୨୯ ଫେବୃଆରୀ ପରେ ବନ୍ଦ ହୋଇଯିବ ପେଟିଏମ

ନୂଆଦିଲ୍ଲୀ: ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ପେଟିଏମ ବ୍ୟବହାରକାରୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଛି । ବହୁ ସଂଖ୍ୟକ ଉପଭୋକ୍ତା ଅନ୍ୟ ଅନଲାଇନ ପେମେଣ୍ଟ ଆପସ୍‌କୁ ଯାଉଛନ୍ତି । ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ଏକ ନିର୍ଦ୍ଦେଶ ଜାରି କରି ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଇଥିଲା । ଗୋଟିଏ ପଟେ ପେଟିଏମ ପେମେଣ୍ଟ ବ୍ୟାଙ୍କର ସମସ୍ତ ସେବା ମାର୍ଚ୍ଚ ୧ରୁ ନିଷେଧ କରାଯାଇଛି ।

ଅଳ୍ପ ସଂଖ୍ୟକ ପେଟିଏମ ବ୍ୟବହାରକାରୀ ପ୍ରଭାବିତ ସମ୍ଭାବନା

କେବଳ ଟ୍ରାନ୍ସଫର ଏବଂ ୱିଡ୍ରଲ ପାଇଁ ଅନୁମତି ଦିଆଯିବ କିନ୍ତୁ ଆପଣ ଫେବୃଆରୀ ୨୯ରୁ ଆପଣଙ୍କର ପେଟିଏମ ୱାଲେଟ କିମ୍ବା ଫାଷ୍ଟାଗ ଟପ କରିବାକୁ ସମର୍ଥ ହେବେ ନାହିଁ । ଏଥିସହ ଆପଣ ନିଜ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ସମର୍ଥ ହେବେ ନାହିଁ । ତେବେ ଆରବିଆଇର କାର୍ଯ୍ୟ ଦ୍ୱାରା କେବଳ ଅଳ୍ପ ସଂଖ୍ୟକ ପେଟିଏମ ବ୍ୟବହାରକାରୀ ପ୍ରଭାବିତ ହେବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଆରବିଆଇର କାର୍ଯ୍ୟ ପେଟିଏମ ୟୁପିଆଇ ଆପ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ନାହିଁ ।

ଅନ୍ୟ ଅନଲାଇନ୍ ପେମେଣ୍ଟ ଆପ୍ସକୁ ଯାଉଛନ୍ତି ଉପଭୋକ୍ତା

ପେଟିଏମ ୟୁପିଆଇ ଆପର ପ୍ରାୟ ନଅ କୋଟି ବ୍ୟବହାରକାରୀ ଅଛନ୍ତି । ସେଥିମଧ୍ୟରୁ କେବଳ ୧.୫ କୋଟି ଅନନ୍ୟ ବ୍ୟବହାରକାରୀ । ଏହାର କାରଣ ହେଉଛି ୭.୫ କୋଟି ଉପଭୋକ୍ତା ନିଜ ମୋବାଇଲରେ ଅନ୍ୟ ୟୁପିଆଇ ଆପ ମଧ୍ୟ ଇନଷ୍ଟଲ କରିଛନ୍ତି । ପେଟିଏମ ୟୁପିଆଇ ଆପର ୯ କୋଟି ଉପଭୋକ୍ତାଙ୍କ ମଧ୍ୟରୁ କେବଳ ୯୦ଲକ୍ଷ ଅର୍ଥାତ୍ ୧୦ ପ୍ରତିଶତ ଉପଭୋକ୍ତାଙ୍କର ପେଟିଏମ ପେମେଣ୍ଟ ବ୍ୟାଙ୍କରେ ଏକ ଆକାଉଣ୍ଟ ଅଛି । ଏହାର ଅର୍ଥ ହେଉଛି ଯେ ଆରବିଆଇର କାର୍ଯ୍ୟ ପେଟିଏମ ୟୁପି ଆପର ୮.୧ କୋଟି ଉପଭୋକ୍ତାଙ୍କୁ ପ୍ରଭାବିତ କରିବ ନାହିଁ କାରଣ ସେମାନଙ୍କର ୟୁପିଆଇ ଅନ୍ୟ ବ୍ୟାଙ୍କର ଆକାଉଣ୍ଟ ସହିତ ଲିଙ୍କ ହୋଇଛି ।

paytm bankpaytm bank curbs wont hit all app users
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami