ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ । ହଠାତ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଏହି କାରଣରୁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଂଶଗ୍ରହଣ କରିପାରିବେ ନାହିଁ । ସେ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ମାତ୍ରେ ସେ ଏହି ଯାତ୍ରାର ସାମିଲ ହେବେ ।

ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଲେ ଯାତ୍ରାରେ ହେବି ସାମିଲ

ସୋସିଆଲ ମିଡିଆରେ ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି ଯେ, ‘ମୁଁ ବହୁତ ଉତ୍ସୁକତାର ସହିତ ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ ଉତ୍ତରପ୍ରଦେଶରେ ପହଞ୍ଚିବାକୁ ଅପେକ୍ଷା କରିଥିଲି । କିନ୍ତୁ ଅସୁସ୍ଥତା ହେତୁ ମୋତେ ଆଜି ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଲା । ମୋର ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ଉନ୍ନତି ହେବା ମାତ୍ରେ ମୁଁ ଏହି ଯାତ୍ରାରେ ଯୋଗଦେବି । ସେପର୍ଯ୍ୟନ୍ତ ଯାତ୍ରାରେ ସାମିଲ ହେଉଥିବା ସମସ୍ତ ଯାତ୍ରୀ, ଉତ୍ତରପ୍ରଦେଶରେ ଥିବା ମୋର ସହକର୍ମୀ ଏବଂ ପ୍ରିୟ ଭାଇ-ଭଉଣୀମାନଙ୍କୁ ଶୁଭକାମନା ଜଣାଉଛି ।

congress leader priyanka gandhicongress priyanka gandhipriyanka gandhi admitted to hospital
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami