ଶାହାଜାହାନଙ୍କ ବିରୋଧରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣର ଅଭିଯୋଗ

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖଲିରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ଘରେ ଚଢାଉ କାଳରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ତିନି ଜଣ ଇଡି ଅଧିକାରୀ ଆହତ ହୋଇଛନ୍ତି । ତେବେ ଇଡି ଅଧିକାରୀଙ୍କ ସହ କେନ୍ଦ୍ରୀୟ ସୁରକ୍ଷା ବଳର ସୁରକ୍ଷା କର୍ମୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । କିନ୍ତୁ ସେମାନେ ମଧ୍ୟ ସୁରକ୍ଷା ଦେବାରେ ଅକ୍ଷମ ହୋଇଥିଲେ । ଆହତ ଇଡି ଅଧିକାରୀଙ୍କ ସହିତ ସୁରକ୍ଷାକର୍ମୀଙ୍କୁ ସେଠାରୁ ପଳାୟନ କରିବାକୁ ପଡିଥିଲା । ଇଡି ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ସମଗ୍ର ବଙ୍ଗଳାରେ ଆଲୋଡ଼ନ ସୃଷ୍ଟି କରିଛି । ଆକ୍ରମଣରେ ରୋହିଙ୍ଗ୍ୟାଙ୍କ ସମ୍ପୃକ୍ତି ନେଇ ଏନଆଇଏ ତଦନ୍ତ ଦାବି କରିଛି ବିଜେପି, କିନ୍ତୁ ଏହି ଶାହାଜାହାନ ଶେଖ କିଏ? ଯାଗା ଇଶାରାରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

ଶାହାଜାହାନ ଶେଖ କିଏ?

ଯାହାକୁ ସମର୍ଥନ କରି ଏତେ ସଂଖ୍ୟକ ଲୋକ ସକାଳ ସାତଟାରେ ଏକାଠି ହୋଇ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ଉପସ୍ଥିତିରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ,ସେହି ଶାହାଜାହାନ କିଏ ? ଶାହାଜାହାନ ଶେଖ ଟିଏମସିର ଜଣେ ନେତା ଏବଂ ବର୍ତ୍ତମାନ ଜିଲା ପରିଷଦର ଅଧିକାରୀ ଅଛନ୍ତି । ଏହାପୂର୍ବରୁ ସେ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଥିଲେ । କୁହାଯାଏ ଯେ ଶାହାଜାହାନ ଶେଖଙ୍କର ଏହି ଅଞ୍ଚଳରେ ବହୁତ ପ୍ରଭାବ ରହିଛି ଏବଂ ତାଙ୍କ ନିର୍ଦ୍ଦେଶ ବିନା ସନ୍ଦେଶଖାଲିରେ ପତ୍ର ବି ହଲେ ନାହିଁ ବୋଲି କୁହାଯାଏ । ତେବେ ସେ ପୂର୍ବରୁ ଟିଏମସିରେ ନଥିଲେ । ସେ ଏକଦା ସିପିଏମ ସମର୍ଥକ ଥିଲେ, କିନ୍ତୁ ଯେତେବେଳେ ୨୦୧୧ ରେ ସରକାର ବଦଳିଲେ, ସେ ସିପିଆଇ (ଏମ) ଛାଡି ଟିଏମସିରେ ଯୋଗ ଦେଇଥିଲେ । ଟିଏମସିରେ ଯୋଗଦେବା ପରେ ତାଙ୍କର ଶକ୍ତି କ୍ରମାଗତ ଭାବେ ବୃଦ୍ଧି ପାଇଛି ।

ଶାହଜାହାନ ଶେଖ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ଖାସ

ଅନେକ ଶାହାଜାହାନ ଶେଖଙ୍କୁ ରାଜ୍ୟର ପୂର୍ବତନ ଖାଦ୍ୟ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ଖାସ ଲୋକ ବୋଲି ଜାଣନ୍ତି । ଜ୍ୟୋତିପ୍ରିୟା ମଲ୍ଲିକ ବର୍ତ୍ତମାନ ରାସନ ସ୍କାମ ମାମଲାରେ ଜେଲରେ ଅଛନ୍ତି । ଇଡି ତାଙ୍କୁ ଗିରଫ କରିଥିଲା । ସନ୍ଦେଶଖଲିରେ ମେଣ୍ଢା,ଛେଳି ଫାର୍ମ ସହିତ ଇଟାଭାଟି ମାଲିକ ଶାହାଜାହାନ ପ୍ରକୃତରେ ଏହି ଅଞ୍ଚଳର ଅଘୋଷିତ ‘ନବାବ’ ବୋଲି ସ୍ଥାନୀୟ ଲୋକ କୁହନ୍ତି । ଗତ ପଞ୍ଚାୟତ ନିର୍ବାଚନ ସମୟରେ ଶୁଭେନ୍ଦୁ ଆଦିକାରୀ ତାଙ୍କ ସମ୍ପତ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ବିରୋଧୀ ଦଳର ନେତା ଅଭିଯୋଗ କରିଛନ୍ତି ଯେ ଶାହାଜାହାନ ପ୍ରକୃତରେ କେତେ ସମ୍ପତ୍ତିର ମାଲିକ ସେସମ୍ପର୍କରେ ନିର୍ବାଚନୀ ହଲଫନାମାରେ ପ୍ରକାଶ କରିନାହାଁନ୍ତି । ପାର୍କ ସର୍କସରେ ତାଙ୍କର ଏକ ସପିଂ ମଲ୍ ଏବଂ କୋଟି କୋଟି ଟଙ୍କା ମୂଲ୍ୟର ଘର ଅଛି ବୋଲି ଶୁଭେନ୍ଦୁ ଆଧିକାରୀ ଦାବି କରିଛନ୍ତି ।

ଆକ୍ରମଣରେ ସାମିଲ ଲୋକଙ୍କ ପରିଚୟ ଦେଲେ ଶୁଭେନ୍ଦୁ

ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ଦିନ ସୋସିଆଲ ସାଇଟ୍ ଢ ରେ ଟ୍ୱିଟ୍ କରି ଆକ୍ରାମଣକାରୀଙ୍କ ପରିଚୟ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, “ ଯେଉଁ ଆତଙ୍କବାଦୀମାନେ ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲିରେ ଇଡି ଅଧିକାରୀ, ଉଜଚୠ ଯବାନ ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିଥିଲେ,ସେମାନେ ହେଉଛନ୍ତି :ସେଖ ଆଲାମଗିର; ଶେଖ ଶାହାଜାହାନଙ୍କ ସାନ ଭାଇ । ଜିଆଉଦ୍ଦିନ, କୁଖ୍ୟାତ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକାରୀ, ହତ୍ୟାକାରୀ ଏବଂ ବର୍ତ୍ତମାନ ସରବେରିଆ-ଅଗ୍ରହାଟୀ ଗ୍ରାମ ପଞ୍ଚାୟତର ମୁଖ୍ୟ । ଶେଖ ସିରାଜୁଦ୍ଦିନ,ଶେଖ ଶାହାଜାହାନଙ୍କ ଭାଇ । ମମତା ବାନାର୍ଜୀଙ୍କ ପ୍ରୋତ୍ସାହନ ଏବଂ ସମର୍ଥନ କାରଣରୁ ଶେଖ ଶାହାଜାହାନଙ୍କ ପରି ଅପରାଧୀମାନେ ରୋହିଙ୍ଗ୍ୟାମାନଙ୍କୁ ନିଜର ଗୁଣ୍ଡା ଭାବରେ କାର୍ଯ୍ୟ କରିବା ଏବଂ ଆତଙ୍କ ସୃଷ୍ଟି କରିବାକୁ ବ୍ୟବହାର କରୁଛନ୍ତି । ଏହି ସମସ୍ତ ଦେଶ ବିରୋଧୀଙ୍କ ବିରୋଧରେ ଘଓଇ ତୁରନ୍ତ ପଦକ୍ଷେପ ନେବା ଉଚିତ । ”

ଅନୁସନ୍ଧାନକାରୀ ଅଧିକାରୀମାନଙ୍କ ଉପରେ ଏଭଳି ଆକ୍ରମଣ ପ୍ରଥମ ନୁହେଁ । ଏହାପୂର୍ବରୁ ତାଙ୍କ ଅଞ୍ଚଳରେ ପୋଲିସ ଉପରେ ଆକ୍ରମଣ କରାଯାଇଥିଲା । ତେଣୁ ପ୍ରଶାସନ ପାଇଁ କିଛି ବି ଅଜଣା ନୁହେଁ । ତେବେ ବଡ ନେତାଙ୍କ ସହିତ ଶାହାଜାହାନଙ୍କ ସମ୍ପର୍କ କାରଣରୁ ସେ ବର୍ତ୍ତି ଯାଉଛନ୍ତି । ସନ୍ଦେଶଖାଲିର ଏହି ‘ବାହୁବଲୀ’ ନେତାଙ୍କ ହାତରେ ଭୋଟ୍ ବ୍ୟାଙ୍କ ଅଛି । ଏହି କ୍ଷେତ୍ର ସଂଖ୍ୟାଲଘୁ ବହୁଳ ହୋଇଥିବାରୁ ଟିଏମସି ଶାହାଜାହାନକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନି ବୋଲି ରାଜନୈତି ପର୍ଯ୍ୟବେକ୍ଷକ କୁହନ୍ତି ।

Allegation of assault on ED officer against ShahjahanShah Jahan Sheikh
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami