ଚୋରକୁ ଧରିବା ପାଇଁ ୫୦ପଇସା ଘୋଷଣା କଲା ପୋଲିସ

ଜୟପୁର : ପୋଲିସ କୌଣସି ଅପରାଧୀଙ୍କୁ ଧରିବାରେ ବିଫଳ ହେଲେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇବା ସହ ପୁରସ୍କାର ରାଶି ଘୋଷଣା କରିଥାଏ । ଏବେ ରାଜସ୍ଥାନରେ ସେମିତି ଜଣେ ଅପରାଧୀଙ୍କୁ ଧରିବାକୁ ପୋଲିସ ପୁରସ୍କାର ରାଶି ଘୋଷଣା କରିଛି । ଆଉ ଏହି ପୁରସ୍କାର ରାଶି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ରାଜସ୍ଥାନ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ମାତ୍ର ୫୦ ପଇସା ପୁରସ୍କାର ରାଶି ଘୋଷଣା କରିଛି । ଅପରାଧୀଙ୍କୁ ଧରି ପୋଲିସର ଜିମା ଦେବା ବ୍ୟକ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସୋସିଆଲ ମିଡିଆରେ ଏହା ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେବାରେ ଲାଗିଛନ୍ତି ।

ପୁରସ୍କାର ଘୋଷଣାକୁ ସୋସିଆଲ ମିଡ଼ିଆରେ ସମାଲୋଚନା

ରାଜସ୍ଥାନର ଝୁନଝୁନ ଜିଲାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ପୋଲିସ ଅପରାଧୀ ଯୋଗେଶଙ୍କୁ ଧରିବା ପାଇଁ ବହୁଥର ଚେଷ୍ଟା କଲେ ମଧ୍ୟ ଅସଫଳ ହେଉଥିଲା । ବାରମ୍ବାର ସମନ ଜାରି ହୋଇଥିଲେ ମଧ୍ୟ ସେ କୋର୍ଟରେ ହାଜର ହୋଇ ନ ଥିଲେ । ତେଣୁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରି ତାଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ବାରମ୍ବାର ଚଢାଉ ପରେ ଅପରାଧୀ ଧରାଛୁଆଁ ନ ଦେବାରୁ ପୋଲିସ ତାଙ୍କ ବିରୋଧରେ ପୁରସ୍କାର ରାଶି ଘୋଷଣା କରିଛି । ପୋଲିସ ଏକ ନିର୍ଦ୍ଦେଶାନାମା ଜାରି କରି ଅପରାଧୀଙ୍କୁ ଧରିବା ପାଇଁ ୫୦ପଇସା ଘୋଷଣା କରିଛି । ଯାହାକୁ ନେଇ ସୋସିଆଲ ମିଡିଆରେ ହାସ୍ୟରୋଳ ସୃଷ୍ଟି ହେବା ସହ ପୋଲିସର ଏପରି ପୁରସ୍କାର ଘୋଷଣାକୁ ସମାଲୋଚନା କରାଯାଇଛି ।

ମନୁଷ୍ୟଗତ ତ୍ରୁଟି ଯୋଗୁ ହୋଇଛି ଭୁଲ

ସୋସିଆଲ ମିଡିଆରେ ଭାଇରାଲ ଅର୍ଡରରେ ଏସପି ଦେବେନ୍ଦ୍ର କୁମାରଙ୍କ ଦସ୍ତଖତ ରହିଛିି । ଏବେ ଏଠାରେ ବଡ ପ୍ରଶ୍ନ ଉଠିଛି କି, ଅର୍ଡର ଟାଇପ କରିଥିବା କିରାଣୀଙ୍କ ଏହି ପତ୍ରକୁ ଏସପିଙ୍କୁ ନେଇ ଦେଉଥିବା କର୍ମଚାରୀ ଜଣକ କାହିଁକି ପଢିଲେ ନାହିଁ? ସେହିପରି ଖୋଦ୍ ଏସପି ଦେବେନ୍ଦ୍ର କୁମାର କିପରି ଆଖି ବନ୍ଦ କରି ଏଥିରେ ଦସ୍ତଖତ କଲେ? କିନ୍ତୁ ଏହାକୁ ନେଇ ପୋଲିସ ସ୍ପଷ୍ଟୀକରଣ ଦେଇଛି ଯେ, ଏହି ଭୁଲଟି ମନୁଷ୍ୟଗତ ତ୍ରୁଟି ଯୋଗୁଁ ହୋଇଛି । ବର୍ତ୍ତମାନ ଏହାକୁ ସଂଶୋଧନ କରାଯାଉଛି ।

rajhastan newsThe police announced 50 paise to catch the thiefviral news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami