ସରକାର ଅମଳରେ ୟାସିନ ଗିରଫ ମଧ୍ୟ ହୋଇଥିଲା । କିନ୍ତୁ ୨୦୦୪ରେ ସରକାର ପରିବର୍ତ୍ତନ ସହିତ କେନ୍ଦ୍ରର କାଶ୍ମୀର ନୀତିରେ ପରିବର୍ତ୍ତନ ଘଟିଥିଲା । ଆଉ ଅଚାନକ ୟାସିନ୍ ଆତଙ୍କବାଦୀରୁ ଗାନ୍ଧିବାଦୀ ପାଲଟି ଯାଇଥିଲା । ମିଡିଆ ମଧ୍ୟ ତା’ର ପୁରୁଣା କୁକୃତ୍ୟକୁ ଭୁଲି ତା’ର ମହିମାମଣ୍ଡନ କରିବା ଆରମ୍ଭ କରିଥିଲା । ଏପରିକି ୨୦୦୬ରେ କାଶ୍ମୀରର ଅନ୍ୟ ବିଛିନ୍ନତାବାଦୀ ନେତାଙ୍କ ସହିତ ୟାସିନକୁ ମନମୋହନ ସିଂହ ନିଜ ସରକାରୀ ବାସଭବନକୁ ନିମନ୍ତ୍ରଣ କରିଥିଲେ । ଏବେ ୟାସିନ ସହିତ ମନମୋହନଙ୍କ ସେହି ଫଟୋ ମିଡିଆରେ ଭାଇରାଲ ହେବାର ଲାଗିଛି

jammu kashmir liberation chairmanjammu kashmir liberation frontjammu kashmir liberation front leaderjklf chief with manmohan singhjklf chief yasin malikkashmir genocide victimskashmiri separatist with manmohan singhkashmiri separatist yasin maliknia court delhiterror funding caseyasin malikyasin malik and manmohan singhyasin malik life imprisonment
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami