ଭାରତ ସରକାରଙ୍କୁ କାହିଁକି ‘ସରି’ କହିଲା ଗୁଗୁଲ ?

ନୂଆଦିଲ୍ଲୀ: ଗୁଗୁଲର ଏଆଇ ଚାଟ୍ ବଟ ଜେମିନୀ (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ଆପତ୍ତିଜନକ ପ୍ରତିକ୍ରିୟା ଦେଇଥିଲା, ଯେଉଁଥିପାଇଁ ଏବେ ଗୁଗୁଲକୁ ବର୍ତ୍ତମାନ କ୍ଷମା ମାଗିବାକୁ ପଡିଛି । ଏହି ପ୍ରସଙ୍ଗରେ ଭାରତ ସରକାର ଗୁଗୁଲକୁ ନୋଟିସ ପଠାଇଥିଲେ । ଗୁଗୁଲକୁ ଏଭଳି ଭୁଲର କାରଣ ତଲବ କରାଯାଇଥିଲା ।

ବିବାଦୀୟ ନେତା ବୋଲି କହିଥିଲା ଗୁଗୁଲ ଏଆଇ

ସୂତ୍ରରୁ ପ୍ରକାଶ ଯେ, ଆଇଟି ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଚନ୍ଦ୍ରଶେଖର କହିଛନ୍ତି ଯେ, ଗୁଗୁଲ ଏହି ପ୍ରସଙ୍ଗରେ କ୍ଷମା ମାଗିଛି ଏବଂ କହିଛି ଯେ,ରାଜନୈତିକ ପ୍ରସଙ୍ଗ ପାଇଁ ଏହାର ପ୍ଲାଟଫର୍ମ ଜେମିନୀ ନିର୍ଭରଯୋଗ୍ୟ ନୁହେଁ । ଶୁକ୍ରବାର ଦିନ ରାଜୀବ ଚନ୍ଦ୍ରଶେଖର ଗୁଗୁଲକୁ ଚେତାବନୀ ଦେଇ କହିଥିଲେ ଯେ,ଜେମିନୀର ପ୍ରତିକ୍ରିୟା ଆଇଟି ଆକ୍ଟ୩ (୧) (ବି) ଏବଂ ଅପରାଧିକ ଆଇନର ପ୍ରାବଧାନ ଅନୁସାରେ ନିୟମ ଉଲ୍ଲଂଘନ କରୁଛି ।ସୂଚନାଯୋଗ୍ୟ ଯେ ନିକଟରେ ଶ୍ରୀମୋଇ ତାଲୁକଦାନ ନାମକ ଜଣେ ଉପଭୋକ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମ-ଏକ୍ସ’ରେ ଏକ ପୋଷ୍ଟ ଫରୱାର୍ଡ୍ କରିଥିଲେ । ଯେଉଁଥିରେ ଏକ ପ୍ରଶ୍ନର ଉତ୍ତରରେ ଗୁଗୁଲର ଏଆଇ ଆପତ୍ତିଜନକ ଉତ୍ତର ଦେଇଥିଲା । ଏହା ଉପରେ ଶ୍ରୀମୋୟ ସରକାରଙ୍କୁ ପଦକ୍ଷେପ ନେବାକୁ କହିଥିଲେ । ଗୁଗୁଲ ଏଆଇକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାବଦରେ ପ୍ରଶ୍ନ ପଚାରିବାରେ ସେ ତାଙ୍କୁ ଜଣେ ବିବାଦୀୟ ନେତା ବୋଲି କହିଥିଲା ।

ଅନେକ ସମୟରେ ଭୁଲ ତଥ୍ୟ ଦେଇଥାଏ ଜେମିନୀ

ସୂଚନାଯୋଗ୍ୟ ଯେ, ଭାରତ ସରକାର ଏହା ମଧ୍ୟ କହିଛନ୍ତି ଯେ ଗୁଗୁଲର ଏଆଇ ଜେମିନୀକୁ ଭାରତରେ ବ୍ୟବହାର ପାଇଁ ଅନୁମତି ନେବାକୁ ପଡ଼ିବ । ଏଆଇ ଜେମିନିର ଅନେକ ଉପଭୋକ୍ତା କହିଛନ୍ତି ଯେ ଏଥିରେ ଯେଉଁ ଚିତ୍ରଗୁଡ଼ିକ ତିଆରି ହୁଏ ତାହା ଐତିହାସିକ ଭାବେ ଭୁଲ୍ ଏବଂ ଏଥିରେ ପ୍ରଦର୍ଶିତ ବିଷୟବସ୍ତୁ ପକ୍ଷପାତପୂର୍ଣ୍ଣ ହୋଇଥାଏ । ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ମଧ୍ୟ ଏହି ବିଷୟକୁ ଗୁରୁତ୍ୱର ସହ ନେଇଛନ୍ତି ଏବଂ କହିଛନ୍ତି ଯେ ଜେମିନୀ ଅନେକ ସମୟରେ ଭୁଲ ତଥ୍ୟ ଦେଇଥାଏ ।

ai GoogleGoogle say sorry to the Indian government
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami