ଜୀବନ୍ତ ବେଙ୍ଗ ପିଠିରେ ବଢୁଛି ଛତୁ,ବୈଜ୍ଞାନିକମାନେ ହେଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ମୃତ ଜୀବଜନ୍ତୁ କିମ୍ବା ପ୍ରାଣୀଙ୍କ ମୃତଦେହ ଦୀର୍ଘଦିନ ପଡି ରହିଲେ ସେଥିରେ ଫଙ୍ଗସ୍ ଲାଗିଯାଏ । କିନ୍ତୁ କେବେ ଜୀବନ୍ତ ପ୍ରାଣୀ ଶରୀରରେ ଫଙ୍ଗସ ବଢିବା ଦେଖିଛନ୍ତି କି? ଦେଶର ପଶ୍ଚିମ ଇଲାକାରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ଯାହାକୁ ଦେଖି ଖୋଦ୍ ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କର୍ଣ୍ଣାଟକ ଓ କେରଳର ପର୍ବତ ଘାଟିରେ ବୈଜ୍ଞାନିକଙ୍କୁ ଏକ ପ୍ରଜାତିର ବେଙ୍ଗ ମିଳିଛି, ଯେଉଁଥିରେ ଆପେ ଆପେ ଫଙ୍ଗସ ବଢୁଥିବାର ନଜର ଆସିଛି । ଏହି ବେଙ୍ଗର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ବି ଚକିତ ହୋଇଯାଇଛନ୍ତି ।

ବେଙ୍ଗ ପିଠିରେ ଛତୁ କଅଁଳିବା ପ୍ରଥମ ଘଟଣା

ପଶ୍ଚିମ ଘାଟରେ ଏକ ବେଙ୍ଗର ଶରୀରରେ ଛତୁ କଅଁଳୁଥିବା ବୈଜ୍ଞାନିକମାନେ ଦେଖିବାକୁ ପାଇଛନ୍ତି । Reptiles and Amphibians  ନାମକ ଜର୍ନାଲନୁସାରେ କୌଣସି ଜୀବନ୍ତ Amphibians ଅର୍ଥାତ୍ ଉଭୟଚର ପ୍ରାଣୀ ଉପରେ ଫଙ୍ଗସ୍ ବା ଛତୁ କଅଁଳୁଥିବା ଏହା ପ୍ରଥମ ଘଟଣା ଅଟେ । ଏହି Rao’s Intermediate Golden Backed  ପ୍ରଜାତିର ବେଙ୍ଗ ଅଟେ । ୱାର୍ଲଡ ୱାଇଲ୍ଡଲାଇଫ୍ ଫଣ୍ଡର ବୈଜ୍ଞାନିକମାନେ ପ୍ରଥମେ ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ପାଇଛନ୍ତି । ଏପରି ଘଟଣା ଦେଖିବା ପରେ ବୈଜ୍ଞାନିକମାନେ ଏହି ପ୍ରଜାତିର ୪୦ଟି ବେଙ୍ଗକୁ ନେଇ ଗବେଷଣା ଆରମ୍ଭ କରିଥିଲେ । ଅଧ୍ୟୟନରୁ ଜଣାପଡିଥିଲା କି, ଇକୋଲଜିକାଲ ପରିବର୍ତ୍ତନ ପାଇଁ ଏପରି ଘଟଣା ଦେଖିବାକୁ ମିଳୁଛି । ଏଥିସହ Amphibians  ଓ ଫଙ୍ଗସଙ୍କ ସମ୍ପର୍କ ଉପରେ ନୂଆ ତଥ୍ୟ ଉନ୍ମୋଚନ ହୋଇଛି । ବେଙ୍ଗ ଉପରେ ନଜର ଆସିଥିବା ଛତୁ ବୋନେଟ ପ୍ରଜାତିର ଅଟେ । ଅନୁସନ୍ଧାନରୁ ଜଣାପଡିଛି କି, ବେଙ୍ଗ କୌଣସି ରୋଗରେ ପୀଡିତ ଥିବାରୁ ଏହା ଉପରେ ଛତୁ ବଢୁଛି ବୋଲି ବୈଜ୍ଞାନିକମାନେ ଅନୁମାନ କରଛନ୍ତି ।

Mushroom growing on frogs back baffles
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami