ଲୋଚାକୋଚା ସାର୍ଟ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ, ସ୍ତ୍ରୀଙ୍କ ଗହଣା ବିକ୍ରି କରି ନିବେଶ

ଗତ କିଛି ଦିନ ହେବ ରାକେଶ ଝୁନଝୁନୱାଲା ଚର୍ଚ୍ଚାରେ ଅଛନ୍ତି । କାରଣ ହେଉଛି ଅକ୍ଟୋବର ୫ ତାରିଖର ଏକ ଚିତ୍ର । ଏହି ଚିତ୍ରରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଲୋଚାକୋଚା ସାର୍ଟ୍ ପିନ୍ଧି ଛିଡା ହୋଇଛନ୍ତି । ଦ୍ୱିତୀୟ କାରଣ ହେଉଛି ତାଙ୍କର ନୂଆ ଏୟାର ଲାଇନ୍ସକୁ ଭାରତ ସରକାରଙ୍କ ନୋ ଅବଜେକ୍ସନ ସାର୍ଟିଫିକେଟ୍ ମିଳିଛି ।

ରାକେଶ ଝୁନଝୁନୱାଲାଙ୍କୁ ଭାରତୀୟ ଷ୍ଟକ ମାର୍କେଟର ବିଗ୍ ବୁଲ୍ ବୋଲି କୁହାଯାଏ୧୯୮୫ ମସିହାରେ ସେ ମାତ୍ର ୫ ହଜାର ଟଙ୍କା ସହ ଷ୍ଟକ୍ ମାର୍କେଟରେ ନିବେଶ ଆରମ୍ଭ କରିଥିଲେ । ସେତେବେଳେ ଷ୍ଟକ୍ ଏକ୍ସଚେଂଜ୍ ସୂଚକାଙ୍କ ୧୫୦ ଥିଲାଏବେ ସୂଚକାଙ୍କ ୬୦ ହଜାର ଉପରେ ଅଛି । ଆଉ ଝୁନଝୁନୱାଲାଙ୍କ ସମ୍ପତ୍ତି ୪୪ ହଜାର କୋଟି ଟଙ୍କା । ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ମଧ୍ୟ ରହିଛି । ସେ ହ୍ୱିଲ୍ ଚେୟାରରେ ବସି ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇ ପାରନ୍ତି । ପୁଣି ହୁଇଲଚେୟାରରେ ବସି କଜରାରେ କଜରାରେ ଗୀତ ଉପରେ ଡ୍ୟାନ୍ସ ମଧ୍ୟ କରି ପାରନ୍ତି ।

ହ୍ୱିଲଚେୟାରରେ ଡ୍ୟାନ୍ସ

ଝୁନଝୁନୱାଲା ଡାଇବେଟିକ୍ସ ରୋଗୀ । ପାଦ ଫୁଲିଥାଏ । ତେଣୁ ପ୍ରାୟତଃ ସେ ହ୍ୱିଲ ଚେୟାରରେ ବସି ରୁହନ୍ତି । ସେହି ଚେୟାରରେ ବସି ସେ ନିଜ ପତ୍ନୀଙ୍କ ସହିତ କଜରାରେ ଗୀତ ଉପରେ ନାଚନ୍ତି ମଧ୍ୟ ।

ବେପରୱା ଝୁନଝୁନୱାଲା

ଝୁନଝୁନୱାଲା ଜୀବନରେ ବେପରୱାତାଙ୍କର ଏହି ଅନ୍ଦାଜ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହିତ ସାକ୍ଷାତରୁ ଜଣା ପଡେ । ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତକାର ବେଲେ ଯଦି ସେ ଲୋଚାକୋଚା ସାର୍ଟ୍ ପିନ୍ଧନ୍ତି ତେବେ ଚପଲ ପିନ୍ଧି ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ମଧ୍ୟ ଚାଲି ଯାନ୍ତି । ନିକଟରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କ ଫଟୋ ବାବଦରେ ପଚାରିଥିଲେ । ଝୁନଝୁନୱାଲାଙ୍କ ଉତ୍ତର ଥିଲା ମୁଁ ୬ଶହ ଟଙ୍କା ଦେଇ ସାର୍ଟ୍ ଆଇରନ୍ କରିଥିଲି । ପ୍ରଧାନମନ୍ତ୍ରୀଙ୍କ ପାଖକୁ ଗଲା ବେଳକୁ ସାର୍ଟ୍ ଲୋଚାକୋଚା ହୋଇଗଲା । ମୁଁ କ’ଣ କରିପାରିବି

ପ୍ରଧାନମନ୍ତ୍ରୀଙ୍କ ସହିତ କ’ଣ କଥା ହେଲେ । ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ‘ବାସର ରାତିରେ ମୁଁ ମୋ ସ୍ତ୍ରୀ ସହିତ କ’ଣ କଥା ହେଲି ତୁମକୁ କହିବି କି ? ଏଇଥିରୁ ଜଣା ପଡେ ଝୁନଝୁନୱାଲା ଜୀବନକୁ ନେଇ କେତେ ବପରୱା

ସାଧାସିଧା ଜୀବନ, ଆୟର ୨୫ ପ୍ରତିଶତ କରନ୍ତି ଦାନ

ରାକେଶ ଝୁନଝୁନୱାଲାଙ୍କୁ ନିକଟରେ ଅନ୍ୟ ଜଣେ ସାମ୍ବାଦିକ ପଚାରିଥିଲେ ଯେ, ଗତ ୧୮ ମାସ ମଧ୍ୟରେ ଆପଣଙ୍କ ସମ୍ପତ୍ତି ରକେଟ୍ ଗତିରେ ବଢିଛି ।ଆପଣଙ୍କ ନେଟ୍ ୱର୍ଥ୍ ୪୦ ହଜାର କୋଟି ଟଙ୍କା । ଏହାକୁ କେମିତି ଦେଖନ୍ତି ଆପଣ ? ଉତ୍ତରରେ ସେ କହିଥିଲେ ଯେ, ‘‘ କିଏ ଗଣୁଛି । କାହାର ବାଲାନ୍ସ ସିଟ୍ ଦେଖିବାର ଅଛି । ଆମର ଜଣେ ପାର୍ଟନର ଅଛନ୍ତି ତାଙ୍କର କୌଣସି ରୁଚି ନାହିଁ । ମୋ ପାଖରେ ଆଜି ଯେତିକି ସମ୍ପତ୍ତି ଅଛି ଯଦି ତା’ର ୧୦ ପ୍ରତିଶତ ମଧ୍ୟ ଏବେ ମୋ ପାଖରେ ଥାନ୍ତା ତେବେ ମଧ୍ୟ ଏହି ଜୀବନ ମୁଁ ଜିଉଥାନ୍ତି । ମୁଁ ସେହି ହ୍ୱିସ୍କି ପିଇଥାନ୍ତି, ସେହି କାର ବ୍ୟବହାର କରିଥାନ୍ତି, ଏହିଭଳି ଘରେ ହିଁ ରହିଥାନ୍ତି । ତେଣୁ ମୁଁ ଗଣେ ନାହିଁ । ମୁଁ ଏହି କାମ କରେ । କାରଣ ମୋତେ କେବଳ ଏହି କାମ କରିବା ଆସିଛି । ’’ ସୂଚନାଯୋଗ୍ୟ ଯେ, ଝୁନଝୁନୱାଲା ନିଜ ଆୟର ୨୫ ପ୍ରତିଶତ ଦାନ କରିଦିଅନ୍ତି ।

ଗୋଟିଏ ଦୁଃଖ : ମଦ ଓ ସିଗାରେଟ୍ ଅଭ୍ୟାସ

୨୦୧୦ରେ ଫାଇନାନ୍ସିଆଲ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ଜୀବନରେ ତାଙ୍କର ଗୋଟିଏ ଦୁଃଖ ରହିଛି । ତାହା ହେଉଛି ସେ ମଦ ଓ ସିଗାରେଟ୍ ପିଅନ୍ତି । ମୋତେ ଅଧିକ ବ୍ୟୟାମ କରିବାର ଥିଲା ମୁଁ ମୋ ଯମଜ ସନ୍ତାନଙ୍କୁ ୨୫ ବର୍ଷ ହେବାର ଦେଖିବାକୁ ଚାହୁଁଛି

୫ ହଜାର ଟଙ୍କାରୁ ନିବେଶ ଆରମ୍ଭ

୧୯୮୫ ମସିହାରେ ସେ ପ୍ରଥମେ ଟାଟା ଟିର ସେୟାର କିଣିଥିଲେନିଜ ଭାଇଙ୍କ ଜଣେ କ୍ଲାଇଣ୍ଟଙ୍କଠାରୁ ଧାରରେ ଟଙ୍କା ନେଇ ଏହି ନିବେଶ କରିଥିଲେ । ଗୋଟିଏ ସେୟାରକୁ ସେ ୪୩ ଟଙ୍କାରେ କିଣିଥିଲେତିନି ମାସରେ ସେୟାର ଦାମ ୧୪୩ ଟଙ୍କା ହୋଇଥିଲା । ଯାହା ପରଠାରୁ ସେ ଆଉ କେବେ ମଧ୍ୟ ପଛକୁ ଫେରି ଚାହିଁ ନାହାନ୍ତି । ଏବେ ଝୁନଝୁନୱାଲା ଏୟାରଲାଇନ୍ସରେ ନିବେଶ କରିବାକୁ ଯାଉଛନ୍ତିଏୟାର ଲାଇନ୍ସ ଭଳି ରିସ୍କି ବିଜନେସରେ ନିବେଶ ଝୁନଝୁନୱାଲାଙ୍କ ଗୋଟିଏ କଥାରୁ ସ୍ପଷ୍ଟ ହୁଏ ସେ କେତେ ରିସ୍କ ନେବାକୁ ପ୍ରସ୍ତୁତଥରେ ସେ କହିଥିଲେ ଯେ ଝିଅ ଓ ମାର୍କେଟରେ ମୋ’ର ଇଣ୍ଟ୍ରେଷ୍ଟ୍ ଅଛିଝିଅ ପ୍ରେମରେ ଚାଲେ, ମାର୍କେଟ୍ ରିସ୍କରେ ରିସ୍କ ନେବା ମୋ ଅଭ୍ୟାସମାର୍କେଟ୍ ଯେତେବେଳେ ବି ମୌକା ଦିଏ ମୁଁ ସେତେବେଳେ ମୋ ସ୍ତ୍ରୀର ଗହଣା ବନ୍ଧା ପକାଇ ନିବେଶ କରେ । ସୂଚନାଯୋଗ୍ୟ ଯେ, ଝୁନଝୁନୱାଲାଙ୍କ ପତ୍ନୀ ରେଖା ମଧ୍ୟ ସେୟାର ମାର୍କେଟରେ ସକ୍ରୀୟ ଅଛନ୍ତି । ୧୯୮୯ରେ ଉଭୟଙ୍କ ବିବାହ ହୋଇଥିଲା ।

2010 financial times interview୨୦୧୦ରେ ଫାଇନାନ୍ସିଆଲ ଟାଇମ୍ସalcohol and cigarettesbig bull of indian stock marketIndian govtjhunjhunwala is a diabetic patientjhunjhunwala property worth 44000 crore rupeesNarendra ModiNOCPM Modirakesh jhunjhunwalarakesh jhunjhunwala met modirakesh jhunjhunwala new airlinesstock market investorଝୁନଝୁନୱାଲା ଡାଇବେଟିକ୍ସ ରୋଗୀଝୁନଝୁନୱାଲାଙ୍କ ସମ୍ପତ୍ତି ୪୪ ହଜାର କୋଟି ଟଙ୍କାନୂଆ ଏୟାର ଲାଇନ୍ସନୋ ଅବଜେକ୍ସନ ସାର୍ଟିଫିକେଟ୍ଭାରତ ସରକାରଭାରତୀୟ ଷ୍ଟକ ମାର୍କେଟର ବିଗ୍ ବୁଲ୍ମଦ ଓ ସିଗାରେଟ୍ ପିଅନ୍ତିରାକେଶ ଝୁନଝୁନୱାଲା
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami