ସିମ୍ କାର୍ଡର ପୋଲିସ ଯାଂଚ୍ ଜରୁରୀ,ନହେଲେ 10 ଲକ୍ଷ ଟଙ୍କା ଜରିମାନା

ପାସପୋର୍ଟ ବନାଇବା ପୂର୍ବରୁ ପୋଲିସ ଭେରିଫିକେସନ୍ ହୋଇଥାଏସ୍ଥାନୀୟ ପୋଲିସ ପାସପୋର୍ଟ୍ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ବାବଦରେ ତଥ୍ୟ ସଂଗ୍ରହ କରି ବୈଦେଶିକ ମନ୍ତ୍ରଣାଳୟକୁ ଜଣାଇଥାଏ । ପୋଲିସ ଭେରିଫିକେସନ୍ ପଛର ଉଦ୍ଦେଷ୍ୟ ହେଉଛି ଯେ,ଯେମିତି କୌଣସି ଅପରାଧୀ ପାସପୋର୍ଟ୍ ନେଇ ବିଦେଶକୁ ପଳାୟନ ନକରନ୍ତି । ବର୍ତ୍ତମାନ ସିମ୍ କାର୍ଡକୁ ନେଇ ହେଉଥିବା ଠକେଇ ରୋକିବା ପାଇଁ ପୋଲିସ ଭେରିଫିକେସନକୁ ଅନିବାର୍ଯ୍ୟ ହେବ । ତେବେ ଏଥିପାଇଁ ଆପଣଙ୍କୁ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ । ଆପଣ ଯେଉଁ ଡିଲରଙ୍କଠାରୁ ସିମ୍ କିଣୁଛନ୍ତି ସେହି ଡିଲରଙ୍କର ପୋଲିସ ଭେରିଫିକେସନ୍ ହେବ । ଯେମିତି କୌଣସି ଠକେଇ ପରିସ୍ଥିତିରେ ତାଙ୍କୁ ଦାୟୀ କରାଯିବ

ସାଇବର ଠକେଇରେ ଲାଗିବ ଅଙ୍କୁଶ

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଦିନ ସ୍ପଷ୍ଟ କରିଦେଇଛନ୍ତି ଯେ, ସିମ୍ କାର୍ଡ୍ ଡିଲରଙ୍କ ପୋଲିସ ଭେରିଫିକେସନ୍ ଅନିବାର୍ଯ୍ୟ ହେବ । ଫଳରେ କୌଣସି ଜାଲ୍ ସିମ୍ କାର୍ଡ୍ ଡିଲର ଠକଙ୍କୁ ସିମ୍ ବିକ୍ରି କରିପାରିବେ ନାହିଁ । ଏମିତିରେ ସିମ୍ କାର୍ଡ୍ ଠକେଇ ଘଟଣା କମିବ । ସରକାରଙ୍କ ତରଫରୁ କୁହାଯାଇଛି ଯେ, ଗାଇଡ୍ ଲାଇନ୍ ଅନୂସରଣ କରିନଥିବା 52 ଲକ୍ଷ ନମ୍ବରକୁ କାଟି ଦିଆଯାଇଛି । ଅନ୍ୟପକ୍ଷରେ 67 ହଜାର ଡିଲରଙ୍କୁ ବ୍ଲାକ୍ ଲିଷ୍ଟ୍ କରାଯାଇଛି । ମେ 2023ଠାରୁ ସିମ୍ କାର୍ଡ୍ ଡିଲରଙ୍କ ବିରୋଧରେ 3ଶହରୁ ଅଧିକ ଏଫଆଇଆର ଦାଏର କରାଯାଇଛି ।

10 ଲକ୍ଷ ଟଙ୍କା ଜରିମାନା

ଯଦି କୌଣସି ଡିଲର ଏହି ନିୟମର ଉଲ୍ଲଂଘନ କରନ୍ତି ତେବେ ସେମାନଙ୍କ ଉପରେ 10 ଲକ୍ଷ ଟଙ୍କାର ଜରିମାନ ଲାଗୁ କରାଯିବ । ଏହା ସହିତ ସେମାନଙ୍କ ବିରୋଧରେ ପୋଲିସରେ ମାମଲା ମଧ୍ୟ ରୁଜ କରାହେବ ।ଏମିତିରେ ସେମାନଙ୍କୁ ଜେଲ ମଧ୍ୟ ଯିବାକୁ ପଡ଼ିପାରେ । ସରକାରଙ୍କ ତରଫରୁ 10 ଲକ୍ଷ ସିମ୍ ଡିଲରଙ୍କୁ ପୋଲିସ ଭେରିଫିକେସନ୍ କରିବାକୁ ଯଥେଷ୍ଟ ସମୟ ଦିଆଯାଇଛିଦୂରସଂଚାର ବିଭାଗ ପକ୍ଷରୁ ବଲକ୍ କେନକ୍ସନ୍ ଦେବା ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରିଦିଆଯାଇଛି । ଏହା ସହିତ କର୍ପୋରେଟ୍ କେୱାସୀ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି ।

how to apply sim card in iphonehow to apply sim card in phonehow to apply sim card registrationpolice verification for passportpolice verification for passport 2023sim card police verificationsim card registrationsim card registration police clearancesim card registration using police clearancesim card verificationsim card verification online
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami