ଟ୍ରେନ୍ ଭିତରେ ଘଷି ଜାଳି ନିଆଁ ପୋଉଁଥିଲେ, ଗିରଫ ହେଲେ ୨ ଯୁବକ

ଆସାମ: ଏବେ ଚାରିଆଡ଼େ ଶୀତର ଲହରି ଜାରି ରହିଛି । ଶୀତରୁ ରକ୍ଷା ପାଇଁ ଲୋକେ ବିଭିନ୍ନ ଉପାୟ ଆପଣାଉଛନ୍ତି । କେହି କେହି ନିଆଁ ଜାଳି ରକ୍ଷା ପାଉଛନ୍ତି । ହେଲେ ନିକଟରେ ଦୁଇ ଜଣ ଯାତ୍ରୀ ଶୀତରୁ ରକ୍ଷା ପାଇବା ପାଇଁ ଟ୍ରେନ ଭିତରେ ଘଷି ଜାଳି ନିଆଁ ପୋଉଁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନେ ହେଲେ ଚନ୍ଦନ ଓ ଦେବେନ୍ଦ୍ର । ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି ।

ବଗିରେ ଧୂଆଁ ଦେଖି ଚଢାଉ କରିଥିଲା ପୋଲିସ

୨ ଯୁବକ ଚନ୍ଦନ ଏବଂ ଦେବେନ୍ଦ୍ର ସେମାନଙ୍କ ଲଗେଜରେ ଘଷି ନେଇଥିଲେଟ୍ରେନ୍ ଭିତରେ ହଜାର ହଜାର ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲିଦେଇ ସେମାନେ ଘଷି ଜାଳି ନିଆଁ ପୋଉଁଥିଲେ । ପୋଲିସ ଉତ୍ତରପ୍ରଦେଶର ଆଲିଗଡ଼ଠାରେ ସେମାନଙ୍କୁ ଗିରଫ କରିଥିଲା । ସାଧାରଣ ବଗିରେ ପ୍ରବଳ ଶୀତ ହେଉଥିବାରୁ ସେମାନେ ନିଆଁ ଲଗାଇଥିଲେ ବୋଲି କହିଛନ୍ତି । ଆଇପିସି ଏବଂ ରେଲୱେ ଆକ୍ଟର ବିଭିନ୍ନ ଧାରାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଜେଲ ପଠାଇଦିଆଯାଇଛି । ଉକ୍ତ ବଗିରେ ଥିବା ଅନ୍ୟ ୧୪ ଯାତ୍ରୀଙ୍କୁ ଜେରା ପରେ ତାଗିଦ କରି ଛାଡ଼ିଦିଆଯାଇଛି । ଟ୍ରେନ୍‌ରେ ଡ୍ୟୁଟିରେ ଥିବା ଆର୍ପିଏଫ୍ କର୍ମଚାରୀ ସାଧାରଣ ବଗିରେ ଧୂଆଁ ଦେଖି ସେଠାରେ ପହଞ୍ଚିଲାବେଳକୁ କେତେଜଣ ନିଆଁ ଚାରିପଟେ ଛିଡ଼ାହୋଇଥିବା ଦେଖିଥିଲେ । ଆଲିଗଡ଼ ଷ୍ଟେଶନରେ ଏକ୍ସପ୍ରେସ୍ ଟ୍ରେନ୍‌କୁ ଅଟକାଯାଇ ଅଭିଯୁକ୍ତମାନଙ୍କୁ ଜେରା ପାଇଁ ନିଆଯାଇଥିଲା ।

2 boys were arrested for etting fire inside the trainfire inside the train
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami