ମୃତ୍ୟୁ କେମିତି ଆସେ ? କ’ଣ ରୁହେ ଅନୁଭବ ? କେତୋଟି ପର୍ଯ୍ୟାୟ ଦେଇ ଆସିଥାଏ ମୃତ୍ୟୁ ?

ପିଲାଠାରୁ ବୁଢା ସମସ୍ତଙ୍କ ମନରେ ମୃତ୍ୟୁକୁ ନେଇ ରହିଥାଏ ଅନେକ ପ୍ରଶ୍ନ । ଯେମିତି ମୃତ୍ୟୁ ପରର ଜୀବନ କ’ଣ ? ମରିବାକୁ ଯାଉଥିବା ଜଣେ ବ୍ୟକ୍ତି ମନରେ କ’ଣ ସବୁ ଚାଲିଥାଏ ? ମୃତ୍ୟୁ ସମୟରେ ମଣିଷକୁ କ’ଣ ଦେଖାଯାଏ ? ଶରୀରରୁ ଆତ୍ମା କେମିତି ଅଲଗା ହୁଏ ? ଏମିତି ଅନେକ ପ୍ରଶ୍ନ ମନକୁ ଆସିଥାଏ । କିନ୍ତୁ ଗୋଟିଏ କଥା ହେଉଛି ଧୃବସତ୍ୟ ଓ ତାହା ହେଉଛି ଯେ, ଯିଏ ଜନ୍ମ ନେଇଛି ସେ ମରିବ ନିଶ୍ଚିତ । ଜନ୍ନରୁ ମୃତ୍ୟୁର ଯାତ୍ରା ଆରମ୍ଭ ହୋଇଥାଏ । ଆଉ ଏହି ଦୁଇ ବିନ୍ଦୁ ମଧ୍ୟରେ କିନ୍ତୁ –ପରନ୍ତୁର ପ୍ରଶ୍ନ ହିଁ ନଥାଏ ।ତେବେ ଏହା ଅଲଗା କଥା ଯେ, ମୃତ୍ୟୁର ପ୍ରକାରଭେଦ ରହିଛି । କିଏ ଦୁର୍ଘଟଣାରେ ମରେ ତ’ କିଏ ରୋଗରେ କିମ୍ବା କିଏ ପ୍ରାକୃତିକ ମୃତ୍ୟୁ ।

ମୃତ୍ୟୁକୁ ଡ଼ର କାହିଁକି ?

ଦି ସନ’ର ରିପୋର୍ଟ ଅନୁସାରେ ବୈଜ୍ଞାନିକ ତଥା ୱିଥ୍ ଦି ଏଣ୍ଡ୍ ଇନ୍ ମାଇଣ୍ଡ୍ ଲେଖିକା କ୍ୟାଥରିନ୍ ମୋନିକସଙ୍କ ଅନୁସାରେ ଆମ ସମସ୍ତଙ୍କ ମନରେ ମୃତ୍ୟୁକୁ ନେଇ ଭୟ ଥାଏ । ଏଥିପାଇଁ ଯେ, ଆମେ ଜାଣିନେ ଆମ ମୃତ୍ୟୁ କେମିତି ହେବ । ତେବେ ତାଙ୍କ ଅନୁସାରେ ମୃତ୍ୟୁ ଏତେ ମଧ୍ୟ ଭୟାବହ ନୁହେଁ । ଆମକୁ ବାସ ଏହି କଥା ବୁଝିବାର ଅଛି ଯେ, ଜନ୍ମ ସହିତ ମୃତ୍ୟୁ ମଧ୍ୟ ଆସିବ । ଯିଏ ଜନ୍ମ ହୋଇଛି ସେ ନିଶ୍ଚିତ ଭାବେ ମୃତ୍ୟୁ ବରଣ କରିବ ।

ସେ କୁହନ୍ତି ଯେ, ମୃତ୍ୟୁ ଏତେ ମଧ୍ୟ ଭୟଙ୍କର ନୁହେଁ । ଜନ୍ମ ସହିତ ମୃତ୍ୟୁର ପ୍ରକ୍ରିୟା ଆରମ୍ଭ ହୁଏ । ଯେମିତି ହାଲିଆ ହେବା ପରେ ଆମେ ୭ ରୁ ୮ ଘଣ୍ଟା ଶୋଇପଡୁ ସେମିତି ଶରିର ଅଧିକ ଥକି ଯିବା ପରେ ସବୁଦିନ ପାଇଁ ଶୋଇଯାଏ ।

ମୃତ୍ୟୁ ମୁଖରୁ ଫେରି ଆସିଥିବା ଲୋକ କ’ଣ କୁହନ୍ତି ?

ଉପରେ ଯେଉଁ ସବୁ ପ୍ରଶ୍ନ ଅଛି ତାହାର ଉତ୍ତର ଜାଣିବାକୁ ଦୁର୍ଘଟଣା ଓ ଏମରଜେନ୍ସି ବିଶେଷଜ୍ଞ ଥମାସ ଫ୍ଲାଇସମ୍ୟାନ୍ ଏଭଳି ଅନେକ ବ୍ୟକ୍ତିଙ୍କୁ ଭେଟିଥିଲେ ଯେଉଁମାନେ ଚମତ୍କାରିକ ଭାବେ ମରୁ ମରୁ ବଂଚିଥିଲେ ।

ଥମାସଙ୍କ ଅନୁସାରେ ମୃତ୍ୟୁର ୫ ପର୍ଯ୍ୟାୟ ରହିଛି । ଦୀର୍ଘ ୩୫ ବର୍ଷ ଧରି ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କ ଚିକିତ୍ସା କରିବା ସମୟରେ ସେ ଏଭଳି ଅନେକ ବ୍ୟକ୍ତିଙ୍କ ସାକ୍ଷାତକାର ନେଇଛନ୍ତି ଯେଉଁମାନେ ମରୁମରୁ ବଂଚିଛନ୍ତି । ୩୫ ବର୍ଷର କ୍ୟାରିୟର ଭିତରେ ଥମାସ ୨୦୦୦ ଲୋକଙ୍କୁ ନିଜ ଆଖି ଆଗରେ ମରିଥିବା ଦେଖିଛନ୍ତି । ଏଭଳି ବ୍ୟକ୍ତି ଯେଉଁମାନେ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ,ସେମାନଙ୍କ ସହିତ ସାକ୍ଷାତକାରରୁ ଥମାସ ଗୋଟିଏ ଉପସଂହାରରେ ଉପନୀତ ହୋଇଛନ୍ତି ଯେ, ମୃତ୍ୟୁର ୫ ପର୍ଯ୍ୟାୟ ରହିଛି । ଏହି ୫ ପର୍ଯ୍ୟାୟ ଦେଇ ଜଣେ ପ୍ରାଣ ହରାଇଥାଏ ।ଆସନ୍ତୁ ଜାଣିବା ସେହି ପର୍ଯ୍ୟାୟ ଗୁଡିକ କ’ଣ ସବୁ…

୧. ମୃତ୍ୟୁର ପ୍ରଥମ ପର୍ଯ୍ୟାୟରେ ମଣିଷକୁ କିଛି ମଧ୍ୟ ଶୁଭେ ନାହିଁ । ସେ ଏକ ଅଦଭୁତ ଶାନ୍ତି ଅନୁଭବ କରିଥାଏ । ତା’ର ସବୁ ଚିନ୍ତା ଦୁର ହୋଇଯାଏ । ସବୂ ଡ଼ର ଓ ଚିନ୍ତାର ଅନ୍ତ କାରଣରୁ ମରୁଥିବା ବ୍ୟକ୍ତି ଚରମ ଶାନ୍ତି ପାଏ ।

୨. ଦ୍ୱିତୀୟ ପର୍ଯ୍ୟାୟରେ ମଣିଷ ହାଲୁକା ଅନୁଭବ କରେ । ଥମାସଙ୍କ ଅନୁସାରେ ମରିବାକୁ ଯାଉଥିବା ବ୍ୟକ୍ତିକୁ ଲାଗେ ଯେ, ତା’ର ଶରିରର ଓଜନ କମିଯାଇଛି । ମୃତ୍ୟୁମୁଖରେ ଥିବା ବ୍ୟକ୍ତିକୁ ଲାଗେ ଯେମିତି ସେ ହାୱାରେ ଉଡୁଛି ।

୩. ମୃତ୍ୟୁର ତୃତୀୟ ପର୍ଯ୍ୟାୟ ଆଶ୍ୱସ୍ତିକର ବୋଲି କୁହନ୍ତି ଡକ୍ଟର ଥମାସ । ସେ ଯେଉଁମାନଙ୍କ ସାକ୍ଷାତକାର ନେଇଥିଲେ ସେମାନଙ୍କ ମଧ୍ୟରୁ ୯୮ ପ୍ରତିଶତଙ୍କ କହିବା ଥିଲା ଯେ, ସେତେବେଳେ ସେମାନେ ଶାନ୍ତି ଅନୁଭ କରୁଥିଲେ । କୌଣସି ଚିନ୍ତା ନଥିଲା । ଅନ୍ୟପକ୍ଷରେ ବାକି ୨ ପ୍ରତିଶତଙ୍କ କହିବା ହେଉଛି ସେହି ସମୟରେ ସେମାନେ ଭୟଙ୍କର ଜୀବ ଓ ଶବ୍ଦ ଶୁଣିଥିଲେ । କିଛି ମଧ୍ୟ ଦୁର୍ଗନ୍ଧର ଅଭିଯୋଗ କରିଥିଲେ ।

୪. ମୃତ୍ୟୁର ଚତୁର୍ଥ ପର୍ଯ୍ୟାୟରେ ଅଚାନକ ଏକ ଉଜ୍ୱଳ ଆଲୋକ ଦେଖାଦିଏ । ଏହି ଆଲୋକ ଗରମ ହୋଇଥାଏ ଓ ଏହା ନିଜ ଆଡକୁ ଟାଣିଥାଏ । କିନ୍ତୁ କିଛି ସମୟ ପରେ ଆଲୋକ ଲୁଚିଯାଏ ଓ ତା’ ସ୍ଥାନ ନିଏ ଅନ୍ଧକାର ।

୫. ଏହି ପର୍ଯ୍ୟାୟରେ ମଣିଷ ମରି ସାରିଥଏ । ସେ ଏହି ଦୁନିଆରୁ ବିଦାୟ ନେଇ ସାରିଥାଏ । ତା’ ଶରିରରୁ ଆତ୍ମା ବାହାରି ସାରିଥାଏ । ମୃତ୍ୟୁମୁଖରୁ ଫେରିଥିବା ୧୦ ପ୍ରତିଶତଙ୍କ ଅନୁସାରେ ଏହି ପର୍ଯ୍ୟାୟରେ ଶାନ୍ତି ରହିଥାଏ । ସେମାନେ ଏଭଳି ଏକ ଦୁନିଆରେ ପ୍ରବେଶ କରନ୍ତି ଯାହା ବହୁତ ସୁନ୍ଦର ଓ ଶାନ୍ତିଦାୟକ ଥିଲା ।

after death lifeafter death what happensafter death where soul goesfear of death phobiafeeling of death cominglife after death story
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami