କରୋନା ସମୟରେ ଥାଳି ବଜାଇବାର କାରଣ କହିଲେ ମୋଦୀ

ନୂଆଦିଲ୍ଲୀ: କରୋନା ସମୟରେ କାହିଁକି ବଜାଇଥିଲେ ଥାଳି । ଥାଳି ବଜାଇବାର କାରଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀର ଭାରତ ମଣ୍ଡପମ ଛାତ୍ରଙ୍କ ସହିତ ‘ପରୀକ୍ଷା ପର ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ କରୋନା କାଳକୁ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ମୋଦୀ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମୟରେ କିପରି ମାନସିକତା ରଖିବାକୁ ହେବ, ଚାପ ମୁକ୍ତ କିପରି ରହିବାକୁ ହେବ ସେନେଇ ମନ୍ତ୍ର ଦେଇଥିଲେ ।

କରୋନାକୁ ହରାଇବା ପାଇଁ ମୋ ସହିତ ୧୪୦ କୋଟି ଲୋକ ଥିଲେ

ମୋଦୀ ‘ପରୀକ୍ଷା ପର ଚର୍ଚ୍ଚା’ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଥିଲେ, ‘କରୋନା କାଳରେ ମୁଁ ଦେଶବାସୀଙ୍କୁ ଥାଳି ବଜାଇବାକୁ କହିଥିଲି । ତେବେ ଅନେକ ଲୋକ ଭାବିଥିଲେ ଏହାକୁ ବଜାଇବା ଦ୍ୱାରା କରୋନା ସଂକ୍ରମଣ ଶେଷ ହୋଇଯିବ । କିନ୍ତୁ ସେପରି ନୁହେଁ ସମସ୍ତେ ମିଶି ଥାଳି ବଜାଇବା ଦ୍ୱାରା ସାମୁହିକ ଶକ୍ତିର ଜନ୍ମ ହୋଇଥିଲା । ଲୋକଙ୍କ ଭିତରେ ଏକତା ଦେଖା ଦେଇଥିଲା । ଯାହାକି କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ନିହାତି ଆବଶ୍ୟକ ଥିଲା । ଏକାଠି ଯେତେବେଳେ ଦେଶର ଲୋକମାନେ ଥାଳି ବଜାଇଥିଲେ, ଦୀପ ଜଳାଇଥିଲେ ଏକତାର ଅନୁଭବ ହୋଇଥିଲା । ସେତେବେଳେ ମୋତେ ଅନୁଭବ ହେଲା କରୋନାକୁ ହରାଇବା ପାଇଁ ମୋ ସହିତ ପୂରା ଦେଶର ୧୪୦କୋଟି ଲୋକ ଅଛନ୍ତି । ସମସ୍ତେ ମିଶି ସାଥୀ ହୋଇ ସଂଘର୍ଷ କଲେ ଦିନେ ନା ଦିନେ ଆମେ ଏହି ସଂକ୍ରମଣକୁ ହରାଇବା ଦେବା ବୋଲି ମୋର ବିଶ୍ୱାସ ଥିଲା । ଯାହାକି ସଫଳ ବି ହେଲା । ଏଥିପାଇଁ ଦେଶର ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

corona virusthali played across country during coronavirusthali played coronavirus
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami