ବଢ଼ିଲା ୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଅବଧି, ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ୨ ହଜାର ଟଙ୍କିଆ ନୋଟ୍‌ର ଡିପୋଜିଟ୍ ଓ ଏକ୍ସଚେଞ୍ଜର ଅବଧି ବଢ଼ିଲା । ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ୨ ହଜାର ଟଙ୍କିଆ ନୋଟ୍‌ର ବଦଳି ଅବଧି ଆଜି ଶେଷ ହେଉଥିଲା । କିନ୍ତୁ ଏବେ ବି ବହୁ ୨ ହଜାର ଟଙ୍କିଆ ନୋଟ୍ ବଜାରରେ ଉପଲବ୍ଧ ରହିଛି, ତେଣୁ ବହୁ ସମୀକ୍ଷା କରିବା ପରେ ଏହି ଅବଧିକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।

ସୂଚନା ଅନୁସାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ସେପ୍େଟମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା । ଆଇବିଆଇର ଏମିତି ନିଷ୍ପତ୍ତ ି ପରେ ଅନେକ ମାତ୍ରାରେ ୨ ହଜାରିଆ ନୋଟ୍ ବ୍ୟାଙ୍କରେ ଜମା କରିଥିଲେ ଲୋକେ । ଅଗଷ୍ଟ ୩୧ ସୁଦ୍ଧା ୯୩ ପ୍ରତିଶତ ଫେରସ୍ତ ହୋଇସାରିଲାଣି । ହେଲେ ଏବେ ବି କିଛି ଟଙ୍କା ବଜାରରେ ଥିବା କୁହାଯାଉଛି ।

2000 currency ban news2000 currency note band2000 currency note band india2000 currency note band news2000 currency note band news today2000 currency note exchange2000 note exchange processmoney demonstration in indiarbi latest updaterbi new update todayrbi on 2000 currency noterbi on 2000 denominationrbi on 2000 note news today
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami