ଆନ୍ତର୍ଜାତୀୟ ମହିଳା ଦିବସରେ ଗୃହିଣୀଙ୍କୁ ଉପହାର: କମିଲା ଗ୍ୟାସ୍ ଦର

ନୂଆଦିଲ୍ଳୀ: ଆନ୍ତର୍ଜାତୀୟ ମହିଳା ଦିବସରେ ଗୃହିଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ କରିଛନ୍ତି । ଏହା ଦେଶର ଲକ୍ଷ ଲକ୍ଷ ପରିବାର ଉପରେ ରହିଥିବା ଆର୍ôଥକ ବୋଝକୁ ଯଥେଷ୍ଟ ସହଜ କରିବ । ରନ୍ଧନ ଗ୍ୟାସକୁ ଅଧିକ ସୁଲଭ କରି ଆମେ ପରିବାରର ଉନ୍ନତି ତଥା ଏକ ସୁସ୍ଥ ପରିବେଶ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମାର୍ଚ୍ଚ ୧ ରେ ବଢିଥିଲା ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ, ଏହା ମହିଳା ସଶକ୍ତିକରଣ ତଥା ସେମାନଙ୍କ ପାଇଁ ‘ସହଜ ଜୀବନ’ ସୁନିଶ୍ଚିତ କରିବା ପାଇଁ ଆମର ପ୍ରତିବଦ୍ଧତା ସହିତ ମେଳ ଖାଉଛି । ପୂର୍ବରୁ ମାର୍ଚ୍ଚ ୧ ତାରିଖରେ ଅଏଲ୍ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ । ଏହି ବୃଦ୍ଧି ସହିତ ୧୯ କିଲୋଗ୍ରାମର ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ ୧,୭୯୫ ଟଙ୍କାରେ ଉପଲବ୍ଧ ହେଉଥିଲା । କୋଲକାତାରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ସଂଶୋଧିତ ମୂଲ୍ୟ ୧,୯୧୧.୦୦, ମୁମ୍ବାଇରେ ୧,୭୪୯.୦୦ ଟଙ୍କା ଏବଂ ଚେନ୍ନାଇରେ ୧,୯୬୦.୫୦ ଟଙ୍କା ଥିଲା ।

lpg pricelpg price cut by rs 100pm announces lpg price cut by rs 100
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami