ଆମେରିକାରେ ୮,୦୦୦ ମାଇଲ ବୁଲିବ ରାମମନ୍ଦିର ରଥ

ଅଯୋଧ୍ୟା : ଆମେରିକାରେ ବୁଲିବ ରାମଲଲ୍ଲାଙ୍କ ରଥ । ତାହା ପୁଣି ୮ ହଜାର ମାଇଲ । ୬୦ ଦିନ ମଧ୍ୟରେ ଏହି ରଥ ୮୫୧ ମନ୍ଦିର ପରିଦର୍ଶନ କରିବ । ଆମେରିକାର ଶିକାଗୋରୁ ବାହାରିବାକୁ ଥିବା ରାମଲଲ୍ଲାଙ୍କ ରଥ ଦେଶର ୪୮ ରାଜ୍ୟ ଭ୍ରମଣ କରିବ । ସେହିପରି କାନାଡାର ୧୫୦ ମନ୍ଦିର ମଧ୍ୟ ବୁଲିବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି ।

୬୦ ଦିନରେ ବୁଲିବ ୮୫୧ ମନ୍ଦିର

ବିଶ୍ୱହିନ୍ଦୁ ପରିଷଦ ଆମେରିକା (ଭିଏଚ୍‌ପିଏ) ସାଧାରଣ ସମ୍ପାଦକ ଅମିତାଭ ମିତ୍ତଲ କହିଛନ୍ତି, ଏକ ଟୋୟୋଟା ଭ୍ୟାନ୍‌ରେ ନିର୍ମିତ ଏହି ରଥରେ ପ୍ରଭୁ ରାମ, ଦେବୀ ସୀତା, ଲକ୍ଷ୍ମଣ ଓ ହନୁମାନଙ୍କ ମୂର୍ତ୍ତିକୁ ଅବସ୍ଥାପିତ କରାଯାଇଛି । ଅଯୋଧ୍ୟା ରାମମନ୍ଦିରରୁ ନିଆଯାଇଥିବା ସ୍ୱତନ୍ତ୍ର ପ୍ରସାଦ ଏବଂ ପ୍ରାଣ ପ୍ରତିଷ୍ଠା ପୂଜିତ ଅକ୍ଷତକୁ ମଧ୍ୟ ଏଥିରେ ରଖାଯାଇଛି । ରାମମନ୍ଦିର ପ୍ରତିଷ୍ଠା ପରେ ବିଶ୍ୱର ୧.୫ ବିଲିୟନ୍ ହିନ୍ଦୁଙ୍କ ମଧ୍ୟରେ ଆସ୍ଥା ଓ ଶକ୍ତିର ପୁନଃ ଅଭ୍ୟୁଦୟ ହୋଇଛି । ଏପ୍ରିଲ ୨୩ ହନୁମାନ ଜୟନ୍ତୀ ଅବସରରେ ଇଲିନୋଇସ୍‌ସ୍ଥିତ ସୁଗାର ଗ୍ରୋଭ୍‌ରେ ଏହି ଯାତ୍ରା ଶେଷ ହେବ । ୬୦ ଦିନ ମଧ୍ୟରେ ୮୫୧ ମନ୍ଦିର ବୁଲିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହି ଐତିହାସିକ ଯାତ୍ରାରେ ଭିଏଚ୍‌ପିଏକୁ ସହଯୋଗ କରିବା ପାଇଁ ବହୁ ସ୍ୱେଚ୍ଛାସେବୀ ନିଜ ନାମ ପଞ୍ଜୀକରଣ କରିଥିବା ସେ ସୂଚନା ଦେଇଛନ୍ତି ।

ayodhya ram mandir \rama mandir ratha travel americaramlala rathramlala ratha parikrama
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami