ଆସନ୍ତା ସପ୍ତାହରେ ରୋଷେଇ ଘରେ ଲାଗିପାରେ ନିଆଁ, ମୋଦି ସରକାର ପୁଣି ବଢାଇବେ ଏଲପିଜି ଦର

ଲାଗୁଛି ଆଉ ସାତ ଦିନ ପରେ ରୋଷେଇ ଘରେ ହାହାକାର ମଚିବାକୁ ଯାଉଛି । କାରଣ ମୋଦି ସରକାର ପୁଣିଥରେ ରୋଷେଇ ଗ୍ୟାସ୍ ଦାମ ବଢାଇ ପାରନ୍ତି । କୁହାଯାଉଛି ଯେ, ଦର ବଢାଇବା ପାଇଁ କେନ୍ଦ୍ର ସରକାର ମନସ୍ଥ କରି ସାରିଛନ୍ତି । ଗ୍ୟାସ୍ ସିଲିଣ୍ଡର ପିଛା କଂପାନୀଙ୍କୁ ୧ଶହ ଟଙ୍କା କ୍ଷତି ହେଉଥିବାରୁ ସରକାର ଦର ବଢାଇବେ । ଯଦି ଦରବୃଦ୍ଧି ପାଇଁ କମ୍ପାନୀଙ୍କୁ ସରକାର ସବୁଜ ସଂକେତ ଦିଅନ୍ତି ତେବେ ଏହା ୫ମ ୬ବୃଦ୍ଧି ହେବ । ଏଥିରେ ଘରେ ବ୍ୟବହୃତ ସବସିଡି ଯୁକ୍ତ ଗ୍ୟାସ୍ , ନନ୍ ସବସିଡି ଗ୍ୟାସ ଓ ଇଣ୍ଡଷ୍ଟ୍ରିଆଲ ସାଇଜ୍ଡ ଗ୍ୟାସ୍ ସାମିଲ ଅଛି

ଅକ୍ଟୋବର ୬ରେ ବଢିଥିଲା ଦର

ଏହା ପୂର୍ବରୁ ଅକ୍ଟୋବର ୬ ତାରିଖରେ ଏଲପିଜି ମୂଲ୍ୟରେ ୧୫ ଟଙ୍କା ବୃଦ୍ଧି ହୋଇଥିଲା । ଫଳରେ ଜୁଲାଇ ପରେ ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ମୂଲ୍ୟ ମୋଟ ୯୦ ଟଙ୍କା ବଢିଥିଲା । ତଥାପି ଏଲପିଜି ବିକ୍ରି ଉପରେ ଅଣ୍ଡର ରିକଭରି ବା କ୍ଷତି ବଢିକରି ସିଲିଣ୍ଡର ପିଛା ଶହେ ଟଙ୍କା ହୋଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି କାରଣରୁ ଏଭଳି ହୋଇଛିସାଉଦି ଆରବରେ ଏଲପିଜି ମୂଲ୍ୟରେ ୬୦ ପ୍ରତିଶତ ବୃଦ୍ଧି ଘଟି ୮ଶହ ଡଲାର ପ୍ରତି ଟନ୍ ହୋଇଛି ।

ସରକାରଙ୍କୁ କ୍ଷତି ଭରଣ କରିବାକୁ ପଡିବ

ଅନ୍ତର୍ଜାତୀ ବେଂଚମାର୍କ ବ୍ରେଣ୍ଟ୍ କ୍ରୁଡ୍ ଅଏଲ ୮୫.୪୨ ଡଲାର ବ୍ୟାରେଲ ପିଛା ଟ୍ରେଡ୍ କରୁଛି । ରିପୋର୍ଟ ଅନୁସାରେ ଏଲପିଜି ଏବେ ମଧ୍ୟ ନିୟନ୍ତ୍ରିତ ଦ୍ରବ୍ୟ ଭିତରେ ରହିଛି । ତେଣୁ ସରକାର ରିଟେଲ ବିକ୍ରେତା ମୂଲ୍ୟକୁ ରେଗୁଲେଟ୍ କରିପାରିବେ । କିନ୍ତୁ ଯଦି ସରକାର ଏମିତି କରନ୍ତି ତେବେ ତୈଳ କମ୍ପାନୀଙ୍କ କ୍ଷତିକୁ ଭରଣ କରିବାକୁ ପଡିବ । ସରକାର ଗତବର୍ଷ ଏଲପିଜି ସିଲିଣ୍ଡର ସବସିଡି ଶେଷ କରିଥିଲେ । ଏଥିପାଇଁ ସରକାର ରିଟେଲ ମୂଲ୍ୟକୁ ପୁଂଜି ସହ ସମାନ କରିଥିଲେ । ଅନ୍ୟପକ୍ଷରେ ପେଟ୍ରୋଲ ଓ ଡିଜେଲ ଦର ଉପରୁ ସରକାରୀ ନିୟନ୍ତ୍ରଣ ହଟି ସାରିଥିଲେ ମଧ୍ୟ ଏଲପିଜି ଦାମ ଡିରେଗୁଲେସନକୁ ନେଇ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ଘୋଷଣା ହୋଇନାହିଁ ।

BJP govtcentral govtIndustrial-sized gasInternational benchmark Brent Crude Oillpglpg gas price hikelpg pricemodi govtnon subsidy gasoil price increasingpetrol and diesel pricesubsidy plus gasଅନ୍ତର୍ଜାତୀ ବେଂଚମାର୍କ ବ୍ରେଣ୍ଟ୍ କ୍ରୁଡ୍ ଅଏଲଇଣ୍ଡଷ୍ଟ୍ରିଆଲ ସାଇଜ୍ଡ ଗ୍ୟାସ୍କେନ୍ଦ୍ର ସରକାରତୈଳ ମୂଲ୍ୟ ବୃଦ୍ଧିନନ୍ ସବସିଡି ଗ୍ୟାସପେଟ୍ରୋଲ ଓ ଡିଜେଲ ଦରମୋଦି ସରକାରରୋଷେଇ ଗ୍ୟାସ୍ ଦାମ ବଢାଇସବସିଡି ଯୁକ୍ତ ଗ୍ୟାସ୍
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami