ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ପ୍ରତି ପରିବାରକୁ ପଠାଯିବ ନିମନ୍ତ୍ରଣ

ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ରାମ ମନ୍ଦିର । ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଦୀ ଆଦିତ୍ୟନାଥଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି । ଏବେ ଆଉ ୧୦ କୋଟି ପରିବାରଙ୍କୁ ଏହି ନିମନ୍ତ୍ରଣ ପତ୍ର ପଠାଯିବାର ଯୋଜନା ରହିଛି । ଏନେଇ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି)ର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ ସଭାପତି ଆଲୋକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତିି ।

ପ୍ରଭୁ ଶ୍ରୀରାମ ଜନ୍ମଭୂମିକୁ ଫେରିବା ଦିନ ପାଳନ କରାଯିବ ଦୀପାବଳି

ଭିଏଚପିର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ ସଭାପତି ଆଲୋକ କୁମାର ଆହୁରି କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ରର ଆହ୍ୱାନ କ୍ରମେ  ଦେଶ ଓ ବିଦେଶରେ ୧୦ କୋଟିରୁ ଅଧିକ ପରିବାରକୁ ରାମ ମନ୍ଦିର ପ୍ରତିଷ୍ଠା ଦିବସ ପାଇଁ ନିମନ୍ତ୍ରଣ କରାଯିବ । ଆସନ୍ତା ଜାନୁାରୀରେ ପ୍ରାୟ ୪ ହଜାର ସାଧୁସନ୍ଥ, ଭିଏଚପିର ପ୍ରମୁଖ କାର୍ଯ୍ୟକର୍ତ୍ତା ତଥା ଦେଶର ବରିଷ୍ଠ ସାମାଜିକ, ସାଂସ୍କୃତିକ ତଥା ସୃଜନଶୀଳ ନେତୃତ୍ୱ ଅଂଶଗ୍ରହଣ କରିବେ । ୧୪ ବର୍ଷ ପରେ ପ୍ରଭୁ ଶ୍ରୀ ରାମଙ୍କ ଅଯୋଧ୍ୟାକୁ ଫେରିବା ପରେ ଆମେ ଦୀପାବଳୀ ପାଳନ କରୁଛୁ । କିନ୍ତୁ ୨୦୨୪ ମସିହା ଜାନୁୟାରୀ ୨୨ ତାରିଖରେ ବିଶ୍ୱ ଦ୍ୱିତୀୟ ଦିପାବଳୀ ପାଳନ କରାଯିବ । ଯେଉଁଦିନ ପ୍ରଭୁ ଶ୍ରୀରାମ ଦୀର୍ଘ ୫୦୦ ବର୍ଷ ପରେ ନିଜ ଜନ୍ମଭୂମୀକୁ ଫେରିବେ ।

ପ୍ରତ୍ୟେକ ରାମ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବାକୁ ଆହ୍ୱାନ

ଭାରତ ସ୍ୱାଧୀନତାର ଅମୃତ ମହୋତ୍ସବ ଅବଧି ଚାଲିଛି, ତେଣୁ ସମଗ୍ର ବିଶ୍ୱରୁ ସମସ୍ତ ହିନ୍ଦୁ ସମାଜ ଏହି ‘ପ୍ରାଣ ପ୍ରତିଷ୍ଠା’ ସମାରୋହରେ ସିଧାସଳଖ ଅଂଶଗ୍ରହଣ କରିବା ଉଚିତ । ସମସ୍ତ ରାମ ଭକ୍ତଙ୍କୁ ସେହି ଦିନ ଅଯୋଧ୍ୟାକୁ ଡକାଯାଇପାରିବ ନାହିଁ । ତେଣୁ ଆମର ଆହ୍ୱାନ ହେଉଛି ଯେ, ସମଗ୍ର ବିଶ୍ୱରେ ହିନ୍ଦୁମାନେ ନିଜ ଅଞ୍ଚଳରେ କିମ୍ବା ଗ୍ରାମରେ ଥିବା ମନ୍ଦିରକୁ ଅଯୋଧ୍ୟା ବୋଲି ଭାବିବା ଉଚିତ୍ ଏବଂ ସେଠାରେ ଏକତ୍ରିତ ହୋଇ ପରମ୍ପରା ଅନୁଯାୟୀ ରୀତିନୀତିରେ ପୂଜାର୍ଚ୍ଚନା କରିବା ଉଚିତ । ଏଥିସହ ସାଧୁସନ୍ଥଙ୍କ ଦ୍ୱାରା ଦିଆଯାଇଥିବା ‘ବିଜୟ ମହା ମନ୍ତ୍ର’ “ଶ୍ରୀରାମ ଜୟ ରାମ ଜୟ ଜୟ ରାମ” ଜପ କରନ୍ତୁ । ପ୍ରାର୍ଥନା ଓ ଆରତୀ କରନ୍ତୁ । ଏହି ଐତିହାସିକ ଘଟଣାକୁ ଅନୁଭବ କରନ୍ତୁ ବୋଲି ଆଲୋକ କୁମାର କହିଛନ୍ତି ।

Inauguration ceremony of Ram Temple in AyodhyaInvitations will be sent to 10 crore familiesRam Temple in Ayodhya
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami