୨ ଲକ୍ଷ ଟଙ୍କାରେ ଯାହାକୁ ଆରମ୍ଭ କରିଥିଲା ଟାଟା, ତାକୁ କିଣିବାକୁ ଦେଲା ୧୮ ହଜାର କୋଟି ଟଙ୍କା

ଜେଆରଡି ଟାଟା ୧୯୩୨ ମସିହାରେ ଏୟାର ଇଣ୍ଡିଆକୁ ଟାଟା ଏୟାରଲାଇନ୍ସ ନାମରେ ଆରମ୍ଭ କରିଥିଲେ । ୧୯୪୬ ମସିହାରେ ଯାହାର ନାମ ବଦଳି ଏୟାର ଇଣ୍ଡିଆ ହୋଇଥିଲା ଓ ପରେ ୧୯୫୩ ମସିହାରେ ଭାରତ ସରକାର ଏୟାର ଇଣ୍ଡିଆର ଅଧିଗ୍ରହଣ କରିଥିଲେ । ସରକାରଙ୍କ ଟେକ୍ ଓଭର ପରେ ଏୟାର ଇଣ୍ଡିଆ ଜାତୀୟ ଏୟାର ଲାଇନ୍ସରେ ପରିଣତ ହୋଇଥିଲା । ଟାଟା ହାତରେ ଥିବା ବେଳେ ଓ ସରକାରଙ୍କ ହାତକୁ ଆସିବାର ଅନେକ ବର୍ଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ବିଶ୍ୱର ହାତଗଣତି ପ୍ରତିଷ୍ଠିତ ଏୟାର ଲାଇନ୍ସ ଭିତରୁ ଗୋଟିଏ ଥିଲା । କିନ୍ତୁ ଏବେ ଏୟାର ଇଣ୍ଡିଆର ସ୍ଥିତି ଅତ୍ୟନ୍ତ ଦୟନୀୟ ଏୟାର ଇଣ୍ଡିଆକୁ ଉଡାଇ ରଖିବାକୁ ସରକାରଙ୍କୁ ଦୈନିକ ୨୦ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଥିଲା । ତେଣୁ କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଶେଷରେ ନିଜ ପୁରୁଣା ମାଲିକଙ୍କ ହାତକୁ ଯାଇଛି ।

୨ ଲକ୍ଷ ଟଙ୍କାରେ ହୋଇଥିଲା ଆରମ୍ଭ

ଏୟାର ଇଣ୍ଡିଆକୁ ଫେରି ପାଇବା ପାଇଁ ଟାଟା ଗ୍ରୁପକୁ ସରକାରଙ୍କୁ ଦେବାକୁ ପଡିବ ୧୮ ହଜାର କୋଟି ଟଙ୍କା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ୮୯ ବର୍ଷ ତଳେ ଟାଟା ଏହି ଏୟାର ଲାଇନ୍ସ ୨ ଲକ୍ଷ ଟଙ୍କା ପଂଜିରେ ଆରମ୍ଭ କରିଥିଲା । ଅବଶ୍ୟ ଆଜିର ସମୟରେ କମ ଲାଗୁଥିବା ୨ ଲକ୍ଷ ଟଙ୍କାର ମୂଲ୍ୟ ସେତେବେଳେ ଢେର ଅଧିକ ଥିଲା । ଟାଟା ପାଇଁ ଏହା ପାରିବାରିକ ସମ୍ପତ୍ତି ପୁଣିଥରେ ହାତକୁ ଫେରିବା ଭଳି ହୋଇଛି । ଟାଟା ଗ୍ରୁପ୍ ପୁଣିଥରେ ଏୟାର ଇଣ୍ଡିଆର ମାଲିକାନ ହକ୍ ପାଇ କେତେ ଖୁସି ତାହା ରତନ ଟାଟାଙ୍କ ବକ୍ତବ୍ୟରୁ ଜଣା ପଡେ । ସେ କହିଛନ୍ତି ଯେ, ‘‘ ଆଜି ଜେ ଆର ଡି ଟାଟା ଥିଲେ ବହୁତ ଖୁସି ହୋଇଥାନ୍ତେ’’ ।

ଆରଏମ୍ ଲାଲାଙ୍କ ଲିଖିତ ପୁସ୍ତକ ବିୟୋଣ୍ଡ୍ ଦ ଲାଷ୍ଟ୍ ବ୍ଲୁ ମାଉଣ୍ଟେନ୍ ଅନୁସାରେ ଜେଆରଡି ନିଜ ବନ୍ଧୁ ନେଭିଲ ଭିନସେଣ୍ଟଙ୍କ ସହିତ ମିଶି ଟାଟା ଏୟାର ଲାଇନ୍ସ ଆରମ୍ଭ କରିଥିଲେ । ଜେ ଆର ଡି ଭାରତର ପ୍ରଥମ ପାଇଲଟ୍ ଥିଲେ । ସେ ୧୯୨୯ ମସିହାରେ ପାଇଲଟ୍ ଲାଇସେନ୍ସ ହାସଲ କରିଥିଲେ । ଭିନସେଣ୍ଟ୍ ବ୍ରିଟିଶ ରୟାଲ ଏୟାର ଫୋର୍ସରେ ଫାଇଟର ପାଇଲଟ୍ ଥିଲେଉଭୟ ୨ ଲକ୍ଷ ଟଙ୍କା ପୁଂଜି ଖଟାଇ ଏୟାର ଇଣ୍ଡିଆକୁ ଆରମ୍ଭ କରିଥିଲେ । ଅବଶ୍ୟ ଏହାକୁ ଆରମ୍ଭ କରିବାକୁ ଗ୍ରୁପର ତତ୍କାଳୀନ ଚେୟାରମ୍ୟାନ୍ ଦୋରବଜୀ ଟାଟାଙ୍କୁ ମନାଇବାକୁ ଜେ ଆର ଡିଙ୍କୁ ମାସାଧିକ ସମୟ ଲାଗିଥିଲା ।

୧୫ ଅକ୍ଟୋବର ୧୯୩୨ : ପ୍ରଥମ ଉଡ଼ଣାର ଦିନ

୧୯୩୨ ଅକ୍ଟୋବର ୧୫ ତାରିଖ ଦିନ ଟାଟା ଏୟାର ଲାଇନ୍ସର ପ୍ରଥମ ବିମାନ ଉଡ଼ିଥିଲା କରାଚିରୁ ମୁମ୍ବାଇ ଥିଲା ପ୍ରଥମ ଉଡ଼ାଣ । ଏୟାର ଲାଇନ୍ସର ପ୍ରଥମ ବିମାନ ଥିଲା De Havilland Puss Moth ଯାହାର ଦାମ ଥିଲା ୨୦ ହଜାର ଟଙ୍କା । ଏଥିରେ କେବଳ ଗୋଟିଏ ପାସେଞ୍ଜର ସିଟ୍ ଥିଲା । ୫୦ ଟଙ୍କାରେ ଏହି ବିମାନକୁ ଭଡ଼ାରେ ନିଆଯାଇ ପାରୁଥିଲା । ସେତେବେଳେ ଧନୀ ବ୍ୟବସାୟୀ ଏହି ବିମାନକୁ ଚାର୍ଟାଡ୍ କରି ଯାତ୍ରା କରୁଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ଏୟାର ଲାଇନ୍ସର ଉଡ଼ାଣ ବନ୍ଦ ରହିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିମାନ ସେବା ଆରମ୍ଭ ହେବା ବେଳକୁ ଟାଟା ଏୟାର ଲାଇନ୍ସ ପବ୍ଲିକ୍ ଲିମିଟେଡ୍ କମ୍ପାନୀ ହୋଇ ସାରିଥିଲା । ଏହା ସହିତ ୧୮୪୬ ମସିହାରେ ଏହାର ନାମ ବଦଳି ହୋଇଥିଲା ଏୟାର ଇଣ୍ଡିଆ । ଏହାର ଦୁଇ ବର୍ଷ ପରେ ଏୟାର ଇଣ୍ଡିଆ ତା’ର ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିଥିଲା । ଭାରତ ସରକାରଙ୍କର ଏଥିରେ ୪୯ ପ୍ରତିଶତ ଅଂଶଧନ ଥିଲାମହାରାଜାକୁ ଏହାର ମାସ୍କଟ୍ କରାଯାଇଥିଲା ।

ସରକାରଙ୍କ ହାତକୁ ଏମିତି ଗଲା

୧୯୫୩ରେ ନେହେରୁ ସରକାର ଏୟାର ଇଣ୍ଡିଆର ଜାତୀୟ କରଣ କରିବାକୁ ଚେଷ୍ଟା କରିଥିଲେ । ଯାହାକୁ ଜେ ଆର ଡି ଟାଟା ବିରୋଧ କରୁଥିଲେକିନ୍ତୁ ସରକାର ୧୧ଟି ଏୟାର ଲାଇନ୍ସର ଜାତୀୟ କରଣ କରୁଥିବାରୁ ସେ ଚାହିଁକରି ମଧ୍ୟ କିଛି କରି ପାରିନଥିଲେଜାତୀୟ କରଣ ପରେ ଏୟାର ଇଣ୍ଡିଆ ସରକାରଙ୍କ ହାତକୁ ଚାଲି ଯାଇଥିଲା । ସରକାର ଟାଟା ଗ୍ରୁପକୁ ଏଥିପାଇଁ ୨ କୋଟି ୮୦ ଲକ୍ଷ ଟଙ୍କା ଦେଇଥିଲେ ।

୧୮ ହଜାର କୋଟି ଟଙ୍କା18000 crore rupees୧୯୫୩ ମସିହାରେ ଭାରତ ସରକାରAir Indiaair india real ownerair india was tata airlinesBeyond the Last Blue MountainDe Havilland Puss Mothdorabji tataduring 1953 nehru governmentIndian aviationJRD Tatajrd tata and nevill vincent sidgwickmaharaja as mascot of air indiar m lalaratan tatatata airlinestata group purchase air indiaଆରଏମ୍ ଲାଲାଏୟାର ଇଣ୍ଡିଆକୁ ଟାଟା ଏୟାରଲାଇନ୍ସଚେୟାରମ୍ୟାନ୍ ଦୋରବଜୀ ଟାଟାଜେଆରଡି ଟାଟାଜେଆରଡି ନିଜ ବନ୍ଧୁ ନେଭିଲ ଭିନସେଣ୍ଟଟାଟା ଗ୍ରୁପପୁରୁଣା ମାଲିକବିୟୋଣ୍ଡ୍ ଦ ଲାଷ୍ଟ୍ ବ୍ଲୁ ମାଉଣ୍ଟେନ୍ମହାରାଜାକୁ ଏହାର ମାସ୍କଟ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami