ଆସନ୍ତା ୧୦ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ

ନୂଆଦିଲ୍ଲୀ : ଦିନକୁ ଦିନ ବଢିବାରେ ଲାଗିଛି ପ୍ରଦୂଷଣ । ଯୁଆଡେ ଚାହିଁବ ସିଆଡେ କେବଳ ଧୂଳି ଆଉ ଧୂଆଁ । ସ୍ଥିତି ଏପରି ଯେ ନିଶ୍ୱାସ ନେବା ବି ମୁସକିଲ ହୋଇପଡିଲାଣି । ଏହାକୁ ନଜରରେ ରଖି ଏବେ ସରକାର ଦୃଢ ପଦକ୍ଷେପ ନେଇଛନ୍ତି । ଆସନ୍ତା ୧୦ ତାରିଖ ଯାଏ ଦେଶର ରାଜଧାନୀ ଦିଲ୍ଲୀରେ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଛି । ୧୦ ତାରିଖ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରହିବା ସହ ଷଷ୍ଠରୁ ଦ୍ୱାଦଶ ଅନଲାଇନରେ ପାଠପଢ଼ା ଚାଲିବ ବୋଲି ନିଷ୍ପତ୍ତି ହୋଇଛି ।

ଷଷ୍ଠରୁ ଦ୍ୱାଦଶ ଅନଲାଇନରେ ପାଠପଢ଼ା

ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ଏ ବିଷୟରେ ସୂଚନା ଦେଇଛନ୍ତି । ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ହେତୁ ନଭେମ୍ବର ୫ ପର୍ଯ୍ୟନ୍ତ ପଞ୍ଚମ ଶ୍ରେଣୀ ଯାଏ ସମସ୍ତ ସ୍କୁଲ ବନ୍ଦ ରହିଥିଲା । ବତ୍ତମାନ ଏହାକୁ ୧୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିଛି । ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ତଥା ବାୟୁର ମାନକ ୪୫୦ ଅତିକ୍ରମ କରିଛି । ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଆଜି ସକାଳେ ଦିଲ୍ଲୀରେ ଏକ୍ୟୁଆଇ ୪୫୩ ଥିବା ରେକର୍ଡ କରାଯାଇଥିଲା, ଯାହା ଗୁରୁତର କ୍ୟାଟେଗୋରୀରେ ଆସେ ।

primary schools closedprimary schools closed till November 10schools closed news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami