୬୦ ବର୍ଷ ପରେ ବୃଦ୍ଧା ପିନ୍ଧିଲେ ବିବାହ ପୋଷାକ

ବିବାହ ହେଉଛି ଦୁଇଟି ଆତ୍ମାର ମିଳନ । ବିବାହ ପରେ ଉଭୟ ଦୁଃଖସୁଖରେ ସାତ ଜନ୍ମ ପାଇଁ ସାଥୀ ହୋଇ ରହିବାକୁ ଶପଥ ନେଇଥାନ୍ତି । ଅନେକ ଲୋକ ନିଜ ଜୀବନସାଥୀଙ୍କ ସହ ଖୁସିରେ ବୈବାହିକ ଜୀବନ ଅତିବାହିତ କରିବା ଲାଗି ସମସ୍ତ ଶକ୍ତି ଲଗାଇ ଦେଇଥାନ୍ତି । କିଛି ଏଭଳି ଦୃଶ୍ୟ ଆଜିର ଏହି କାହାଣୀରେ ଆପଣ ଦେଖିବାକୁ ପାଇବେ । ଭାଇରାଲ ଭିଡିଓରେ ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମର ମୂହୁର୍ତ୍ତ ଦେଖିବାକୁ ମିଳୁଛି । ଜଣେ ବୃଦ୍ଧା ୬୦ ବର୍ଷ ତଳେ ବିବାହ ସମୟରେ ପିନ୍ଧିଥିବା ଡ଼୍ରେସକୁ ପିନ୍ଧି ପୁରୁଣା ସ୍ମୃତିକୁ ତାଜା କରିଛନ୍ତି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

୬୦ ବର୍ଷ ତଳର ସ୍ମୃତିକୁ କଲେ ତାଜା

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବୃଦ୍ଧା ୬୦ ବର୍ଷ ପରେ ପୁଣିଥରେ ପୂର୍ବ ଦିନକୁ ମନେ ପକାଇ ବିବାହ ପୋଷାକ ପିନ୍ଧିଛନ୍ତି । ଏହାକୁ ଦେଖି ତାଙ୍କ ସ୍ୱାମୀ ଖୁସିରେ ବିଭୋର ହୋଇଯାଉଛନ୍ତି । ଏହି ସମୟର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଏହି ଭିଡିଓକୁ ଦେଖିବା ପରେ ଲୋକେ ଖୁବ୍ ପସନ୍ଦ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଉକ୍ତ ଦମ୍ପତିଙ୍କ ଭଲପାଇବାକୁ ଖୁବ୍ ପ୍ରଶଂସା କରିଛନ୍ତି ।

viral videowoman wears wedding dress after 60 years
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami