ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଆବେଦନ ଖାରଜ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଆଶ୍ୱସ୍ତି । ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଆବେଦନକୁ ଖାରଜ କରିଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ମଦ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତିହାର ଜେଲରେ ବନ୍ଦୀ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ହୋଇଥିଲା ଆବେଦନ । ଏହି ଆବେଦନର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟ ମନା କରିଦେଇଛନ୍ତି । ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦରେ ରହିବେ କି ନାହିଁ ତାହା କେଜ୍ରିୱାଲଙ୍କ ବ୍ୟକ୍ତିଗତ ନିଷ୍ପତ୍ତି । କେଜ୍ରିୱାଲଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଏହା ହେଉଛି ଦ୍ୱିତୀୟ ଆବେଦନ ଯାହାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ହାଇକୋର୍ଟ ଆବେଦନକାରୀଙ୍କୁ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବାକୁ କହିଛନ୍ତି । ଖଣ୍ଡପୀଠ କହିଛନ୍ତି, କେଉଁଠି କୋର୍ଟ ଦ୍ୱାରା ରାଷ୍ଟ୍ରପତି ଶାସନ ବା ରାଜ୍ୟପାଳ ଶାସନ ଲାଗୁ ହୋଇଥିବାର ଦୃଷ୍ଟାନ୍ତ ଆପଣଙ୍କ ପାଖରେ ଅଛି କି?

ଉପରାଜ୍ୟପାଳ ,ରାଷ୍ଟ୍ରପତି ଏହି ପ୍ରସଙ୍ଗରେ ନେଇପାରିବେ ନିଷ୍ପତ୍ତି

ସମାଜସେବୀ ତଥା ହିନ୍ଦୁ ସେନାର ରାଷ୍ଟ୍ରୀୟ ସଭାପତି ବିଷ୍ଣୁ ଗୁପ୍ତା ଏହି ପିଟିସନ ଦାଖଲ କରିଥିଲେ । ଏହାପରେ ଗୁପ୍ତା ତାଙ୍କ ଆବେଦନ ପ୍ରତ୍ୟାହାର କରି ଉପରାଜ୍ୟପାଳଙ୍କ ନିକଟରେ ଆବେଦନ କରିବେ ବୋଲି କହିଥିଲେ । ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଜାତୀୟ ରାଜଧାନୀରେ ଅଚଳାବସ୍ଥା ଦେଖାଦେଇଥିଲା । ହାଇକୋର୍ଟ କହିଛନ୍ତି ଯେ ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେବା ଉପରାଜ୍ୟପାଳ କିମ୍ବା ରାଷ୍ଟ୍ରପତିଙ୍କ ଉପରେ ନିର୍ଭର କରେ । ଏଲ୍‌ଜି ଏ ବିଷୟରେ ନିଷ୍ପତ୍ତି ନେବାପାଇଁ ସମ୍ପୂର୍ଣ୍ଣ ସକ୍ଷମ । ସେ ଆମର ମାର୍ଗଦର୍ଶନ ଆବଶ୍ୟକ କରନ୍ତି ନାହିଁ । ଆଇନ ଅନୁଯାୟୀ ଯାହା କରିବାକୁ ପଡ଼ିବ ସେ ତାହା କରିବେ ବୋଲି କୋର୍ଟ କହିଛନ୍ତି । ସୂଚନାଯୋଗ୍ୟ, ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ହାଇକୋର୍ଟରେ କରିଥିବା ଆବେଦନ ଉପରେ ଗତକାଲି ଶୁଣାଣି ପ୍ରକ୍ରିୟା ଶେଷ ହୋଇଥିଲା ଏବଂ ଏ ବାବଦ ରାୟ ସଂରକ୍ଷିତ ରହିଛି ।

AAP supremo arvind kejriwalarvind kejriwal delhi cmPetition to remove Kejriwal as Chief Minister rejected
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami