‘କାଲି ପାକିସ୍ତାନ ସୂର୍ଯ୍ୟୋଦୟ ଦେଖିବ ନାହିଁ’, ୟୁକ୍ରେନ-ଋଷ ଯୁଦ୍ଧ ପରେ କାହିଁକି ମନେ ପଡେ ଅଟଳଙ୍କ ଏହି ଅଟଳ ବାକ୍ୟ ?

ୟୁକ୍ରେନ୍ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଦେଖି ପ୍ରାୟ ସବୁ ଭାରତୀୟ ଚିନ୍ତିତ ଅଛନ୍ତି । ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ନୂଆଦିଲ୍ଲୀ ବିଶେଷ ଅଭିଯାନ ଚଲାଇଛି । ୪ ଜଣ କେନ୍ଦ୍ର ମନ୍ତ୍ରୀ ୟୁକ୍ରେନ୍ ପଡୋଷୀ ଦେଶରେ ଡେରା ପକାଇଛନ୍ତିୟୁକ୍ରେନ ସଂକଟ କାଳରେ ଏବେ ସୋସିଆଲ ମିଡିଆରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀ ଟ୍ରେଣ୍ଡ୍ କରୁଛନ୍ତି । ଆପଣ ଭାବୁଥିବେ ଏବେ ଅଟଳ କାହିଁକି ଟ୍ରେଣ୍ଡ୍ କରୁଛନ୍ତି । ଏହାର ମଧ୍ୟ ଅଲଗା କାହାଣୀ ରହିଛି । ଆସନ୍ତୁ ଜାଣିବା କ’ଣ ପାଇଁ ଅଟଳଙ୍କୁ ଏବେ ମନେ ପକାଉଛି ଭାରତ ।

କାରଗିଲ ଯୁଦ୍ଧ କାଳର କଥା

କାରଗିଲରେ ପାକିସ୍ତାନର ଛଦ୍ମ ଯୁଦ୍ଧ ଆରମ୍ଭ ହୋଇ ସାରିଥାଏବାଜପାୟୀଙ୍କ ଲାହୋର ବସଯାତ୍ରା ଯବାବରେ ପାକିସ୍ତାନୀ ସେନା କାରଗିଲ ଘାଟିର ପାହାଡ ଉପରେ ଆଡ୍ଡା ଜମାଇ ବସିଥିଲେ । ଯାହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇ ସାରିଥିଲା ଯୁଦ୍ଧ । ଯୁଦ୍ଧରେ ପାକିସ୍ତାନ ହାରୁଥିବା ଦେଖି ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଆମେରିକା ଶରଣ ପଶିଥିଲେ । ସେତେବେଳର ଆମେରିକୀୟ ରାଷ୍ଟ୍ରପତି ୱିଲ୍ କ୍ଲିଣ୍ଟନଙ୍କୁ ସରିଫ ଯୁଦ୍ଧ ବନ୍ଦ କରିବାରେ ମଧ୍ୟସ୍ଥି କରିବାକୁ ଅନୁରୋଧ କରିଥିଲେ । ଆଉ ଏହା ସହ ସରିଫ୍ ମିଆଁ ସଫାସଫା କହିଦେଇଥିଲେ ଯେ, ଯଦି ଆମେ ହାରିବା ପରିସ୍ଥିତିରେ ପହଂଚିବୁ ତେବେ ପରମାଣୁ ଅସ୍ତ୍ର ପ୍ରୟୋଗ କରିବୁ । ସରିଫଙ୍କ ସହିତ ଆଲୋଚନା ପରେ ୱିଲ୍ କ୍ଲିଣ୍ଟନ ଭାରତୀୟ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ କରିଥିଲେ । ଆଉ ତା’ ପରେ ଯାହା ହୋଇଥିଲା ଏବେ ତାକୁ ମନେ ପକାଯାଉଛି ।

ପାକିସ୍ତାନ କାଲିର ସୂର୍ୟୋଦୟ ଦେଖିବ ନାହିଁ

କ୍ଲିଣ୍ଟନ ତତ୍କାଳିନ ପ୍ରଧାନମନ୍ତ୍ରୀ ବାଜପାୟୀଙ୍କୁ ଫୋନ୍ କରି ଯୁଦ୍ଧର ଅପଡେଟ୍ ନେଇଥିଲେ । ବାଜପାୟୀଙ୍କୁ ସେ କହିଥିଲେ ଯେ, ପାକ୍ ସେନା ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ସରିଫ୍ ଆଶଙ୍କା କରୁଛନ୍ତି । ଏହାର ଉତ୍ତରରେ ବାଜପାୟୀ ଯାହା କହିଥିଲେ ତାହା ଶୁଣି ଖାଲି ପାକିସ୍ତାନ ନୁହେଁ ଖୋଦ ମହାଶକ୍ତି ଆମେରିକା ମଧ୍ୟ ଭୟଭୀତ ହୋଇଯାଇଥିଲା । ବାଜପାୟୀଙ୍କ ସଂକ୍ଷିପ୍ତ ଉତ୍ତର ଥିଲ ‘‘ ପାକିସ୍ତାନକୁ ପରମାଣୁ ଅସ୍ତ୍ର ପ୍ରୟୋଗ କରିବାକୁ ଦିଅନ୍ତୁ । କିନ୍ତୁ ମୁଁ ଆପଣଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ପାକିସ୍ତାନ କାଲିର ସୂର୍ଯ୍ୟୋଦୟ ଦେଖିବ ନାହିଁ’’ । ଅଟଳଙ୍କ ଏହି ଅଟଳ ବାକ୍ୟ ପାକିସ୍ତାନକୁ ଚେତାବନୀ ଥିଲା । ଆଉ ଏହା ମଧ୍ୟ ଏକ ନୂଆ ଭାରତର ଉଦୟ କଥା କହୁଥିଲା । ଯାହା କାହା ଧମକ ଆଗରେ ନତମସ୍ତକ ହୁଏନା । ପରମାଣୁ ବୋମାର ଭୟ ଦେଖାଇ ପାକିସ୍ତାନ ଭାରତକୁ ବ୍ଲାକ୍ ମେଲ୍ କରିବାକୁ ଚାହୁଁଥିଲା କିନ୍ତୁ ବାଜପାୟୀଙ୍କ ଉତ୍ତର ପାକ୍ ସେନାକୁ ତା’ର ଠିକ୍ ସ୍ଥାନ ଦେଖାଇ ଦେଇଥିଲା । ଭାରତ ପ୍ରକାରନ୍ତରେ କହିଥିଲା ଯେ, ପାକିସ୍ତାନର ପରମାଣୁ ଆକ୍ରମଣରେ ଭାରତର କିଛି କ୍ଷତି ହୋଇପାରେ । କିନ୍ତୁ ଭାରତ ଯେଉଁ ନିଦାରୁଣ ପ୍ରତ୍ୟୁତର ଦେବ ସେଥିରେ ପୁରା ପାକିସ୍ତାନ ବିଶ୍ୱ ମାନଚିତ୍ରରୁ ଲୋପ ପାଇଯିବ ।

ପରମାଣୁ ଅସ୍ତ୍ର ଶକ୍ତି ସନ୍ତୁଳନ ପାଇଁ ଜରୁରୀ

ଭାରତ ଯେତେବେଳେ ୧୯୯୮ରେ ପରମାଣୁ ପରିକ୍ଷଣ କରିଥିଲା ସେତେବେଳେ ବିଶ୍ୱର ମହାଶକ୍ତି ମାନେ ନୂଆଦିଲ୍ଲୀ ବିରୋଧରେ ପ୍ରତିବନ୍ଧକ ଲଗାଇଥିଲେ । ସେହି ସମୟରେ ଭାରତକୁ ବିରୋଧ କରିବାରେ ୟୁକ୍ରେନ୍ ମଧ୍ୟ ଆଗରେ ଥିଲା । ୧୯୯୦ ମସିହାରେ ସୋଭିଏତ ସଂଘର ବିଘଟନ ପରେ ୟୁକ୍ରେନ ସ୍ୱତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଥିଲା । ସେତେବେଳେ ୟୁକ୍ରେନ୍ ପାଖରେ ସୋଭିଏତ ଅମଳର ପାଖାପାଖି ୪ ହଜାର ପରମାଣୁ ଅସ୍ତ୍ର ଥିଲା । କିନ୍ତୁ ୧୯୯୪ର ଏକ ଚୁକ୍ତି ଅନୁସାରେ ୟୁକ୍ରେନ ଏହି ସମସ୍ତ ଅସ୍ତ୍ରକୁ ନଷ୍ଟ କରିଦେଇଥିଲା କିମ୍ବା ଏହାକୁ ଋଷକୁ ଦେଇ ଦେଇଥିଲା । ସେହି ସମୟରେ ଋଷ ଓ ଆମେରିକା ୟୁକ୍ରେନକୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିଲେ । ଆଉ ଉଭୟ ୟୁକ୍ରେନକୁ କଥା ଦେଇଥିଲେ ଯେ, ଦୁଇ ରାଷ୍ଟ୍ର କେବେ ମଧ୍ୟ ୟୁକ୍ରେନକୁ ପରମାଣୁ ଆକ୍ରମଣର ଧମକ ଦେବେ ନାହିଁ । ଏବେ କିନ୍ତୁ ୨୮ ବର୍ଷ ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । ୟୁକ୍ରେନର ପରମାଣୁ ଅସ୍ତ୍ରକୁ ନେଇଥିବା ଋଷ ତା’ ଉପରେ ଆକ୍ରମଣ କରିଛି ଓ ସୁରକ୍ଷାର ପ୍ରତିଶ୍ରୁତି ଦେଇଥିବା ଆମେରିକା ହାତ ଟେକି ଦେଇଛି । ଏଇଥିରୁ ଜଣା ପଡୁଛି ପରମାଣୁ ଅସ୍ତ୍ର କେତେ ଜରୁରୀ । ଆଜି ଯଦି ୟୁକ୍ରେନ ପାଖରେ ପରମାଣୁ ଅସ୍ତ୍ର ଥାନ୍ତା ତେବେ ହୁଏତ ଋଷ ଆକ୍ରମଣର ସାହସ କରିନଥାନ୍ତା । ସମ୍ଭବତଃ ଏଇଥିପାଇଁ ରବିବାର ଦିନ ଜାପାନ ପ୍ରଧାନମନ୍ତ୍ରୀ ସାଞ୍ଜୋ ଆବେ ପରମାଣୁ ଅସ୍ତ୍ରକୁ ନେଇ ତାଙ୍କ ଦେଶ ସମୀକ୍ଷା କରିବ ବୋଲି କହି ସାରିଲେଣି । ଏହା ସହ ସେ ଆମେରିକାକୁ ପ୍ରଶ୍ନ କରିଛନ୍ତି ଯେ, ତୁମେ ଚୀନ୍ ଆକ୍ରମଣରୁ ତାଇୱାନକୁ ବଂଚାଇ ପାରିବ କି ?

american president bill clintonAtal Bihar Vajpayee's bus ride to Lahorebajpayee bus yatrabajpayee lahore travelformer prime minister atal bihari bajpayeeindian students attacked by ukraine armyindian students return from ukraineindian students stuck in ukraineindian students ukraine beaten ukrainekargil warnuclear attacknuclear warpak pm nawaj sharifrussia ukraine conflictrussia vs ukraine war updaterussian ukraine newsukraine crisisଆମେରିକୀୟ ରାଷ୍ଟ୍ରପତି ୱିଲ୍ କ୍ଲିଣ୍ଟନକାରଗିଲ ଯୁଦ୍ଧପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀବାଜପାୟୀଙ୍କ ଲାହୋର ବସଯାତ୍ରାୟୁକ୍ରେନ ସଂକଟ
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami