ଅନନ୍ତ -ରାଧିକାଙ୍କ ପ୍ରି ୱେଡ଼ିଂରେ ଧମାଲ ମଚାଇଲେ ଗ୍ଲୋବାଲ୍ ଆଇକନ୍ ରିହାନା

ନୂଆଦିଲ୍ଳୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡ଼ିଂ ଆରମ୍ଭ ହୋଇଯାଇଛି । ଏହି ପ୍ରି ୱେଡ଼ିଂ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିଥିଲା ଗ୍ଲୋବାଲ୍ ଆଇକନ୍ ରିହାନାଙ୍କ ନୃତ୍ୟ । ମଞ୍ଚ ଉପରେ ରିହାନା ଧମାଲ ମଚାଇଥିଲେ । ରିହାନା ମଞ୍ଚରେ ତାଙ୍କର ଲୋକପ୍ରିୟ ଟ୍ରାକ୍ ପ୍ରଦର୍ଶନ କରୁଥିବାବେଳେ ବ୍ୟକ୍ତିଗତ ଇଭେଣ୍ଟରେ ଭିଡ଼ ଜମିବାରେ ଲାଗିଥିଲା ।

ନୃତ୍ୟଗୀତରେ କମ୍ପୁଛି ପୁରା ଜାମନଗର

୨୦୦୫ ମସିହାରେ ଡେବ୍ୟୁ କରିବା ପରେ ଖ୍ୟାତି ଅର୍ଜନ କରିଥିବା ରିହାନା ତାଙ୍କ ଗୀତ ଏବଂ ହିଟ୍ ନମ୍ବରରେ ‘ପୋର ଇଟ୍ ଅପ୍‌’, ‘ୱାଇଲ୍ଡ ଥିଙ୍ଗସ୍‌’, ‘ଡାଇମଣ୍ଡ୍‌’ ଇତ୍ୟାଦି ପ୍ରଦର୍ଶନ କରିଥିଲେ । ଏହି କଳାକାର ତାଙ୍କ ନୃତ୍ୟରେ ପୂରା ମାହଲକୁ ଗରମ କରି ଦେଇଥିଲେ । ଚଳିତବର୍ଷର ସବୁଠୁ ବଡ଼, ସବୁଠୁ ଆକର୍ଷଣୀୟ, ସବୁଠୁ ଦାମୀ ବାହାଘର ହେବାକୁ ଯାଉଛି ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର । ଜୁଲାଇ ୧୨ରେ ହେବ ବାହାଘର । ଏହା ପୂର୍ବରୁ ଗୁଜରାଟ ଜାମନଗରରେ ୩ଦିନ ଧରି ଆରମ୍ଭ ହୋଇଛି ପ୍ରିୱେଡିଂ ଫଙ୍କସନ । ଏହା କାର୍ଯ୍ୟକ୍ରମକୁ ସ୍ମରଣୀୟ, ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ଜାମନଗର ବିମାନବନ୍ଦରରେ ଦେଖିବାକୁ ମିଳିଛି ଅତିଥିଙ୍କ ପ୍ରବଳ ଭିଡ । ବିମାନବନ୍ଦରକୁ ସଜା ଯିବା ସହ ଗୁଜରାଟୀ ନୃତ୍ୟଗୀତରେ କମ୍ପୁଛି ପୁରା ଜାମନଗର । ଦେଶବିଦେଶର କଳାକାର ପହଁଚିଛନ୍ତି ସ୍ପେଶାଲ ପରଫରମାନ୍ସ ପାଇଁ । ସେପଟେ ନାମୀଦାମୀ ଅତିଥି ମଧ୍ୟ ପହଁଚିଛନ୍ତି ।

anant ambanis pre weddingpre weding celebrationrihanna sets stage on fire
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami