ମହିଳା ସୈନିକଙ୍କୁ ମିଳିବ ମାତୃତ୍ୱ ଛୁଟି, ପ୍ରସ୍ତାବକୁ ମିଳିଲା ଅନୁମୋଦନ

ନୂଆଦିଲ୍ଲୀ: ମହିଳା ସୈନିକଙ୍କ ଲାଗି ଖୁସି ଖବର । ଏବେ ମହିଳା ସୈନିକଙ୍କୁ ମିଳିବ ମାତୃତ୍ୱ ଛୁଟି । ବର୍ତ୍ତମାନ ଏହି ଛୁଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ସୁରକ୍ଷା ବାହିନୀର ମହିଳା ଅଧିକାରୀଙ୍କ ପରି ମହିଳା ସୈନିକମାନେ ମଧ୍ୟ ମାତୃତ୍ୱ, ଶିଶୁ ଯତ୍ନ ଏବଂ ପିଲାମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଛୁଟି ପାଇବେ । କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରସ୍ତାବର ଅନୁମୋଦନ ପରେ ମହିଳା ସୈନିକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଅଧିକାରୀମାନଙ୍କ ପରି ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ ମହିଳା ସୈନିକ

ମହିଳା ସୈନିକ, ମହିଳା ନାବିକ ଏବଂ ମହିଳା ବିମାନ କର୍ମଚାରୀମାନେ ମାତୃତ୍ୱ, ଶିଶୁ ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ସେମାନଙ୍କ ଅଧିକାରୀମାନଙ୍କ ପରି ଛୁଟି ଏବଂ ଅନ୍ୟାନ୍ୟ ସୁବିଧା ପାଇବେ । ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ଏହି ପଦକ୍ଷେପ ପ୍ରତିରକ୍ଷା ମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ହୋଇଛି । ଯେଉଁଥିରେ ଏହି ସୁବିଧା ସୁରକ୍ଷା ବାହିନୀରେ ସମସ୍ତ ମହିଳାଙ୍କୁ ଯୋଗାଇ ଦେବାକୁ କୁହାଯାଇଛି । ଏହା ସେନାରେ ମହିଳାମାନଙ୍କର କାର୍ଯ୍ୟ ସ୍ଥିତିକୁ ସୁଦୃଢ଼ କରିବ ଏବଂ ସେମାନଙ୍କୁ ସାମାଜିକ ଏବଂ ବୃତ୍ତିଗତ ଜୀବନକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିବ । ଅଗ୍ନିବୀର ମହିଳାମାନେ ମଧ୍ୟ ସମାନ ସୁବିଧା ପାଇବେ ।

maternity leave for women soldiersmaternity leave for women soldiers proposal approvedwomen soldiers news
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami