ଭାଲେଣ୍ଟାଇନ୍ ଡେ’ ପାଇଁ ଭାରତରୁ ଗୋଲାପ କିଣିଲା ନେପାଳ

କାଠମାଣ୍ଡୁ: ଆଜି ହେଉଛି ପ୍ରେମ ଦିବସ ବା ଭାଲେଣ୍ଟାଇନ୍ ଡ଼େ । ଏହି ଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ପ୍ରେମୀଯୁଗଳ ବା ସ୍ୱାମୀସ୍ତ୍ରୀ । ଏହି ଦିନରେ ଖାସ୍ କରି ଆବଶ୍ୟକ ପଡ଼େ ନାଲି ଗୋଲାପ । ନିଜ ପ୍ରିୟ ଲୋକଙ୍କୁ ଗୋଲାପ ନେଇ ଭାଲେଣ୍ଟାଇନର ଶୁଭେଚ୍ଛା ଜଣାଇଥାନ୍ତି ଲୋକେ । ସେଥିଲାଗି ଗୋଲାପର ଚାହିଦା ବେଶୀ ଥାଏ । ସେହିପରି ଭାଲେଣ୍ଟାଇନ୍ ଦିବସ ପାଇଁ ନେପାଳରେ ନାଲି ଗୋଲାପର ଚାହିଦା ବଢ଼ିଯାଇଛି । କିନ୍ତୁ ନେପାଳରେ ଆବଶ୍ୟକ ମାତ୍ରାରେ ଗୋଲାପ ନାହିଁ । ଏଥିପାଇଁ ନେପାଳକୁ ଭାରତ ଉପରେ ନିର୍ଭର କରିବାକୁ ପଡିଛି । ଦେଶରେ ନାଲି ଗୋଲାପର ଚାହିଦା ୩ ଲକ୍ଷ ୫୦ ହଜାର ଆବଶ୍ୟକ ପଡ଼ୁଛି । ସେଥିଲାଗି ଭାରତରୁ ଆମକୁ ୩ ଲକ୍ଷ ଗୋଲାପ କିଣିବାକୁ ପଡ଼ିଛି ବୋଲି କହିଛନ୍ତି ନେପାଳ ଫୁଲଚାଷ ସଂଘର ସଭାପତି ବାହାଦୁର ତମାଙ୍ଗ ।

ମାତ୍ର ୧୦ ପ୍ରତିଶତ ଗୋଲାପ ଦେଶରେ ମିଳୁଛି

ନେପାଳ ଫୁଲଚାଷ ସଂଘର ସଭାପତି ବାହାଦୁର ତମାଙ୍ଗ ଆହୁରି କହିଛନ୍ତି ଯେ, ମୋଟ ଚାହିଦାର ପ୍ରାୟ ୧୦ ପ୍ରତିଶତ ଦେଶରେ ମିଳୁଛି । ତେଣୁ ୯୦ ପ୍ରତିଶତ ଗୋଲାପ ଆମେ ଭାରତରୁ ଆମଦାନି କରୁଛୁ । ନେପାଳକୁ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ କୋଲକାତାରୁ ହିଁ ଅଧିକାଂଶ ନାଲି ଗୋଲାପ ଆସୁଛି । ଗୋଟିଏ ନାଲି ଗୋଲାପର ମୂଲ୍ୟ ୮୦ରୁ ୧୦୦ ଟଙ୍କା । ନେପାଳକୁ ଆମଦାନି ହେଉଥିବା ପ୍ରାୟ ୬୦ ପ୍ରତିଶତ ଗୋଲାପ କାଠମାଣ୍ଡୁରେ ବିକ୍ରି ହୋଇଥାଏ । ଅବଶିଷ୍ଟ ଗୋଲାପ ରାଜଧାନୀ କାଠମାଣ୍ଡୁ ବାହାରକୁ ଯାଇଥାଏ । ଭାଲେଣ୍ଟାଇନ୍ ଦିବସରେ ଗୋଲାପ ବ୍ୟବସାୟ ୩୦.୫୦ ନିୟୁତ ଟଙ୍କା ଅତିକ୍ରମ କରିଛି ବୋଲି ସେ କହିଛନ୍ତି । ନେପାଳରେ ବ୍ୟବସାୟୀମାନେ ସ୍ୱାଭାବିକ ଦିନଗୁଡ଼ିକରେ ୮ରୁ ୧୦ ହଜାର ଗୋଲାପ ବିକ୍ରି କରିଥାନ୍ତି ।

Nepal bought roses from India for Valentine's Dayvalentine's day
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami