ଗୋଆ ନେବାକୁ କହି ଅଯୋଧ୍ୟା ନେବାରୁ ଛାଡ଼ପତ୍ର ଦେଲେ ସ୍ତ୍ରୀ

ଭୋପାଳ : ଏବେ ଚାରିଆଡ଼େ ରାମଲଲାଙ୍କ ଚର୍ଚ୍ଚା । ଗତ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଯାଇଛି । ୨୩ରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ଭୋର ୩ଟାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରରେ ଭିଡ଼ ଜମାଉଛନ୍ତି । ସମସ୍ତେ ଦର୍ଶନ କରିବାକୁ ଉଦ୍ୟମ କରୁଥିବାରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ନାକେଦମ୍ ହେବାକୁ ପଡ଼ୁଛି । ଏବେ ସମଗ୍ର ଦେଶ ରାମଙ୍କ ଭକ୍ତିଭାବରେ ବୁଡ଼ି ରହିଛି । କେମିତି ଅଯୋଧ୍ୟା ଯାଇ ରାମଲଲାଙ୍କୁ ଦର୍ଶନ କରିବେ ଲୋକେ ଚାହିଁ ବସିଛନ୍ତି । ମାତ୍ର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ହନିମୁନ୍ ପାଇଁ ଗୋଆ ନ ନେଇ ଅଯୋଧ୍ୟା ନେଇଗଲେ ବୋଲି ସେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ । ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ହୋଇଛି ।

ଅଯୋଧ୍ୟାରୁ ଫେରିବା ପରେ ଛାଡ଼ପତ୍ର ପାଇଁ ମହିଳା କଲେ ଆବେଦନ

ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ପିପ୍ଲାନି ଅଞ୍ଚଳର ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଆଇଟି ସେକ୍ଟରରେ କାମ କରନ୍ତି ଏବଂ ଭଲ ରୋଜଗାର କରନ୍ତି । ସେ ନିଜେ ମଧ୍ୟ ଭଲ ରୋଜଗାର କରନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ହନିମୁନ୍‌ରେ ଗୋଆ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସମୟ ଆସିଲା ପରେ ସେ ତାଙ୍କୁ ଅଯୋଧ୍ୟା-ବାରାଣସୀକୁ ନେଇଗଲେ । ସେ ଏ ସମ୍ପର୍କରେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ଗୋଟିଏ ଦିନ ପୂର୍ବରୁ କହିଥିଲେ । ମହିଳା ଜଣକ କୋର୍ଟଙ୍କୁ କହିଛନ୍ତି ଯେ, ସ୍ୱାମୀ ତାଙ୍କୁ କହିଥିଲେ, ରାମ ମନ୍ଦିର ସମାରୋହ ପୂର୍ବରୁ ତାଙ୍କ ମା’ ଅଯୋଧ୍ୟା ଯିବାକୁ ଚାହୁଁଛନ୍ତି, ତେଣୁ ସେମାନେ ଅଯୋଧ୍ୟାକୁ ଯାଉଛନ୍ତି । ଯିବା ପର୍ଯ୍ୟନ୍ତ କିଛି କହି ନ ଥିଲେ କିନ୍ତୁ ଫେରିବା ମାତ୍ରେ ସେ ପରିବାର କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି । କେବଳ ଏତିକି ନୁହେଁ, ସେ ତାଙ୍କ ବିବୃତ୍ତିରେ ମଧ୍ୟ କହିଛନ୍ତି, ତାଙ୍କ ସ୍ୱାମୀ ତାଙ୍କ ଅପେକ୍ଷା ତାଙ୍କ ପରିବାରର ଅଧିକ ଯତ୍ନ ନିଅନ୍ତି । ଏଭଳି ପରିସ୍ଥିତିରେ ତାଙ୍କୁ ଏହି ସମ୍ପର୍କରୁ ମୁକ୍ତି ପାଇବା ଆବଶ୍ୟକ । ଯେଉଁଥିପାଇଁ ସେ ଛାଡ଼ପତ୍ର ଆବେଦନ କରିଛନ୍ତି ।

ayodhya ram mandir \Divorce from ayodhyaHusband promised goa but took wife to ayodhya
Comments (0)
Add Comment
Close Bitnami banner
Bitnami
Close Bitnami banner
Bitnami