ପରୀକ୍ଷା ଖାତାରେ ‘ସାଜନ ଗୀତ’ ଲେଖିଲେ ଛାତ୍ର, ଭାଇରାଲ ହେଉଛି ପେପର

ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଅଜବ ଭିଡ଼ିଓ ସବୁ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଛାତ୍ରଙ୍କ ପରୀକ୍ଷା ଖାତା ରହିଛି, ଯାହାକୁ ଆପଣ ଦେଖି ହସି ହସି ବେଦମ୍ ହୋଇଯିବେ ।

ହସି ହସି ବେଦମ୍ ହୋଇଗଲେ ଶିକ୍ଷକ

ପିଲା ବର୍ଷ ଯାକ କେତେ ପାଠ ପଢିଛନ୍ତି ତାହା ପରୀକ୍ଷାରୁ ଜଣାପଡିଥାଏ । କିଛିଜଣ ପରୀକ୍ଷାରେ ଉତ୍ସାହଜନକ ପ୍ରଦର୍ଶନ କରିଥିବାବେଳେ କିଛିଜଣ ଭଲ ପ୍ରଦର୍ଶନ କରି ନ ଥାନ୍ତି । ତେବେ ନିକଟରେ ଜଣେ ଛାତ୍ରଙ୍କର ପରୀକ୍ଷା ଖାତା ଭାଇରାଲ ହୋଇଛି । ପରିବେଶ ବିଜ୍ଞାନ ପରୀକ୍ଷା ଖାତାରେ ପ୍ରଦୂଷଣ ରୋକିବା ପାଇଁ ପ୍ରଶ୍ନ ପଚରାଯାଇଥିଲା । ଯେଉଁଥିରେ ଛାତ୍ରଜଣକ ଯାନବାହନ ବିଷାକ୍ତ ଗ୍ୟାସ ଉତ୍ସର୍ଜନ, କାରଖାନା ବର୍ଜ୍ୟବସ୍ତୁକୁ ନେଇ ଉତ୍ତରଲେଖିବା ଆରମ୍ଭ କରିଥିଲେ । କିଛି ଧାଡ଼ି ଲେଖିବା ପରେ ସେ ୧୯୯୧ ଫିଲ୍ମ ସାଜନର ଗୀତ ଲେଖିବା ଆରମ୍ଭ କରିଥିଲେ । ପୁଣି ଗୀତରୁ ଫେରି ପଚରାଯାଇଥିବା ପ୍ରଶ୍ନର ଉତ୍ତର ଲେଖି ଶେଷ କରିଥିଲେ । ଛାତ୍ରଙ୍କର ଏହି କାରନାମା ପରୀକ୍ଷକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ସେତିକି ସେ ହସି ହସି ବେଦମ୍ ହୋଇଛନ୍ତି ।

exam paper viralStudents write 'sajan song' in exam paperviral video
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami