୫୭ ବର୍ଷ ତଳେ ଡ଼ାକ ଟିକେଟରେ ଲେଖାଯାଇଥିଲା ରାମ ମନ୍ଦିର ପ୍ରତିଷ୍ଠା ସମୟ

ନୂଆଦିଲ୍ଲୀ: ଆଉ ମାତ୍ର ୫ ଦିନ ପରେ ଆୟୋଜିତ ହେବ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଦିନକୁ ଦିନ ସମୟ ଯେତେ ପାଖେଇ ଆସୁଛି ସେତିକି ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ନିକଟରେ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସାମ୍ନାକୁ ଆସିଛି ରୋଚକ ତଥ୍ୟ । ଏମିତି କି ଲୋକଙ୍କ ମଧ୍ୟରେ ଆଶା ଉଦ୍ଦୀପନା ବି ବୃଦ୍ଧି ପାଉଛି । ଏହାରି ଭିତରେ ସୋସିଆଲ ମିଡ଼ିଆରେ ନେପାଳର ଏକ ଡାକ ଟିକେଟ ଭାଇରାଲ ହେବାରେ ଲାଗିଛି । ୫୭ ତଳେ ଏହି ଟିକେଟ୍‌ରେ ରାମ ମନ୍ଦିର କେବେ ପ୍ରତିଷ୍ଠା ହେବ ତାହା ଉଲ୍ଲେଖ କରାଯାଇଛି । ଯାହା ସମସ୍ତଙ୍କୁ ଚକିତ କରିଛି ।

୧୯୬୭ରେ ଜାରି ହୋଇଥିଲା ଏହି ଟିକେଟ

ଭାଇରାଲ ଡାକ ଟିକେଟଟି ୧୯୬୭ରେ ଜାରି କରାଯାଇଥିଲା । ଏଥିରେ ୨୦୨୪ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ ବୋଲି ଲେଖା ଅଛି । ଅର୍ଥାତ୍ ୫୭ବର୍ଷ ପୂର୍ବରୁ ରାମ ମନ୍ଦିର ପ୍ରତିଷ୍ଠା ହେବ ବୋଲି ଦିନ ଧାର୍ଯ୍ୟ ଥିଲା । ଏହି ଟିକେଟ୍ ବର୍ତ୍ତମାନ ଲକ୍ଷ୍ନୌର ଅଶୋକ କୁମାରଙ୍କ ପାଖରେ ଅଛି । ଅଶୋକଙ୍କ ‘ଦି ଲିଟିଲ ମ୍ୟୁଜିୟମ’ରେ ଏହି ଟିକେଟ ରହିଛି । ଏନେଇ ଅଶୋକ କହିଛନ୍ତି, ଏହି ଡାକ ଟିକେଟ ୧୯୬୭ ଏପ୍ରିଲ ୧୮ରେ ଜାରି କରାଯାଇଥିଲା । ଏହି ଟିକେଟ୍ ସେତେବେଳେ ୧୫ପଇସାର ଥିଲା । ଡାକ ଟିକେଟ୍‌ରେ ଶ୍ରୀରାମଙ୍କୁ ଧନୁତୀର ସହ ଦେଖିବାକୁ ମିଳିଛି । ସେ ଏହି ଟିକେଟକୁ ଜଣେ ବ୍ୟକ୍ତିଙ୍କ ଠାରୁ କିଣିଥିଲେ । ଭାଇରାଲ ନେପାଳୀ ଡାକ ଟିକେଟରେ ରାମ ନବମୀ ୨୦୨୪ ଲେଖା ଅଛି । ତାହା ଇଂରାଜୀ କ୍ୟାଲେଣ୍ଡର ନୁହେଁ, ବରଂ ବିକ୍ରମ ସଂବତ କ୍ୟାଲେଣ୍ଡର ଅନୁଯାୟୀ ତାରିଖ ଲେଖା ଅଛି । ବିକ୍ରମ ସଂବତ କ୍ୟାଲେଣ୍ଡର ଇଂରାଜୀ କ୍ୟାଲେଣ୍ଡରଠାରୁ ୫୭ ବର୍ଷ ଆଗୁଆ ଚାଲିଥାଏ ବୋଲି ଅଶୋକ କହିଛନ୍ତି ।

Ayodhya on Ram Temple Inauguration DayAyodhya on Ram Temple Inauguration Day 57 years agoayodhya ram mandira
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami