ବ୍ରିଟେନ୍ ରାଣୀଙ୍କ କାର୍ କିଣିଲେ ପୁନାୱାଲା

ନୂଆଦିଲ୍ଲୀ: ବ୍ରିଟେନ୍‌ର ରାଣୀ ସ୍ୱର୍ଗତଃ ଏଲିଜାବେଥ୍ ଦ୍ୱିତୀୟଙ୍କ ଏକ ରେଞ୍ଜ ରୋଭର କାରକୁ ପୁନାୱାଲା ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ୟୋହାନ୍ ପୁନାୱାଲା କିଣିଛନ୍ତି । ନିଲାମ ଜରିଆରେ ସେହି ରେଞ୍ଜ ରୋଭର ବିକ୍ରି ଲାଗି ଉପଲବ୍ଧ ହୋଇଥିଲା । କାହର ନିଲାମ ମୂଲ୍ୟ ୨ କୋଟି ୨୫ ଲକ୍ଷ ଟଙ୍କା ଥିଲା । କିନ୍ତୁ ପୁନାୱାଲା ତାହାକୁ ନିଲାମ ବାହାରେ କିଣିବାକୁ ପସନ୍ଦ କରିଥିଲେ । ସେଥିପାଇଁ ସେ କେତେ ଟଙ୍କା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନି ।

ବ୍ରିଟେନ ଇତିହାସର ଏକ ଅଂଶକୁ ହାସଲ କରିବା ଖୁସିର ବିଷୟ

କାରକୁ କିଣିବା ପରେ ଖୁସି ବ୍ୟକ୍ତ କରି ପୁନାୱାଲା କହିଛନ୍ତି ଯେ ବ୍ରିଟେନ ଇତିହାସର ଏକ ଅଂଶକୁ ହାସଲ କରିବା ନିଶ୍ଚିତ ଖୁସିର ବିଷୟ । ମୁଁ ମୋ ପତ୍ନୀ ଓ ପିଲାମାନଙ୍କ ସହ କଥାବାର୍ତ୍ତା ହୋଇ ଗାଡ଼ିଟିକୁ କିଣିଛି । ସାଧାରଣତଃ ରାଜ ପରିବାର ସେବାରୁ ବାହାରିବା ପରେ ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍ ବଦଳିଯାଇଥାଏ । କିନ୍ତୁ ପୁନାୱାଲା କିଣିଥିବା ଗାଡ଼ିର ନମ୍ବର ପ୍ଲେଟ୍ ପୂର୍ବଭଳି ‘ଓୟୁ୧୬ ଏକ୍ସଭିଏଚ୍‌’ ରହିଛି । ପୁନାୱାଲା ହେଉଛନ୍ତି ଭିଣ୍ଟେଜ୍ କାରର ଜଣେ ବଡ଼ ପ୍ରଶଂସକ । ବହୁ ମହାରାଜା, ନୱାବ, ଶେଖ୍‌, ରାଷ୍ଟ୍ରପତି ଏବଂ ପୋପ୍ ଆଦି ବ୍ୟବହାର କରିଥିବା କାରଗୁଡ଼ିକୁ ସେ କିଣିଛନ୍ତି । ତାଙ୍କ ପାଖରେ ଭିଣ୍ଟେଜ କାରର ବିସ୍ତୃତ ବର୍ଗମାଳା ରହିଛି ।

punawala bought the british queens carQueen Elizabeth of BritainYohan Poonawalla is the Managing Director of the Poonawalla Group
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami