ଦିଲ୍ଲୀର ବିଭିନ୍ନ ବିଦ୍ୟାଳୟ ଉପରେ ବୋମାମାଡ଼ ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ୧୧ଟି ବିଦ୍ୟାଳୟ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦିଆଯାଇଥିବା ଏକ ଇମେଲ ଆସିଛି । ଏହି ଖବର ପାଇବା ପରେ ଦିଲ୍ଲୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ମେଲ ଦିଲ୍ଲୀ ପବ୍ଲିକ ସ୍କୁଲ ଏବଂ ମଦର ମେରି ସ୍କୁଲକୁ ମିଳିଥିଲା । ତୁରନ୍ତ ବିଦ୍ୟାଳୟଗୁଡ଼ିକୁ ଖାଲି କରି ଦିଆଯାଇଥିଲା । ଏହା ଶୁଣିବା ପରେ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି ।

ଧମକ ପରେ ସ୍କୁଲଗୁଡ଼ିକୁ ଖାଲି କରି ଦିଆଯାଇଛି

ଏନସିଆରର ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ ଆସିଛି, ଯେଉଁଥିରେ ସ୍କୁଲକୁ ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଛି । ମେଲରେ ଉଲ୍ଲେଖ କରାଯାଇଛି ଯେ, ଦିଲ୍ଲୀର ପ୍ରାୟ ୧୧ଟି ବିଦ୍ୟାଳୟରେ ବୋମାମାଡ଼ ଧମକ ଆସିଛି । ଯେଉଁଥିରେ ଡିପିଏସ୍‌, ଆମିଟି, ମଦର ମେରି ସ୍କୁଲ୍ ସହିତ ବଡ଼ ବଡ଼ ବିଦ୍ୟାଳୟ ଅନ୍ତର୍ଭୁକ୍ତ । ବୋମାମାଡ଼ ଧମକ ପରେ ସ୍କୁଲଗୁଡ଼ିକୁ ତୁରନ୍ତ ଖାଲି କରାଯାଇଛି । ଏପରିକି ମଦର ମେରି ସ୍କୁଲର ପରୀକ୍ଷାକୁ ଅଧାରୁ ବାତିଲ କରାଯାଇଛି । ପୋଲିସର ସୂଚନାନୁସାରେ, ଦ୍ୱାରକାସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଛି, ଯେଉଁଥିରେ ଲେଖାଯାଇଛି ଯେ ସ୍କୁଲରେ ବୋମା ଅଛି । ସତର୍କତାମୂଳକ ଭାବେ ବିଦ୍ୟାଳୟରୁ ସମସ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ଦିଲ୍ଲୀ ପୋଲିସ, ବୋମା ନିଷ୍କ୍ରିୟକାରୀ ଦଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏବେ ବୋମା ଖୋଜା ଚାଲିଛି । ତେବେ ଏପର୍ଯ୍ୟନ୍ତ କିଛି ମିଳିନାହିଁ ।

bomb in delhi 11 schoolbomb in delhi school
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami