ଦୁନିଆର ସବୁଠାରୁ ୨୦ ‘ଖୁସୀ’ ରାଷ୍ଟ୍ର ତାଲିକାରେ ଭାରତର ସ୍ଥାନ କେଉଁଠି ?

ଆମେରିକା, ଚାଇନା ଭଳି ଦେଶ ଶକ୍ତିଶାଳୀ ହୋଇପାରନ୍ତି କିନ୍ତୁ ଏହି ଗୋଟିଏ କ୍ଷେତ୍ରରେ ସେମାନେ ଏବେ ବି ବହୁତ ପଛରେ ଅଛନ୍ତି । ଏବଂ ତାହା ହେଉଛି ଖୁସି । ଏହା ପୁଣି ଥରେ ପ୍ରମାଣିତ ହୋଇଛି ଯେ ଟଙ୍କା ଏବଂ ଶକ୍ତି ଆପଣଙ୍କୁ ଖୁସି ଦିଏ ନାହିଁ । ଚାଇନା ଓ ଆମେରିକାକୁ ପଛରେ ପକାଇ ଫିନଲାଣ୍ଡ ପୁଣିଥରେ ଦୁନିଆର ସବୁଠାରୁ ‘ଖୁସୀ’ ରାଷ୍ଟ୍ରର ଉଚ୍ଚ ସ୍ଥାନ ହାସଲ କରିଛି । ଫିନଲ୍ୟାଣ୍ଡ ହେଉଛି ବିଶ୍ୱର ସବୁଠାରୁ ସୁଖୀ ଦେଶ । ୱାର୍ଲ୍ଡ ହାପିନେସ୍ ରିପୋର୍ଟରେ ଫିନଲ୍ୟାଣ୍ଡକୁ ଦୁନିଆର ସବୁଠାରୁ ଖୁସି ଦେଶ ଭାବେ ବର୍ଣ୍ଣନା କରାଯାଇଛି ।
ବୁଧବାର ପ୍ରକାଶିତ ୱାର୍ଲ୍ଡ ହାପିନେସ୍ ରିପୋର୍ଟ ଅନୁଯାୟୀ ଫିନଲ୍ୟାଣ୍ଡ ବିଶ୍ୱର ସବୁଠାରୁ ସୁଖୀ ଦେଶ । ଖାସ କଥା ହେଉଛି ଫିନଲାଣ୍ଡ କ୍ରମାଗତ ଭାବେ ସପ୍ତମ ବର୍ଷ ପାଇଁ ଏହି ସ୍ଥାନ ହାସଲ କରିଛି । ସମୃଦ୍ଧିରେ ଏହା ବଡ଼ ବଡ଼ ଦେଶକୁ ପଛରେ ପକାଇଦେଇଛି । ନର୍ଡିକ୍ ଦେଶଗୁଡ଼ିକ ଦୁନିଆର ୧୦ଟି ସୁଖୀ ଦେଶ ମଧ୍ୟରେ ନିଜର ସ୍ଥାନ ଏଥର ମଧ୍ୟ ବଜାୟ ରଖିଛନ୍ତି । ଫିନଲାଣ୍ଡ୍ ସହିତ ଏହି ତାଲିକାରେ ଯେଉଁ ନାର୍ଡିକ୍ ରାଷ୍ଟ୍ର ଅଛନ୍ତି ସେମାନେ ହେଲା ଡେନମାର୍କ, ଆଇସଲାଣ୍ଡ ଓ ସ୍ୱିଡେନ ।

୨୦ ଖୁସୀ ରାଷ୍ଟ୍ର ତାଲିକାରେ ନାହାନ୍ତି ଆମେରିକା ଏବଂ ଜର୍ମାନୀ

୨୦୨୦ରେ ତାଲିବାନ ହାତକୁ ଆଫଗାନିସ୍ତାନ ଆସିବା ପରଠାରୁ ମାନବିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଏହି ଦେଶ ସର୍ବେକ୍ଷଣ କରାଯାଇଥିବା ୧୪୩ଟି ଦେଶ ମଧ୍ୟରେ ସର୍ବନିମ୍ନ ସ୍ଥାନରେ ରହିଛି ବୋଲି ୱାର୍ଲ୍ଡ ହାପିନେସ୍ ରିପୋର୍ଟରୁ ଜଣାପଡ଼ିଛି । ତେବେ ପ୍ରଥମ ଥର ପାଇଁ ଆମେରିକା ଓ ଜର୍ମାନୀ ଭଳି ଧନୀ ଦେଶ ୨୦ଟି ସୁଖୀ ଦେଶ ତାଲିକା ମଧ୍ୟରେ ସାମିଲ ହୋଇନାହାନ୍ତି । ସର୍ଭେରେ ଆମେରିକା ୨୩ତମ ସ୍ଥାନରେ ଥିବା ବେଳେ ଜର୍ମାନୀ ୨୪ତମ ସ୍ଥାନରେ ରହିଛି । କୋଷ୍ଟାରିକା ଏବଂ କୁଏତ ୨୦ଟି ସୁଖୀ ଦେଶ ମଧ୍ୟରୁ ଅନ୍ୟତମ । କୋଷ୍ଟାରିକା ଦ୍ୱାଦଶ ସ୍ଥାନରେ ଥିବା ବେଳେ କୁଏତ ୧୩ତମ ସ୍ଥାନ ସହ ଶ୍ରେଷ୍ଠ ୨୦ଦେଶ ମଧ୍ୟରେ ସ୍ଥାନ ପାଇଛି । ସେହିପରି ଭାରତ ୨୦ ଖୁସୀ ରାଷ୍ଟ୍ର ତାଲିକାରେ ନାହିଁ । ଏଥର ଭାରତ ୧୨୫ ସ୍ଥାନରେ ରହିଥିବା ଜଣାଯାଇଛି ।

ତାଲିକାରେ ନାହାନ୍ତି ବିଶ୍ୱର ବୃହତ୍ତମ ଦେଶ

ୱାର୍ଲ୍ଡ ହାପିନେସ୍ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ବିଶ୍ୱର କୌଣସି ପ୍ରମୁଖ ଦେଶ ଏବେ ସବୁଠାରୁ ସୁଖୀ ଦେଶରେ ସାମିଲ ହୋଇନାହାନ୍ତି । ଶ୍ରେଷ୍ଠ ୧୦ ଟି ଦେଶ ମଧ୍ୟରେ କେବଳ ନେଦରଲାଣ୍ଡ ଏବଂ ଅଷ୍ଟ୍ରେଲିଆର ଜନସଂଖ୍ୟା ୧୫ ନିୟୁତରୁ ଅଧିକ । ଶ୍ରେଷ୍ଠ ୨୦ଟି ଦେଶ ମଧ୍ୟରେ କାନାଡା ଏବଂ ବ୍ରିଟେନର ଜନସଂଖ୍ୟା ୩୦ ନିୟୁତରୁ ଅଧିକ । ଆଫଗାନିସ୍ତାନ, ଲେବାନନ୍ ଓ ଜୋର୍ଡାନରେ ୨୦୦୬-୧୦ ପରଠାରୁ କ ଖୁସିର ହ୍ରାସ ଦେଖିବାକୁ ମିଳିଛି । ପୂର୍ବ ୟୁରୋପୀୟ ଦେଶ ସର୍ବିଆ, ବୁଲଗେରିଆ ଏବଂ ଲାଟଭିଆରେ ସର୍ବାଧିକ ଅଭିବୃଦ୍ଧି ରେକର୍ଡ କରାଯାଇଛି ।

ଯୁବପିଢ଼ିଙ୍କ ତୁଳନାରେ ପୁରୁଣା ପିଢ଼ି ଏବେ ଅଧିକ ଖୁସି

ଲୋକଙ୍କ ଜୀବନ ସନ୍ତୁଷ୍ଟି ସହିତ ମୁଣ୍ଡପିଛା ଜିଡିପି, ସାମାଜିକ ସହାୟତା, ସୁସ୍ଥ ଜୀବନ, ସ୍ୱାଧୀନତା, ଉଦାରତା ଏବଂ ଦୁର୍ନୀତିର ମୂଲ୍ୟାଙ୍କନ ଉପରେ ଏହି ଖୁସି ମାନ୍ୟତା ଆଧାରିତ ।ତ୍ତଉତ୍ତର ଆମେରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ୨୦୦୬-୧୦ ପରଠାରୁ ୩୦ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ ଖୁସି ହ୍ରାସ ପାଇଛି । ଯୁବପିଢ଼ିଙ୍କ ତୁଳନାରେ ପୁରୁଣା ପିଢ଼ି ଏବେ ଅଧିକ ଖୁସି ।

happiest countrieshappiest countries in the worldList of the 20 happiest countries in the world
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami