ବଦଳିଲା ସ୍କୁଲ ଆସିବା ସମୟ

ନୂଆଦିଲ୍ଲୀ: ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର । ବଦଳିଲା ସ୍କୁଲ ଆସିବା ସମୟ । ଏଣିକି ସକାଳୁ ଶୀଘ୍ର ସ୍କୁଲ ଆସିିବେ ଛାତ୍ରୀଛାତ୍ର । ପିଲାଙ୍କ ସ୍କୁଲ ଆସିବା ସମୟକୁ ବଦଳାଇଦେଇଛନ୍ତି ରାଜ୍ୟ ସରକାର । ଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ସମୟ ବଦଳାଇ ଦିଆଯାଇଛି ।

ରାଜ୍ୟର ସବୁ ସରକାରୀ ବିଦ୍ୟାଳୟର ସମୟ ବଦଳିଛି

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କହ୍ନେୟା ପ୍ରସାଦ ଶ୍ରୀବାସ୍ତବଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ପୂର୍ବରୁ ସ୍କୁଲ ସକାଳ ୯ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନଣ ୩.୩୦ରେ ଶେଷ ହେଉଥିଲା । ବର୍ତ୍ତମାନ ଏହା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ଚାରିଟା ବେଳେ ଶେଷ ହେବ । ନଭେମ୍ବର ୨୮, ୨୦୨୩ ରେ ଜାରି କରାଯାଇଥିବା ଅନ୍ୟ ନିର୍ଦ୍ଦେଶଗୁଡ଼ିକ ବଳବତ୍ତର ରହିବ ବୋଲି ବିଭାଗ କହିଛି । ନଭେମ୍ବର ୨୮ ତାରିଖର ଆଦେଶରେ କୁହାଯାଇଛି ଯେ, ବିଦ୍ୟାଳୟରେ ପ୍ରଥମ ଘଣ୍ଟି ପୂର୍ବରୁ ପ୍ରାର୍ଥନା, ବ୍ୟାୟାମ ଏବଂ ଯୋଗ କାର୍ଯ୍ୟସୂଚୀ ରହିବ । ତେବେ ଏସବୁ ନିୟମ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ସମୟ ବଦଳିଛି ।

govt school timing changedgovt schools to function from 10 am to 4 pm
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami