ରେଳ ବିଭାଗ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହେଲା ଆନ୍ତର୍ଜାତୀୟ ମହିଳା ଦିବସ

ବାଲେଶ୍ୱର : ଆଜି ଆନ୍ତର୍ଜାତୀୟ ମହିଳା ଦିବସ । ଏହି ଦିବସକୁ ସାରା ଦେଶରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି । ହେଲେ ଦକ୍ଷିଣ ପୂର୍ବ ରେଳବାଇର ଖଡଗପୁର ସ୍ଥିତ ଡିଆରଏମ୍ ଅଫିସ ଅଧୀନରେ ଥିବା ପଶ୍ଚିମବଙ୍ଗର ହିଜଲି ଷ୍ଟେସନରେ ଆଜି ଏକ ନିଆରା ଢଙ୍ଗରେ ମହିଳା ଦିବସ ପାଳିତ ହୋଇଯାଇଛି । ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଷ୍ଟେସନଟି କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ଖଡ଼ଗପୁର ଡିଆରଏମ୍ କେଆର ଚୌଧୁରୀ ଅନ୍ୟ ଅଧିକାରୀଙ୍କ ସହ ହିଜଲି ଷ୍ଟେସନରେ ପହଞ୍ଚିଥିଲେ । ହିଜଲି ଷ୍ଟେସନର ମହିଳା କର୍ମଚାରୀମାନେ ଡିଆରଏମଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

ମହିଳାମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ପାର୍ସଲ ଟ୍ରେନ୍‌

ଏହି ଅବସରରେ ସମ୍ପୂର୍ଣ୍ଣ ମହିଳାମାନଙ୍କ ଦ୍ୱାରା ପରିଚାଳିତ ୦୦୬୩୧ ନମ୍ବରର ଏକ ପାର୍ସଲ ଟ୍ରେନ ହିଜଲି ଷ୍ଟେସନରୁ ଖଡଗପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଡିଆରଏମ୍ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଟ୍ରେନକୁ ଲୋକୋ ପାଇଲଟ ଭାବେ ତନୁଲେଖା ପାଲ, ସହକାରୀ ଲୋକ ପାଇଲଟ ଭାବେ ତାନିଆ ବୈତାଲିକ, ଟ୍ରେନ ମ୍ୟାନେଜର ଭାବୁ ଦେବଶ୍ରୀ ଦାସ ପରିଚାଳନା କରିଥିଲେ । ସେହିପରି ଷ୍ଟେସନ ଅଧୀକ୍ଷକ ଭାବେ ଗୀତା କୁମାରୀ ଦାସ ଏବଂ ଷ୍ଟେସନ ମ୍ୟାନେଜର ଶତାବ୍ଦୀ ରାୟ ଷ୍ଟେସନକୁ ପରିଚାଳିତ କରିଥିଲେ । ଏହି ଗସ୍ତ ଅବସରରେ ଡିଆରଏମ ପ୍ୟାନେଲ ରୁମକୁ ଯାଞ୍ଚ କରିବା ସହ ଷ୍ଟେସନ ପରିସରକୁ ବୁଲି ଦେଖିଥିଲେ ।

international womens day celebrationinternational womens day celebration at railway station
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami