ଭୋଟର ଆଇଡି କାର୍ଡ ନ ଥିଲେ ବି ଦେଇ ପାରିବେ ଭୋଟ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧୯ ତାରିଖରେ ଆରମ୍ଭ ହେବ ଲୋକସଭା ନିର୍ବାଚନ । ୧୮ ବର୍ଷ ବୟସ୍କ କିମ୍ବା ୧୮ ବର୍ଷରୁ ଅଧିକ ବୟସ୍କମାନେ ନିଜ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବା ପାଇଁ ଭୋଟ୍ ଦେଇ ପାରିବେ । ଭୋଟ ଦେବା ପାଇଁ ଭୋଟର ଆଇଡି କାର୍ଡ ଜରୁରୀ । କିନ୍ତୁ କାର୍ଡ ପାଇଁ ଆବେଦନ କରିଥିବା ଭୋଟରଙ୍କର ଭୋଟର ଆଇଡି କାର୍ଡ ନ ଥିଲେ ମଧ୍ୟ ସେମାନେ ଭୋଟ୍ ଦେଇ ପାରିବେ । କିନ୍ତୁ ଯଦି ଭୋଟରଙ୍କ ନାମ ଭୋଟର ତାଲିକାରେ ନାହିଁ ତେବେ ସେ ଭୋଟ ଦେଇପାରିବେ ନାହିଁ । ଏଭଳି ପରିସ୍ଥିତିରେ ଭୋଟର ତାଲିକାରେ ନାମ ଯାଞ୍ଚ କରିବା ପରାମର୍ଶ ଦିଆଯାଇଥାଏ । ଭୋଟର ତାଲିକାରେ ନାମ ଯାଞ୍ଚ କରିବାର ପ୍ରକ୍ରିୟା ଅତି ସହଜ ଅଟେ । ଅନଲାଇନରେ ଭୋଟର ନିଜର ନାମ ଯାଞ୍ଚ କରି ପାରିବେ ।

ଅନଲାଇନରେ କେମିତି କରିବେ ନିଜର ନାମ ଯାଞ୍ଚ

ସର୍ବପ୍ରଥମେ ଭୋଟରଙ୍କୁ https://electoralsearch.eci.gov.in/  ପରିଦର୍ଶନ କରିବାକୁ ପଡିବ । ସେଠାରେ, ଭୋଟର ତାଲିକାରେ ନାମ ଯାଞ୍ଚ କରିବାକୁ, ସର୍ଚ୍ଚ ବାଏ ଡିଟେଲ୍ସ , ସର୍ଚ୍ଚ ବାଏ ଇପିଆଇସି, ସର୍ଚ୍ଚ ବାଏ ମୋବାଇଲ ତିନୋଟି ପଦ୍ଧତି ମଧ୍ୟରୁ ଗୋଟିଏ ଚୟନ କରିବାକୁ ପଡିବ । ପ୍ରଥମ ବିକଳ୍ପ ସର୍ଚ୍ଚ ବାଏ ଡିଟେଲ୍ସରେ ଭୋଟରଙ୍କର ନାମ, ପିତାଙ୍କ ନାମ, ଲିଙ୍ଗ ଏବଂ ଜନ୍ମ ତାରିଖ ବିଷୟରେ ସୂଚନା ଦେବାକୁ ପଡିବ । ଏହା ସହିତ ଜିଲ୍ଲା ଓ ବିଧାନସଭା ନିର୍ବାଚନମଣ୍ଡଳୀ ବିଷୟରେ ସୂଚନା ଦେବାକୁ ପଡ଼ିବ । କ୍ୟାପଚା କୋଡ୍ ଏଣ୍ଟ୍ରି କରିବା ପରେ, ଭୋଟରଙ୍କର ବିବରଣୀ ସ୍କ୍ରିନରେ ଦୃଶ୍ୟମାନ ହେବ ।ଦ୍ୱିତୀୟ ବିକଳ୍ପ ସର୍ଚ୍ଚ ବାଏ ଇପିଆଇସି ଦ୍ୱାରା ସବିଶେଷ ତଥ୍ୟ ଖୋଜିବାକୁ ଚାହୁଁଥିବା ଭୋଟର ନିଜର ନାମ ଭୋଟର ତାଲିକାରେ ନାମ ଯାଞ୍ଚ କରିପାରିବେ । ଏଥିପାଇଁ ଆପଣଙ୍କ ପାଖରେ ଇପିଆଇସି ନମ୍ବର ଥିବା ଆବଶ୍ୟକ । ଇପିଆଇସି ନମ୍ବର ଏବଂ ରାଜ୍ୟ ବିବରଣୀ ଶେୟାର କରିବାକୁ ପଡିବ । କ୍ୟାପଚା କୋଡ୍ ଏଣ୍ଟ୍ରି କରିବା ପରେ, ଭୋଟରଙ୍କର ବିବରଣୀ ସ୍କ୍ରିନରେ ଦୃଶ୍ୟମାନ ହେବ । ତୃତୀୟ ବିକଳ୍ପ ସର୍ଚ୍ଚ ବାଏ ମୋବାଇଲ୍ ଦ୍ୱାରା ଭୋଟରଙ୍କର ପଞ୍ଜିକୃତ ମୋବାଇଲ୍ ନମ୍ବର ଅପ୍ସନ୍ ଦ୍ୱାରା ସର୍ଚ୍ଚ ବ୍ୟବହାର କରିପାରିବେ । ମୋବାଇଲ୍ ନମ୍ବର ଏବଂ କ୍ୟାପଚା କୋଡ୍ ଏଣ୍ଟ୍ରି କରିବାକୁ ପଡିବ । ପରେ, ଭୋଟରଙ୍କର ବିବରଣୀ ସ୍କ୍ରିନରେ ଦୃଶ୍ୟମାନ ହେବ । ଏହାକୁ ନେଇ ଭୋଟର ତାଙ୍କର ନାମ ଥିବା ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ୍ ଦେଇପାରିବେ । ଆଉ ଭୋଟର ଆଇଡି କାର୍ଡର ଆବଶ୍ୟକତା ରହିବ ନାହିଁ ।

how to vote without a voter id cardvote without a voter id card
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami