ଆଫଗାନିସ୍ତାନରେ ISI ମୁଖ୍ୟଙ୍କ ଉପସ୍ଥିତିର ଅର୍ଥ କ’ଣ ? ଭାରତ ପାଇଁ କାହିଁକି ଏହା ଶୁଭଙ୍କର ନୁହେଁ ?

ତାଲିବାନ ଯେଉଁଭଳି ଭାବେ ମାତ୍ର କେଇଦିନ ମଧ୍ୟରେ ପୁରା ଆଫଗାନିସ୍ତାନକୁ ନିଜ କବଜାକୁ ନେଲା ତାହା ଆମେରିକା ସମେତ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ଆମେରିକୀୟ ସେନାର ଅନୁମାନ ଥିଲା ଯେ, ଆଫଗାନିସ୍ତାନ ଉପରେ କବଜା ପାଇଁ ତାଲିବାନକୁ ଅତିକମରେ ୯୦ ଦିନ ସମୟ ଲାଗିବକିନ୍ତୁ ପେଣ୍ଟାଗନର ଅନୁମାନ ଭୁଲ ସାବ୍ୟସ୍ତ ହୋଇଥିଲା । ଏଭଳି ପରିସ୍ଥିତିରେ ତାଲିବାନର ବିଜୟ ପାଇଁ କେଉଁ କାରଣ ସବୁଠାରୁ ବଡ ଥିଲା ? ଉତ୍ତର ହେଉଛି ପାକିସ୍ତାନପାକିସ୍ତାନ ହିଁ ତାଲିବାନକୁ କେବଳ ରଣନୈତିକ ସାହାଯ୍ୟ କରୁନଥିଲା ଏହାର ସୈନିକ ମଧ୍ୟ ଆଫଗାନିସ୍ତାନରେ ତାଲିବାନ ପଟୁ ଲଢୁଥିଲେ । ଆଫଗାନିସ୍ତାନରେ ନିଜ ପସନ୍ଦର ସରକାର ଗଠନ କରିବା ହେଉଛି ପାକିସ୍ତାନର ଲକ୍ଷ୍ୟ । ରବିବାର ଦିନ ପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟ ଲେଫ୍ଟନାଣ୍ଟ୍ ଜେରାଲ ଫୈଜ୍ ଅହମ୍ମଦ କାବୁଲରେ ପହଂଚିଛନ୍ତି । ଆଇ ଏସ ଆଇ ମୁଖ୍ୟଙ୍କ କାବୁଲରେ ପହଂଚିବା ଅର୍ଥ କ’ଣ ? କାହିଁକି ଭାରତ କହିଲା ତାଲିବାନକୁ ସାହାଯ୍ୟ କରୁଥିବା ପାକିସ୍ତାନ ଉପରେ ନଜର ରଖିବାକୁ ପଡିବ ?

ପଂଜଶୀର ଜିତିବାକୁ ଆସିଲେ ଫୈଜ୍ ?

ପଂଜଶୀର ତାଲିବାନ ପାଇଁ ଅଭେଦ୍ୟ ଗଡ଼ ହୋଇ ରହିଛି । ୧୯୯୬ରେ ଏହା ତାଲିବାନ କବଜାକୁ ଆସିନଥିଲ କି ଏବେ ମଧ୍ୟ ଏହା ତାଲିବାନ ନିୟନ୍ତ୍ରଣରେ ନାହିଁ । ପୂର୍ବ ସରକାରର ଉପରାଷ୍ଟ୍ରପତି ତଥା କାର୍ଯ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ସେଠାରୁ ତାଲିବାନ ବିରୋଧରେ ସଂଘର୍ଷର ନେତୃତ୍ୱ ନେଉଛନ୍ତି । ପଂଜଶୀର ଉପରେ ତାଲିବାନ କବଜା କରିଥିବା ଦାବି କରୁଥିବା ବେଳେ ପଂଜଶୀର ରେସିଷ୍ଟାନ୍ସ ଫୋର୍ସର ଦାବି ଯେ, ୭ ଶହ ତାଲିବାନୀ ସୈନିକ ଯୁଦ୍ଧରେ ମରିଛନ୍ତି ଓ ହଜାରରୁ ଅଧିକ ଧରା ପଡିଛନ୍ତି । ମୃତ ତାଲିବାନୀ ଯୋଦ୍ଧାଙ୍କ ମଧ୍ୟରୁ କିଛିଙ୍କଠାରୁ ପାକ୍ ସେନାର ଆଇଡି କାର୍ଡ୍ ଜବତ କରିଥିବା ନର୍ଦ୍ଦର୍ଣ୍ଣ ଆଲାଏନ୍ସ ଦାବି କରିଛି । ଏମିତିରେ ଫୈଜ୍ ପଂଜଶୀର ଉପରେ ଆକ୍ରମଣ ଜୋରାଦାର କରିବାକୁ ଆସିଥିବା କିଛି ଅସମ୍ଭବ ନୁହେଁ ।

ହକ୍କାନୀ ଗ୍ରୁପକୁ କଣ୍ଟ୍ରୋଲ ଦେବାକୁ ଚାହୁଁଛି ପାକିସ୍ତାନ

ତାଲିବାନ ଅନେକ ୱାରଲର୍ଡ୍ ଓ ଗୋଷ୍ଠୀଙ୍କ ଏକ ମେଣ୍ଟ । ଏହି ମେଣ୍ଟରେ ସାମିଲ ଥିବା ହକ୍କାନୀ ନେଟୱର୍କ ପ୍ରତି ଆଇଏସଆଇର ସମର୍ଥନ ରହିଛି । ଆଇଏସଆଇ ହକ୍କାନୀ ନେଟୱର୍କର ଅନସ ହକ୍କାନୀକୁ ଆଫଗାନିସ୍ତାନର ଶାସନ ମୁଖ୍ୟ କରିବାକୁ ଚାହୁଁଛି । କାରଣ ଏମିତି ହେଲେ ତାଲିବାନ ପାକ୍ ନିୟନ୍ତ୍ରଣରେ ରହିବ । ମୁଲ୍ଲା ବରାଦରଙ୍କୁ ପାକିସ୍ତାନ ପସନ୍ଦ କରୁନାହିଁ । କାରଣ ବରଦାରଙ୍କ ଭଳି କିଛି ତାଲିବାନୀ ନେତା କାଶ୍ମୀର ପ୍ରସଙ୍ଗରେ ମୁଣ୍ଡ ଖେଳାଇବାକୁ ଚାହୁଁନାହାନ୍ତିକିନ୍ତୁ ହକ୍କାନୀ ଗୋଷ୍ଟୀ କାଶ୍ମୀର ମାମଲାରେ ପାକିସ୍ତାନକୁ ସମର୍ଥନ କରୁଛି । ପଂଜଶୀର ଅବଜର୍ଭର ନାମକ ୱେବସାଇଟ୍ ଅନୁସାରେ ଶନିବାର ଦିନ କିଏ ତାଲିବାନ ଓ ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିବ ତାକୁ ନେଇ ହକ୍କାନୀ ଓ ବରାଦରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କରେ ଉତକ୍ଷିପ୍ତ ଅନସ ହକ୍କାନୀ ବରାଦରକୁ ଗୁଳି କରି ଆହତ କରିଥିବା ଅବଜର୍ଭର ଦାବି କରିଛି । ଶନିବାରର ଏହି ଘଟଣା ଯଦି ସତ ହୋଇଥାଏ ଓ ଗୁଳିମାଡରେ ଆହତ ବରାଦର ଯଦି ପାକିସ୍ତାନକୁ ଚିକିତ୍ସା ପାଇଁ ଯାଇଥାଏ ତେବେ ଫୈଜ କାବୁଲରେ ପହଂଚିବାର ଅର୍ଥ ହେଉଛି, ହକ୍କାନୀ ଗ୍ରୁପକୁ ପୁରା କଣ୍ଟ୍ରୋଲ ଦେବା । ତାଲିବାନର ଆଉ ଜଣେ ଶକ୍ତିଶାଳୀ ବ୍ୟକ୍ତି ହେଉଛି ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ ମୁଲ୍ଲା ୟାକୁବ । କାବୁଲର ସୁରକ୍ଷା ଭାର ହକ୍କାନୀ ଗ୍ରୁପକୁ ଦିଆଯିବାକୁ ନେଇ ମୁଲ୍ଲା ୟାକୁବ ଅସନ୍ତୁଷ୍ଠ ଅଛି । ମୁଲ୍ଲା ୟାକୁବ ଓ ବରାଦର ହକ୍କାନୀ ଗ୍ରୁପକୁ ବିରୋଧ କରୁଛନ୍ତି । ଏଭଳି ପରିସ୍ଥିତିର ତାଲିବାନ ଭିତରେ ଶାନ୍ତି ପ୍ରତିଷ୍ଠା ପାଇଁ ଫୈଜ୍ ଆସିଥିବା ମଧ୍ୟ ସମ୍ଭବ ।

ଆଫଗାନିସ୍ତାନ ସେନା ଉପରେ ନଜର

ଫୈଜଙ୍କ ନଜର ଆଫଗାନିସ୍ତାନୀ ସେନା ଉପରେ ରହିଛି । ଭାରତ ଓ ଆଫଗାନ୍ ସେନା ମଧ୍ୟରେ ସମ୍ପର୍କ ଢେର ପୁରୁଣା । ପାକିସ୍ତାନ ଏକ ଇସଲାମିକ୍ ରାଷ୍ଟ୍ର ହୋଇଥିଲା ମଧ୍ୟ ଆଫଗାନୀ ସେନାର ସୈନିକ ଟ୍ରେନିଂ ପାଇଁ ଭାରତ ଆସୁଥିଲେଏବେ ପାକିସ୍ତାନ ଆଫଗାନିସ୍ତାନୀ ସେନାକୁ ଟ୍ରେନିଂ ଦେଇ ଭାରତ ବିରୋଧରେ ଛିଡା କରିବା ଚକ୍କରରେ ଅଛି । ଯାହା ଭାରତ ପାଇଁ ବିପଦ ।

୭ ଶହ ତାଲିବାନୀ ସୈନିକ ଯୁଦ୍ଧରେ ମରିଛନ୍ତିafghanistan armyFaiz Hameedkashmir issuemore than 700 talibanis killed in warpakistan army id cardpakistan helped talibanpakistan ISI chiefpakistan ISI in kabulpakistan ISI supporting the haqqani networkpanjshir resistance forcepresident amrullah salehtaliban captures panjshirtaliban controlled by pakistanthreat to indiaଆଫଗାନିସ୍ତାନୀ ସେନାକାବୁଲରେ ପହଂଚିଛନ୍ତିକାଶ୍ମୀର ମାମଲାତାଲିବାନ ପାକ୍ ନିୟନ୍ତ୍ରଣପଂଜଶୀର ଉପରେ ତାଲିବାନପଂଜଶୀର ରେସିଷ୍ଟାନ୍ସ ଫୋର୍ସପାକିସ୍ତାନ ହିଁ ତାଲିବାନକୁ କେବଳ ରଣନୈତିକ ସାହାଯ୍ୟପାକ୍ ଗୁଇନ୍ଦା ଏଜେନ୍ସି ଆଇଏସଆଇ ମୁଖ୍ୟପାକ୍ ସେନାର ଆଇଡି କାର୍ଡ୍ ଜବତଭାରତ ପାଇଁ ବିପଦରାଷ୍ଟ୍ରପତି ଅମରୁଲ୍ଲା ସାଲେହଲେଫ୍ଟନାଣ୍ଟ୍ ଜେରାଲ ଫୈଜ୍ ଅହମ୍ମଦହକ୍କାନୀ ନେଟୱର୍କ ପ୍ରତି ଆଇଏସଆଇର ସମର୍ଥନ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami