ମହିଳାଙ୍କ ଲୁହରେ କମିଯାଏ ପୁରୁଷଙ୍କ ରାଗ

ଜେରୁଜେଲମ: ସାଧାରଣ ଭାବେ କୁହାଯାଏ ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ ଲୁହକୁ ଅସ୍ତ୍ର ଭାବେ ବ୍ୟବହାର କରନ୍ତି । ଦମ୍ପତି ହୁଅନ୍ତୁ ବା ଅନ୍ୟ କେହି ସେମାନଙ୍କ ଭିତରେ ଝଗଡା ହେଲେ ମହିଳାମାନେ ସାଙ୍ଗେ ସାଙ୍ଗେ କାନ୍ଦି ଉଠନ୍ତି । ଏହାଦ୍ୱାରା ପୁରୁଷଙ୍କ ରାଗ କମିଯାଏ ।ବାସ୍ ଝଗଡା ଶେଷ । ଏଭଳି କ୍ଷେତ୍ରରେ ମହିଳାଙ୍କ ଆଖିରେ ଲୁହ ଦେଖିଲେ ପୁରୁଷଙ୍କ ମନ ବିଚଳିତ ହୋଇଉଠେ । ହେଲେ ଲୁହର ବାସ୍ନାରେ ମଧ୍ୟ ପୁରୁଷମାନେ ତରଳିଯା’ନ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି । ଏକ ପତ୍ରିକାରେ ପ୍ରକାଶିତ ଅଧ୍ୟୟନ ରିପୋର୍ଟ ଅନୁସାରେ, ମହିଳାଙ୍କ ଲୁହର ବାସ୍ନା ପୁରୁଷଙ୍କ କ୍ରୋଧକୁ ହ୍ରାସ କରିଥାଏ ।

ଲୁହରେ କେମିକାଲ ସିଗ୍‌ନାଲ ଥିବାରୁ ମଣିଷର ରାଗକୁ କମ କରେ

ଇସ୍ରାଏଲର ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ କରାଯାଇଥିବା ସର୍ବେକ୍ଷଣରୁ ଜଣାପଡିଛି କି, ମଣିଷ ଲୁହରେ ଏକ କେମିକାଲ ସିଗନାଲ ଥାଏ ଯାହା ମଣିଷର ରାଗକୁ କମ କରିଥାଏ । ପୂର୍ବରୁ ୱାଇଜମ୍ୟାନ ଇନଷ୍ଟିଚ୍ୟୁଟ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡିଥିଲା କି, ମହିଳା ମୂଷା କାନ୍ଦିବା ଦ୍ୱାରା ପୁରୁଷ ମୂଷାମାନେ ଝଗଡା କରି ନ ଥାନ୍ତି । ଲୁହ ଦେଖି ପୁରୁଷ ମୂଷାଙ୍କ ଆକ୍ରମଣାତ୍ମକ ହ୍ରାସ ପାଇଥାଏ । ବୈଜ୍ଞାନିକଙ୍କୁ ଅଧ୍ୟୟନରୁ ଜଣାପଡିଛି କି, ଲୁହର ବାସ୍ନାରେ ଟେଷ୍ଟୋଷ୍ଟେରୋନ ହ୍ରାସ ପାଇଥାଏ । ଲୁହକୁ ଆଘ୍ରାଣ କରିବା ମାତ୍ରେ ପୁରୁଷର ଟେଷ୍ଟୋଷ୍ଟେରେନ ସ୍ତର ହ୍ରାସ ପାଇବାରେ ଲାଗିଥାଏ । ଏକ ଅଧ୍ୟୟନରେ ପୁରୁଷମାନଙ୍କୁ ଏକ କମ୍ପ୍ୟୁଟର ଗେମ୍ ଦିଆଯାଇଥିଲା । ଯାହାର ବ୍ୟବହାର ଅନ୍ୟ ଆକ୍ରୋଶମୂଳକ ଅଧ୍ୟୟନରେ କରାଯାଇଥିଲା । ଗେମରେ ଖେଳି ବ୍ୟକ୍ତିଜଣକ ଟଙ୍କା ପାଇଥାନ୍ତି ଆଉ ସାମ୍ନାରେ ଥିବା ଖେଳାଳୀ ଏଥିରୁ ଟଙ୍କା ଚୋରାଇଥାନ୍ତି । ତେବେ ଏହି ସମୟରେ ଦେଖାଯାଇଥିଲା କି, ମହିଳାଙ୍କ ଲୁହ ଆଘ୍ରାଣ କରି ପୁରୁଷଙ୍କ ମଧ୍ୟରେ ଉକୁଟୁଥିବା ଆକ୍ରୋଶ ୪୩.୭ ଶତକଡା ହ୍ରାସ ପାଇ ଯାଉଛି ।

Men are less aggressive after smelling womens tearswomens crying
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami