ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ଅପରାଧ ନୁହେଁ : କୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ : ଆଜିକାଲିର ଡ଼ିଜିଟାଲ ଦୁନିଆରେ ଯୁବପିଢିଙ୍କ ମଧ୍ୟରେ ବଢୁଛି ମୋବାଇଲ ନିଶା । ଏମିତି କି ଦିନକୁ ଦିନ ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ଦେଖିବା ଯୁବପିଢୀଙ୍କ ଏକ ପ୍ରକାର ନିଶା ପାଲଟିଗଲାଣି । ଯୁବପିଢିଙ୍କ ମଧ୍ୟରେ ବଢୁଥିବା ଅଶ୍ଳୀଳ ଭିଡିଓ ଦେଖିବା ନିଶାକୁ ନେଇ ମାଡ୍ରାସ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ଅଶ୍ଳୀଳ ଭିଡିଓ ଦେଖିବାକୁ ନିଶା ମାଦକ ଦ୍ରବ୍ୟ ପିଇବା ସହ ତୁଳନା କରିଛନ୍ତି । ଜଷ୍ଟିସ ଏନ ଆନନ୍ଦ ଭେଙ୍କେଟଶ ମାମଲାର ଶୁଣାଣିବେଳେ ଏକ ଟିପ୍ପଣୀରେ କହିଛନ୍ତି, ନିଜ ମୋବାଇଲ କିମ୍ବା ଲାପଟପରେ ଅଶ୍ଲୀଳ ଚିତ୍ର କିମ୍ବା ଭିଡିଓ ଦେଖିବା ଅପରାଧ ଅଟେ । ଯୁବପିଢିଙ୍କ ମଧ୍ୟରେ ଲଗାତାର ବଢୁଥିବା ଅଶ୍ଲୀଳ ଭିଡିଓ ଦେଖିବା ନିଶାକୁ ଅତିଶୀଘ୍ର ସମାଧାନ କରିବା ପାଇଁ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ।

ଅଶ୍ଲୀଳ ଭିଡିଓ ଅନ୍ୟକୁ ଦେଖାଇବା ଅପରାଧ

ଜଷ୍ଟିସ ଆନନ୍ଦ ସ୍ପଷ୍ଟ କରିଛନ୍ତି ଯେ, ପୋକ୍ସ ଆକ୍ଟ ଅନ୍ତର୍ଗତ ୧୮ବର୍ଷରୁ କମ୍ ବୟସ ଥିବା ପିଲା ନିଜ ମୋବାଇଲ ବା ଲାପଟପ୍‌ରେ ଅଶ୍ଲୀଳ ଭିଡିଓ ଡାଉନଲୋଡ କରିବା ଓ ଦେଖିବା କୌଣସି ଅପରାଧ ନୁହେଁ । ଯୁବପିଢି ଏବେ ଏପରି ଏକ ଗମ୍ଭୀର ସମସ୍ୟା ଦେଇ ଗତି କରୁଛନ୍ତି, ଯେଉଁଥିରେ ତାଙ୍କୁ ଦଣ୍ଡ ଦେବା ବଦଳରେ ଉଚିତ ପରାମର୍ଶ ଦିଅନ୍ତୁ । ୨୮ବର୍ଷିୟ ବ୍ୟକ୍ତିଙ୍କ ବିରୋଧରେ ଆରମ୍ଭ ହୋଇଥିବା ଏହି ମାମଲାକୁ କୋର୍ଟ ରଦ୍ଧ କରିଦେଇଛନ୍ତି । ଶୁଣାଣି ଶେଷରେ କୋର୍ଟ ରାୟ ଦେଇଛନ୍ତି ଯେ, ନିଜ ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିବା ପାପ ନୁହେଁ ହେଲେ ଏହାକୁ ପ୍ରସାରଣ କରିବା ବା ଅନ୍ୟକୁ ଦେଖାଇବା ଅପରାଧ ଅଟେ ।

madras high courtmadras high court latest updateWatching porn videoWatching porn videos on mobile is not a crime
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami