ଦୁନିଆର ସବୁଠାରୁ ମହଙ୍ଗା ଔଷଧର ନାମ କ’ଣ ଜାଣନ୍ତୁ…

ମାନବ ପ୍ରଜାତି ସୃଷ୍ଟିର ଆରମ୍ଭ କାଳରୁ ଅନେକ ରୋଗ ଓ ମହାମାରୀ ସହିତ ଯୁଦ୍ଧ ଲଢି ଆସିଛି । ଯେମିତି ଗତ ଦୁଇ ବର୍ଷ ଧରି କରୋନା ବିଶ୍ୱ ପାଇଁ ଅଭିଷାପ ପାଲଟି ଯାଇଛି । କରୋନାର ରାମବାଣ ଭାବେ ଟିକାକୁ ଗ୍ରହଣ କରାଯାଉଛି । କିନ୍ତୁ ସତ ହେଉଛି ଟିକା ଏବେ ମଧ୍ୟ କରୋନାର ସବୁ ଭାରିଆଣ୍ଟ୍ ବିରୋଧରେ ଶହେ ପ୍ରତିଶତ ପ୍ରଭାବୀ ନୁହେଁ । ଏମିତି ଅନେକ ରୋଗ ରହିଛି ଯାହାକୁ ଭଲ କରିବା ପାଇଁ ଔଷଧ ତିଆରି ହୋଇପାରିନାହିଁ । ଆହୁରି ମଧ୍ୟ ଏମିତି ଅନେକ ରୋଗର ଔଷଧ ତ’ ଅଛି କିନ୍ତୁ ଦାମ ଏତେ ଅଧିକ ଯେ, ତାକୁ ସାଧାରଣ ଲୋକଟିଏ କିଣିବା କାଠିକର ପାଠ ହୋଇଥାଏ । ଏମିତିରେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଯେ, ଦୁନିଆର ସବୁଠାରୁ ମହଙ୍ଗା ଔଷଧର ନାମ କ’ଣ ଓ ଏହାର ମୂଲ୍ୟ କେତେ ? ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ମହଙ୍ଗା ଔଷଧର ନାମ କ’ଣ ? ତେବେ ସେହି ଔଷଧର ନାମ ଜାଣିବା ଆଗରୁ ଜାଣି ନିଅନ୍ତୁ କେଉଁ ରୋଗ ପାଇଁ ଏହି ଔଷଧ ବ୍ୟବହୃତ ହୋଇଥାଏ

SMA ରୋଗ ପାଇଁ ବ୍ୟବହୃତ ହୁଏ ଏହି ଔଷଧ

କେଉଁ ରୋଗ ପାଇଁ ଦୁନିଆର ସବୁଠାରୁ ମହଙ୍ଗା ଔଷଧ ବ୍ୟବହାର ହୁଏ ତାହା ଆପଣ ଜାଣିଛନ୍ତି କି ? ଏହି ପ୍ରଶ୍ନ ଇଂଲଣ୍ଡର ଏକ ବର୍ଷକର ଶିଶୁ ଏଡୱାର୍ଡର ଚିକିତ୍ସା ପରେ ସାମ୍ନାକୁ ଆସିଥିଲା । ଦୁନିଆର ସବୁଠାରୁ ଦାମୀ ଔଷଧର ବ୍ୟବହାର SMA ବା ସ୍ପାଇନାଲ ମସ୍କ୍ୟୁଲାର ଏଟ୍ରୋଫି ପାଇଁ ବ୍ୟବହୃତ ହୋଇଥାଏ । ଏଡୱାର୍ଡ୍ ଏହି ରୋଗର ଶିକାର ।

ଜୋଲୋଗେଜମା : ସବୁଠାରୁ ମହଙ୍ଗା

SMA ରୋଗର ଚିକିତ୍ସାରେ ଜୋଲୋଗେଜମା ନାମକ ଔଷଧ ବ୍ୟବହୃତ ହୋଇଥାଏ । ଏହି ଔଷଧ ଏଡୱାର୍ଡକୁ ଦିଆଯାଉଛି । ପ୍ରକୃତରେ ଏହା ହେଉଛି ଜିନ୍ ଥେରାପି । ଏଥର ଆସନ୍ତୁ ଜାଣିବା ଏହି ରୋଗ କ’ଣ ।

ଏହି ରୋଗରେ ପୀଡିତ ରୋଗୀଠାରେ ମାଂସପେଶିର ଅଭିବୃଦ୍ଧି ପାଇଁ ଆବଶ୍ୟକ ପ୍ରୋଟିନର ଅଭାବ ପରିଲକ୍ଷିତ ହୋଇଥାଏ । ଫଳରେ ରୋଗିର ଶାରିରିକ ବିକାଶ ହୋଇନଥାଏ । ସେ ଚଳପ୍ରଚଳ କରି ପାରିନଥାଏ । ନା ରୋଗୀ ଠିକରେ ବସି ପାରେ ନା ଚାଲିପାରେ । ଏଭଳି ରୋଗୀଙ୍କ ପାଇଁ ଜୋଗୋଗେଜମା ସଂଜିବନୀ ବୋଲି କୁହାଯାଏ ।

ଜୋଲଗେଜମାର ମୂଲ୍ୟ କେତେ ?

SMA ରୋଗ ପାଇଁ ଏହା ଅଦଭୂତ କାର୍ଯ୍ୟ କରିଥାଏ । ଏହି ଜିନ୍ ଥେରାପି ଆଶ୍ଚର୍ଯ୍ୟଜନକ ଭାବେ ରୋଗୀକୁ ଠିକ କରିଥାଏ । ଏହାର ଦାମ ୧.୭୯ ମିଲିୟନ ପାଉଣ୍ଡ । ଯାହା ଭାରତୀୟ ମୁଦ୍ରାରେ ପାଖାପାଖି ୧୮ କୋଟି ଟଙ୍କାଏଡୱାର୍ଡକୁ ଏହି ଔଷଧ ଦିଆଯିବା ପରେ ସେ ପ୍ରାୟତଃ ଠିକ ହୋଇଯାଇଛି ।

costliest medicine in the worldexpensive medicinegene therapymedicamento zolgensmamedicineprotein deficiency diseasessma diseasesma medicinesma zolgensmaspinal muscular atrophyspinal muscular atrophy diagnosisspinal muscular atrophy diseasespinal muscular atrophy disorderwhy sma medicine is so expensivezolgensma injectionzolgensma medicinezolgensma pricezolgensma sma type 2zolgensma why expensive
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami