କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ସାମୁହିକ ଉପବାସ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଦିନକୁ ଦିନ ଆନ୍ଦୋଳନକୁ ଜୋରଦାର ହେଉଛି । କେବଳ ଦେଶରେ ନୁହେଁ ଏବେ ବିଦେଶରେ ବି ଆନ୍ଦୋଳନ ଜୋର କରିଛନ୍ତି କର୍ମୀମାନେ । ତେବେ ରବିବାର ପୂର୍ବାହ୍ନ ୧୦ଟାରୁ କର୍ମୀମାନେ ସାମୁହିକ ଉପବାସ ଆରମ୍ଭ କରିଛନ୍ତି । ଜନ୍ତର ମନ୍ତର ଏବଂ ସହିଦ ଭଗତ ସିଂଙ୍କ ଗାଁ ପଞ୍ଜାବର ଖଟଖଡକାଲାଂରୁ ଆରମ୍ଭ ହୋଇଛି ଏହି ସାମୁହିକ ଉପବାସ । ଏଥିରେ ବିଧାୟକ, ମନ୍ତ୍ରୀ, ସାଂସଦ, କାଉନସିଲର ଏବଂ ଅଧିକାରୀମାନେ ସାମିଲ୍ ହୋଇଛନ୍ତି ।

ସାମିଲ ହେଲେ ବିଧାୟକ, ମନ୍ତ୍ରୀ , ସାଂସଦ

ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସମେତ ଦେଶର ୨୫ଟି ରାଜ୍ୟର ରାଜଧାନୀ, ଜିଲ୍ଲା ଏବଂ ବ୍ଲକ ମୁଖ୍ୟାଳୟ, ଗ୍ରାମ ଏବଂ ସହରଗୁଡ଼ିକରେ କର୍ମୀମାନେ ଉପବାସ କରିଛନ୍ତି । ଏହା ବ୍ୟତୀତ ନ୍ୟୁୟର୍କ, ବୋଷ୍ଟନ୍‌, ଲସ୍ ଆଞ୍ଜେଲସ୍‌, ଆମେରିକାର ୱାଶିଂଟନ୍ ଡିସି, କାନାଡାର ଟରୋଣ୍ଟୋ, ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ, ବ୍ରିଟେନରେ ଲଣ୍ଡନ ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କେଜ୍ରିୱାଲଙ୍କ ସମର୍ଥକମାନେ ସାମୁହିକ ଉପବାସ କରିଛନ୍ତି । ଶନିବାର ପାର୍ଟି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଏପିର ଦିଲ୍ଲୀ ରାଜ୍ୟ ସଂଯୋଜକ ଗୋପାଳ ରାୟ ଅଭିଯୋଗ କରିଥିଲେ ଯେ, କେନ୍ଦ୍ରୀୟ ଏଜେନ୍ସିର ଷଡଯନ୍ତ୍ର ଏବଂ ଅପବ୍ୟବହାର ଯୋଗୁ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଗିରଫ ହେବା ପରେ ପ୍ରତ୍ୟେକ ଦିନ କେନ୍ଦ୍ର ସରକାରଙ୍କ ଷଡଯନ୍ତ୍ର ଉନ୍ମୋଚିତ ହେଉଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଲୋକଙ୍କ ମିଥ୍ୟା ବିବୃତ୍ତି ଆଧାରରେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଛି । ଏପରି ଲୋକଙ୍କ ସହ ଦାନ ଏବଂ ଟିକେଟ୍ ମାଧ୍ୟମରେ ବିଜେପି ଏବଂ ଏନଡିଏ ସମ୍ପର୍କ ସ୍ଥାପନ କରିଛି ।

କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ହେବ ଜନ ଆନ୍ଦୋଳନ

ପଶ୍ଚିମ ଉତ୍ତରପ୍ରଦେଶରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ସମ୍ପର୍କରେ ସେ ଅଭିଯୋଗ କରିଛନ୍ତି ଯେ, ମୋଦୀ କହୁଛନ୍ତି ଯେ ଇଣ୍ଡିଆ ମିଳିତ ମଞ୍ଚ ଦୁର୍ନୀତିଗ୍ରସ୍ତଙ୍କୁ ବଞ୍ଚାଇବାକୁ ଚାହୁଁଛି । ସେ ଦୁର୍ନୀତି ହଟାଇବାକୁ ଚାହୁଁଛନ୍ତି । କିନ୍ତୁ ଅଜିତ ପାୱାର, ଅଶୋକ ଚୌହ୍ୱାନ, ଛଗନ୍ ଭୁଜବଲଙ୍କ ବିରୋଧରେ ମୋଦୀ ନିଜେ ଦୁର୍ନୀତି ଅଭିଯୋଗ କରିଥିଲେ, ବର୍ତ୍ତମାନ ସେ ସେହି ଲୋକଙ୍କୁ ବଞ୍ଚାଇବାରେ ବ୍ୟସ୍ତ ଅଛନ୍ତି । କେଜ୍ରିୱାଲଙ୍କ ଗିରଫଦାରୀ ଯୋଗୁଁ ଲୋକଙ୍କ ମଧ୍ୟରେ କ୍ରୋଧ ରହିଛି । ବର୍ତ୍ତମାନ ଏହି ଗିରଫଦାରୀ ବିରୋଧରେ ଏକ ଜନ ଆନ୍ଦୋଳନ ହେବ । କେଜ୍ରିୱାଲଙ୍କ ସମର୍ଥନରେ ଦେଶ ତଥା ବିଶ୍ୱର ଲୋକମାନେ ଉପବାସ କରୁଛନ୍ତି ।

AAP supremo arvind kejriwalarvind kejriwal delhi cmMass fasting for Kejriwal
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami