ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ‘କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ’

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ଉପରେ ବର୍ଷିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ପତଞ୍ଜଳିର ବିଭ୍ରାନ୍ତିକରଣ ବିଜ୍ଞାପନ ପ୍ରକାଶନ ମାମଲାରେ ଆଜି ବାବା ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣ ସୁପ୍ରିମକୋର୍ଟରେ ହାଜର ହୋଇଥିଲେ । ଉଭୟ ବିନା ସର୍ତ୍ତରେ କ୍ଷମା ମାଗିଥିଲେ ବି ସେମାନଙ୍କ କ୍ଷମାକୁ ଗ୍ରହଣ କରି ନାହାନ୍ତି ସୁପ୍ରିମକୋର୍ଟ । କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି ମାନ୍ୟବର କୋର୍ଟ । ଆପଣଙ୍କ ଦୁଃଖ ପ୍ରକାଶ କରିବା ତରିକାକୁ ଆମେ ମଞ୍ଜୁରୀ କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

କୋର୍ଟ ପତଞ୍ଜଳିର କୌଣସି କଥା ଶୁଣିଲେନି

ଏହି ମାମଲାର ଶୁଣାଣି କରି ଜଷ୍ଟିସ୍ ହିମା କୋହଲି ଏବଂ ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ବାବା ରାମଦେବଙ୍କୁ କହିଛନ୍ତି, ‘ଆପଣ ଯେତେ ବଡ଼ ହୁଅନ୍ତୁ ନା କାହିଁକି, ଆଇନ ଆପଣଙ୍କ ଉପରେ ଅଛି । ଆଇନର ଗୌରବ ଓ ଗରିମା ସର୍ବୋଚ୍ଚ ଅଟେ ।’ରାମଦେବଙ୍କ ଓକିଲ ଯୋଡ଼ ହସ୍ତରେ କୋର୍ଟଙ୍କୁ କହିଥିଲେ ଯେ, ଆମେ କ୍ଷମା ମାଗିବାକୁ ଚାହୁଁଛୁ ଏବଂ କୋର୍ଟ ଯାହା ଆଦେଶ ଦେବେ ତାହା ପାଳନ କରିବାକୁ ଆମେ ପ୍ରସ୍ତୁତ । କିନ୍ତୁ କୋର୍ଟ ପତଞ୍ଜଳି କଥା ଶୁଣି ନ ଥିଲେ । ଅଦାଲତଙ୍କ ଆଦେଶର ପରଦିନ ପତଞ୍ଜଳି ତରଫରୁ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ନିଜ ଔଷଧକୁ ପ୍ରଭାବୀ ବୋଲି ଦାବି କରି ବିଜ୍ଞାପନ ଛାପିବା ଜାରି ରଖିଥିଲା କମ୍ପାନୀ । ପତଞ୍ଜଳି ସବୁ ସୀମା ଲଂଘିଛି ବୋଲି କହିଛନ୍ତି କୋର୍ଟ । ଏହାଛଡ଼ା ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ ମଧ୍ୟ ବର୍ଷିଥିଲେ । ପତଞ୍ଜଳି ବିଜ୍ଞାପନ ପ୍ରତି କେନ୍ଦ୍ର ଆଖି ବନ୍ଦ କରି ବସିଥିଲା ବୋଲି କହିଥିଲେ କୋର୍ଟ ।

କୋର୍ଟଙ୍କ କଟକଣା ସତ୍ତ୍ୱେ୍ୱ ପତଞ୍ଜଳି ବିଜ୍ଞାପନ ପ୍ରକାଶନ ଜାରି ରଖିଥିଲା

ପତଞ୍ଜଳି ବିରୋଧରେ ‘ଭାରତୀୟ ମେଡିକାଲ୍ ଆସୋସିଏସନ୍‌’ (ଆଇଏମ୍‌ଏ)ର ଏକ ଆବେଦନ ଉପରେ ଶୁଣାଣି କହୁଛନ୍ତି ସୁପ୍ରିମକୋର୍ଟ । କୋଭିଡ୍ ଟୀକାକରଣ ଅଭିଯାନ ଏବଂ ଆଧୁନିକ ଔଷଧ ବିରୋଧରେ ରାମଦେବ ଓ ପତଞ୍ଜଳି ଅପପ୍ରଚାର ଚଳାଉଛି ବୋଲି ଅଭିଯୋଗ କରିଥିଲା ଆଇଏମ୍‌ଏ । କୋର୍ଟଙ୍କ କଟକଣା ସତ୍ତ୍ୱେ ପତଞ୍ଜଳି ବିଜ୍ଞାପନ ପ୍ରକାଶନ ଜାରି ରଖିବା ପରେ ମାର୍ଚ୍ଚ ୧୯ରେ ରାମଦେବ ଓ ବାଳକୃଷ୍ଣଙ୍କୁ କୋର୍ଟ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଏହାଛଡ଼ା ଉଭୟଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ।

supreme court blasts ramdevyoga guru ramdev
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami